Posted inଜାତୀୟ

ଆତଙ୍କବାଦୀଙ୍କ ଧମକ ସତ୍ତ୍ୱେ ସେନା ଚାହୁଁଛି ସ୍ବାଭାବିକ ସ୍ଥିତି: ମଝିରେ ଫସିଛନ୍ତି କଶ୍ମୀରୀ

ନୂଆଦିଲ୍ଲୀ/ଶ୍ରୀନଗର,୧୮ା୯: ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାରକୁ ମଙ୍ଗଳବାର ୪୪ ଦିନ ପୂରିଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ନେଇଥିବା ଏହି ନିଷ୍ପତ୍ତି ପରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି ବୋଲି ଉଭୟ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନ ଦାବି କରୁଥିବାବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହାର ଓଲଟା ଚିତ୍ର ସାମ୍ନାକୁ ଆଣିବାରେ ଲାଗିଛି। ବ୍ୟବସାୟୀଙ୍କୁ ଦୋକାନବଜାର ବନ୍ଦ ରଖିବାକୁ ଆତଙ୍କବାଦୀମାନେ ବାରମ୍ବାର ଧମକ ଦେଇଆସୁଥିବାବେଳେ ସେନା ପକ୍ଷରୁ ଦୋକାନ ବଜାର ଖୋଲା ରଖିବାକୁ ଅନୁରୋଧ କରାଯାଉଛି। ଏଭଳି ସ୍ଥିତିରେ ଅଧିକାଂଶ ସ୍ଥାନରେ ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମିଳୁନାହିଁ। ଯାନବାହନ ଚଳାଚଳ ସମଗ୍ର ଉପତ୍ୟକାରେ ବାଧାପ୍ରାପ୍ତ ହୋଇ ରହିଛି। ସ୍କୁଲଗୁଡ଼ିକୁ ଖୋଲାଯାଉଥିଲେ ବି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ିବା ପାଇଁ ସେମାନଙ୍କ ମା’ବାପା ସୁରକ୍ଷିତ ମଣୁନାହାନ୍ତି। ସେହିପରି ସରକାରୀ ଅଫିସ୍‌ଗୁଡ଼ିକ ଖୋଲା ରହୁଥିଲେ ହେଁ ସାଧାରଣ ପରିବହନରେ ଅବ୍ୟବସ୍ଥା ଯୋଗୁ କର୍ମଚାରୀ କିମ୍ବା କାମ ପାଇଁ ଲୋକେ ଯାଉନାହାନ୍ତି। ଅଧିକାଂଶ ସ୍ଥାନରେ ଲ୍ୟାଣ୍ଡଲାଇନ୍‌ ଟେଲିଫୋନ୍‌ ସେବାକୁ ସ୍ବାଭାବିକ କରାଯାଇଛି। ହେଲେ ମୋବାଇଲ୍‌ ଫୋନ୍‌ରେ କଥାହେବା ପାଇଁ ଉପତ୍ୟକାବାସୀ ଏଯାଏ ସୁଯୋଗ ପାଇନାହାନ୍ତି। ଇଣ୍ଟରନେଟ ସେବା ଏକପ୍ରକାର ସ୍ବପ୍ନ ହୋଇଯାଇଛି। ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି, ଫାରୁକ୍‌ ଅବ୍‌ଦୁଲ୍ଲା ଓ ଓମାର ଅବ୍‌ଦୁଲ୍ଲାଙ୍କ ସମେତ ବହୁନେତା ଏବେ ମଧ୍ୟ ଗୃହବନ୍ଦୀ ଅଥବା ଗିରଫ ହୋଇ ରହିଛନ୍ତି। ବିଚ୍ଛିନ୍ନତାବାଦୀଙ୍କୁ ଅଘଟଣ ଏଡାଇବା ପାଇଁ ଜେଲ୍‌ରେ ପୂରାଇ ଦିଆଯାଇଛି। ଏସବୁ ଅବ୍ୟବସ୍ଥାକୁ ନେଇ କଶ୍ମୀରୀମାନେ ଫସିଯାଇଛନ୍ତି।

ଅନୁପ୍ରବେଶ କଲେଣି ୬୦ ଆତଙ୍କବାଦୀ

ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରଠାରୁ ଉପତ୍ୟକାକୁ ୬୦ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ପାକିସ୍ତାନୀ ସେନା ସେମାନଙ୍କୁ ନିଷ୍କ୍ରିୟ ପଥ ଦେଇ ଅନୁପ୍ରବେଶ କରାଇଛି। ଉତ୍ତର କଶ୍ମୀର ଏବଂ ଜମ୍ମୁ ଅଞ୍ଚଳର ପୁଞ୍ଚ୍‌ ଓ ରାଜୌରୀ ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ରହିଥିବା ନିଷ୍କ୍ରିୟ ପଥ ଦେଇ ସର୍ବାଧିକ ଆତଙ୍କବାଦୀ ଆସିଥିବା ମଙ୍ଗଳବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏନେଇ ସେନା ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ପ୍ରକାଶ ଯେ, କେତେଜଣ ଆତଙ୍କବାଦୀ ଅନୁପ୍ରବେଶରେ ସଫଳ ହୋଇଥିବାବେଳେ ଆଉ କେତେକଙ୍କ ଉଦ୍ୟମକୁ ପଣ୍ଡ କରାଯାଇଥିବା ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ନିକଟରେ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri