ଆଝାର ପ୍ରସଙ୍ଗରେ ସମୟସୀମାକୁ ଚାଇନାର ଅଗ୍ରାହ୍ୟ

ବେଜିଂ,୧୮ା୪(ପି.ଟି): ପାକିସ୍ତାନଭିତ୍ତିକ ଜେଇଏମ୍‌ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚାଇନା ବିଳମ୍ବ କରୁଛି। ଏପ୍ରିଲ ୨୩ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ସମୟସୀମା ଧାର୍ଯ୍ୟ କରିଥିବା ରିପୋର୍ଟକୁ ଚାଇନା ଅଗ୍ରାହ୍ୟ କରିଛି। ବରଂ ଏହି ସମସ୍ୟାଜଡ଼ିତ ପ୍ରସଙ୍ଗ ସମାଧାନ ଆଡକୁ ଯାଉଛି ବୋଲି ଚାଇନା ପକ୍ଷରୁ କୁହାଯାଇଛି।

ପୁଲ୍‌ଓ୍ବାମା ଆକ୍ରମଣ ପରେ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଫ୍ରାନ୍ସ, ବ୍ରିଟେନ ଓ ଆମେରିକା ଜାତିସଂଘ ନିରାପତ୍ତା ପରିଷଦରେ ସାନି ପ୍ରସ୍ତାବ ରଖିଥିଲେ। କିନ୍ତୁ ଉକ୍ତ ପ୍ରସ୍ତାବ ଉପରେ ଚାଇନା କୌଣସି ମନ୍ତବ୍ୟ ନ ଦେଇ ଏଥିରେ ‘ବୈଷୟିକ ସ୍ଥିତାବସ୍ଥା’ ବଜାୟ ରଖିଛି।

ନିରାପତ୍ତା ପରିଷଦର ସଭ୍ୟ ଭାବରେ କୌଣସି ଏକ ପ୍ରସଙ୍ଗ ଉପରେ ଚାଇନାର ଭେଟୋ ପ୍ରୟୋଗ କରିବାର କ୍ଷମତା ରହିଛି। ସେହି ଦୃଷ୍ଟିରୁ ଆଝାର ପ୍ରସଙ୍ଗକୁ ୧୨୬୭ କମିଟିରେ ସମାଧାନ କରିବାକୁ ଚାଇନା ମତ ଦେଇଛି।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲୁ କାଙ୍ଗ ଏପ୍ରିଲ ୨୩ ସମୟସୀମା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହନ୍ତି, ଉପରୋକ୍ତ ୩ ଦେଶ ଆଝାର ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦରେ ଆଲୋଚନା ପାଇଁ ଚାପ ପକାଇପାରିବେ। ଏଥିପାଇଁ ଉଭୟ ନିରାପତ୍ତା ପରିଷଦ ଏବଂ ଏହାର ସହାୟକ ସଂସ୍ଥା ୧୨୬୭ କମିଟି ଏ ସଂକ୍ରାନ୍ତରେ ବିଧିବଦ୍ଧ ନିଷ୍ପତ୍ତି ନେଇପାରିବେ। ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା କ୍ଷେତ୍ରରେ ଚାଇନାର ଆଭିମୁଖ୍ୟ ସ୍ପଷ୍ଟ। ସହଯୋଗ ମାଧ୍ୟମରେ ଉକ୍ତ ସମସ୍ୟାର ସମାଧାନ ହେବା ଉଚିତ। ଏ କ୍ଷେତ୍ରରେ କୌଣସି ପ୍ରକାର ଅଗ୍ରଗତି ସଦସ୍ୟ ରାଷ୍ଟ୍ରଙ୍କ ସହମତି ବିନା ସଫଳ ହୋଇପାରିବ ବୋଲି ବିଶ୍ୱାସ ହେଉନାହିଁ। ତେବେ ଏହି ପ୍ରସଙ୍ଗ ସମାଧାନ ଆଡକୁ ଗତି କରୁଛି ବୋଲି ଲୁ କାଙ୍ଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଏବେ ପର୍ଯ୍ୟନ୍ତ କାହିଁକି କେହି ମହିଳା ହୋଇ ନାହାଁନ୍ତି ରାଷ୍ଟ୍ରପତି? ଜବାବ ଦେଲେ ଜନତା

ଓ୍ବାଶିଂଟନ,୭।୧୧: ଆମେରିକାବାସୀ ପୁଣି ଥରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସେମାନଙ୍କର ନେତା ବାଛିଛନ୍ତି। ବେକାବୁ ବୟାନକୁ ନେଇ ସାରା ବିଶ୍ୱରେ ପରିଚିତ ଥିବା ଟ୍ରମ୍ପ କମଲା ହାରିସଙ୍କୁ...

ଯେଉଁ ବିଲ୍ଡିଂରେ ଚାଲିଥିଲା କେସ୍‌, ସେଇଠି ଶପଥ ନେବେ ଟ୍ରମ୍ପ, ଜାଣି ତାଜୁବ ହେବେ…

ଓ୍ବାଶିଂଟନ୍‌,୭।୧୧: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁୟାରୀ ୨୦ ତାରିଖ ମଧ୍ୟାହ୍ନ ୧୨ଟାରେ ଆମେରିକାର ସଂସଦ ଭବନ କ୍ୟାପିଟାଲରେ ଶପଥ ଗ୍ରହଣ କରିବେ ।...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଚିନ୍ତାରେ ପଡ଼ିଲାଣି କାନାଡା

ଓଟାଓ୍ବା,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ କାନାଡାରେ ଚିନ୍ତା ଓ ଭୟର ବାତାବରଣ ଦେଖାଦେଇଛି। ବିଶ୍ଳେଷକମାନେ ବିଶ୍ୱାାସ କରନ୍ତି ଯେ ଟ୍ରମ୍ପଙ୍କ...

ଭାରତର ଗୋଟିଏ ରାଜ୍ୟ ଚାହୁଁଥିଲା ଟ୍ରମ୍ପ୍‌ଙ୍କ ପରାଜୟ, ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୧: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ହୋଇଛି ପଟ୍ଟ ପରିବର୍ତ୍ତନ। ହ୍ବାଇଟ ହାଉସ ଉପରେ କବଜା କରିଛନ୍ତି ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟକି କମଲା...

ଏବେ ହୋଇପାରିବେନି ରାଷ୍ଟ୍ରପତି, ୭୫ ଦିନ କରିବାକୁ ପଡିବ ଅପେକ୍ଷା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଫଳ ସ୍ପଷ୍ଟ ହୋଇଛି । ତଥାପି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ ୨୦୨୫ ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ...

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅଫିସରେ କେମିତି ମିଳେ ଚାକିରି, କ’ଣ ଆପଣ ବି କରିପାରିବେ ଆବେଦନ

ଓ୍ବାଶିଂଟନ୍‌,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଐତିହାସିକ ବିଜୟ ହାସଲ କରିଛନ୍ତି। ବର୍ତ୍ତମାନ ସେ ହ୍ବାଇଟ ହାଉସରୁ ସରକାର ଚଳାଇବେ। ସୁପରପାଓ୍ବାରଙ୍କ କାର୍ଯ୍ୟାଳୟ ଭାବେ...

ବିଜୟ ପରେ ମୋଦିଙ୍କୁ ପ୍ରଶଂସାରେ ପୋତିଲେ ଟ୍ରମ୍ପ; କହିଲେ ସମଗ୍ର ବିଶ୍ୱ…

ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କୁ କଲ୍ କରି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଚମତ୍କାର ବିଜୟ ପାଇଁ...

ହାରିବା ପରେ ଟ୍ରମ୍ପଙ୍କୁ ଫୋନ କଲେ କମଲା, କହିଦେଲେ ବଡ଼ କଥା

ଓ୍ବାଶିଂଟନ୍‌,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ସ୍ବୀକାର କରିଛନ୍ତି କମଲା ହାରିସ୍‌। ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ସ୍ବୀକାର କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri