ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କକୁ ଷ୍ଟକ୍‌ ମାର୍କେଟରେ ସାମିଲ ଯୋଜନା

ନୂଆଦିଲ୍ଲୀ,୨୯-୭: କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ୩ରୁ୪ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ(ଆର୍‌ଆର୍‌ବି)କୁ ଷ୍ଟକ୍‌ମାର୍କେଟରେ ତାଲିକାଭୁକ୍ତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ପ୍ରାପ୍ତ ସୂତ୍ର ଅନୁଯାୟୀ ମିଶ୍ରଣ ପ୍ରକ୍ରିୟା ଶେଷ ହେବା ପରେ ଆର୍‌ଆର୍‌ବିଙ୍କ ଇନିସିଆଲ ପବ୍ଲିକ୍‌ ଅଫରିଂ(ଆଇପିଓ) ଅଣାଯିବ। ଏବେ ଆର୍‌ଆର୍‌ବିଗୁଡ଼ିକ ମଧ୍ୟରେ ମିଶ୍ରଣ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଏହି ସଂଖ୍ୟା ୪୫ ଥିବା ବେଳେ ଏହାକୁ ୩୮କୁ ହ୍ରାସ କରାଯିବ। ଉକ୍ତ ସୂତ୍ର ଅନୁଯାୟୀ ଆହୁରି କେତେକ ଆର୍‌ଆର୍‌ବିର ମିଶ୍ରଣ କରାଯିବ। କାରଣ ଏନେଇ ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକରୁ ଅନୁମତି ମିଳିସାରିଛି। ରାଜ୍ୟ ଭିତରେ ଆର୍‌ଆର୍‌ବିଗୁଡ଼ିକର ମିଶ୍ରଣ ଯୋଗୁ ସେମାନଙ୍କ ଖର୍ଚ୍ଚ କମିବ। ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର ହୋଇପାରିବ। ସେହିପରି ପୁଞ୍ଜି ଆଧାରକୁ ସେମାନଙ୍କ ପରିଚାଳନା କ୍ଷେତ୍ରର ବିସ୍ତାର ଲାଗି ବ୍ୟବହାର କରାଯିବ ଏବଂ ସେମାନେ ଅଧିକ ପୁଞ୍ଜି ହାସଲ କରିପାରିବେ। ସୂଚନାଥାଉ କି, ଗତ କିଛି ମାସ ମଧ୍ୟରେ ବିଭିନ୍ନ ରାଜ୍ୟରେ ୨୧ ଆର୍‌ଆର୍‌ବିର ମିଶ୍ରଣ ପ୍ରକ୍ରିୟା ଶେଷ ହୋଇଛି। ଉକ୍ତ ସୂତ୍ର ଅନୁଯାୟୀ ୩ରୁ୪ ଗ୍ରାମୀଣ ଆର୍‌ଆର୍‌ବି ଏବେ ଆଇପିଓ ଆଣିବା ଲାଗି ଉପଯୁକ୍ତ ହୋଇଛନ୍ତି। ଚଳିତ ବର୍ଷ ସେମାନଙ୍କର ଆଇପିଓ ଆସିବ। ଆର୍‌ଆର୍‌ବି ଆଇନ, ୧୯୭୬ ଅନୁଯାୟୀ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସ୍ଥାପନ କରାଯାଇଥିଲା। ଗ୍ରାମାଞ୍ଚଳରେ କୃଷକ, କୃଷି ଶ୍ରମିକ, ଶିଳ୍ପୀଙ୍କୁ ଋଣ ପ୍ରଦାନ ଲାଗି ଏହା ଗଠନ ହୋଇଥିଲା। ୨୦୧୫ରେ ଏହି ଆଇନରେ ସଂଶୋଧନ କରାଯାଇଥିଲା। ଫଳରେ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ କେନ୍ଦ୍ର, ରାଜ୍ୟ ଏବଂ ସ୍ପନଶନ କରୁଥିବା ବ୍ୟାଙ୍କ ବ୍ୟତୀତ ଅନ୍ୟ ବିକଳ୍ପ ସୂତ୍ରରୁ ପୁଞ୍ଜି ସଂଗ୍ରହ କରିବାକୁ ଅନୁମତି ପାଇଲେ। ବର୍ତ୍ତମାନ ଆର୍‌ଆର୍‌ବିରେ ୫୦ ପ୍ରତିଶତ ଅଂଶଧନ କେନ୍ଦ୍ର ସରକାରଙ୍କ ନିକଟରେ ରହିଛି। ସେହିପରି ୩୫ ପ୍ରତିଶତ ରାଜ୍ୟ ସରକାର ଓ ୧୫ ପ୍ରତିଶତ ସ୍ପନଶନ ବ୍ୟାଙ୍କ ନିକଟରେ ରହିଥାଏ। ତେବେ ଆଇପିଓ ଆସିବା ପରେ ମଧ୍ୟ କେନ୍ଦ୍ର ଓ ସ୍ପନଶନ ବ୍ୟାଙ୍କର ଅଂଶଧନ ୫୦ ପ୍ରତିଶତରୁ କମ୍‌ ହେବ ନାହିଁ ବୋଲି ସଂଶୋଧିତ ଆଇନରେ ଦର୍ଶାଯାଇଛି। ଫଳତଃ ଶେୟାରମାର୍କେଟରେ ତାଲିକାଭୁକ୍ତ ହେବା ପରେ ମଧ୍ୟ ଆର୍‌ଆର୍‌ବିଗୁଡ଼ିକର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ନିକଟରେ ରହିବ। ଗ୍ରାମୀଣ ବ୍ୟାଙ୍କଗୁଡ଼ିକର ଆର୍ଥିକ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଲାଗି ସରକାର ୨୦୦୫ରୁ ନିଷ୍ପତ୍ତି ନେଇଥିଲେ। ୨୦୦୫ସୁଦ୍ଧା ଦେଶରେ ୧୯୬ ଆର୍‌ଆର୍‌ବି ଥିବା ବେଳେ ୨୦୦୬ରେ ଏହାକୁ ୧୩୩ରେ ହ୍ରାସ କରାଯାଇଥିଲା। ଏହାକୁ ପରେ ୧୦୫ରେ ଏବଂ ମାର୍ଚ୍ଚ ୨୦୧୨ ସୁଦ୍ଧା ୮୨କୁ ହ୍ରାସ କରାଯାଇଥିଲା। ୨୦୧୯-୨୦ ବଜେଟରେ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ପାଇଁ ସରକାର ୨୩୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ନିୟାମକୀୟ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ସରକାର ସେମାନଙ୍କୁ ପୁଞ୍ଜି ସହାୟତା ପ୍ରଦାନ କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥାରେ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର,ରାଜ୍ୟ ଓ ସ୍ପନଶନ ବ୍ୟାଙ୍କ ୫୦:୧୫:୩୫ ପ୍ରତିଶତ ହାରରେ ପୁଞ୍ଜି ପ୍ରଦାନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri