Posted inଖେଳ

ଆଜି ଭାଇ ଦୁଜ୍‌: ଜାଣନ୍ତୁ କ୍ରିକେଟରଙ୍କ ଭଉଣୀମାନେ କେମିତି ପାଳନ୍ତି ଏହି ପର୍ବ

ଭାଇ-ଭଉଣୀ ପବିତ୍ର ବନ୍ଧନ ଦୁନିଆର ସବୁଠୁ ନିଆରା। ଏହି ବନ୍ଧନର କୌଣସି ତୁଳନା ନାହିଁ। କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ଭାଇ ଦୂଜ ବା ଯମ ଦ୍ୱିତୀୟା ଭାବରେ ପାଳନ କରାଯାଏ। ଏହି ଦିନ ଭାଇର ଶୁଭ ମନାସୀ ତା’ ଦୀର୍ଘଜୀବନ କାମନା କରିଥାଏ ଭଉଣୀ। କ୍ରିକେଟରଙ୍କ ଭଉଣୀମାନେ ମଧ୍ୟ ଭାଇ ଦୁଜ୍‌ ପାଳନ କରନ୍ତି।

ବିରାଟ କୋହଲି-ଭାବ୍‌ନା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଭଉଣୀ ଭାବନାଙ୍କ ସମ୍ପର୍କ ଖୁବ୍‌ ନିବିଡ। ଉଭୟ ରାକ୍ଷୀ ପୁର୍ଣ୍ଣିମା ଏବଂ ଭାଇ ଦୁଜ୍‌ରେ ଯେତେ କାମ ଥିଲେ ମଧ୍ୟ ପରସ୍ପରକୁ ଭେଟିଥାନ୍ତି।

ରବିନ୍ଦ୍ର ଜାଡେଜା-ନୈନା
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲାବେଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେ ଭଉଣୀ ନୈନା ହିଁ ତାଙ୍କୁ ସମ୍ଭାଳି ଥିଲେ। ପ୍ରତିବର୍ଷ ଭାଇ ଦୁଜ୍‌ରେ ନୈନା ଉପହାର ଦିଅନ୍ତି ଜାଡେଜା।

ଭୁବନେଶ୍ୱର କୁମାର-ରେଖା
ପେସ୍‌ ବୋଲର୍‌ ଭୁବନେଶ୍ୱର କୁମାର ଏବଂ ତାଙ୍କ ଭଉଣୀ ରେଖା ଆଧନାଙ୍କ ମଧ୍ୟ ସମ୍ପର୍କ ଖୁବ୍‌ ନିବିଡ। ରେଖାଙ୍କ ଯୋଗୁ ୍ଆଜି କ୍ରିକେଟର ହୋଇପାରିଛି ବୋଲି ଭୁବନେଶ୍ୱର ଅନେକ ସାକ୍ଷାତକାରରେ କହିଛନ୍ତି। ଯେତେ ଦୂରରେ ଥିଲେ ବି ପ୍ରତିବର୍ଷ ଭାଇ ଦୁଜ୍‌ରେ ସେ ରେଖାଙ୍କୁ ଭେଟିଥାନ୍ତି।

ମହେନ୍ଦ୍ର ସିଂ ଧୋନୀ-ଜୟନ୍ତୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଉଣୀ ଜୟନ୍ତୀ ଗୁପ୍ତା ହିଁ ପରିବାର ଏକମାତ୍ର ସଦସ୍ୟ ଥିଲେ ଯେ କି ଧୋନୀଙ୍କୁ କ୍ରିକେଟ ଖେଳିବା ପାଇଁ ପ୍ରେରିତ କରିଥିଲେ। ରାକ୍ଷୀ ହେଉ କି ଭାଇ ଦୁଜ୍‌ ପ୍ରତିବର୍ଷ ଏହି ଦିନରେ ଜୟନ୍ତୀଙ୍କ ପାଇଁ ଉପହାର ପଠାଇଥାନ୍ତି ଧୋନୀ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri