ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ ସିଂହଦ୍ୱାର ନିକଟ ବହୁ ପୁରାତନ ବଡ଼ ଆଖଡ଼ା ମଠ। ପୂର୍ବରୁ ଲଙ୍ଗୁଳି ମଠ ଭଙ୍ଗା ସରିଥିବାବେଳେ ଏମାର ମଠର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏବେ ବଡ଼ ଆଖଡ଼ା ମଠର ପାଳି। ପୌରସଂସ୍ଥା ପକ୍ଷରୁ ମଠରେ ଲଗାଯାଇଛି ଅସୁରକ୍ଷିତର ଲଟ୍‌କା। ଉଚ୍ଛେଦ ପାଇଁ ପ୍ରଶାସନ ପ୍ରସ୍ତୁତ ହୋଇଯାଇଛି। ମଙ୍ଗଳବାର ସକାଳେ ଭଙ୍ଗାଯିବ ଏହି ମଠ। ଚାଲିବ ବୁଲ୍‌ଡୋଜର ଆଉ ବ୍ରେକର। ମଠ କୋଠାରେ ଚାଲୁଥିବା ସିଂହଦ୍ୱାର ଥାନା ଓ ୩୮ଟି ଦୋକାନ ଘର ସୋମବାର ସୁଦ୍ଧା ଖାଲି ହୋଇଯାଇଛି। ମଠରେ ଉପାସିତ ଠାକୁରଙ୍କ ବିଜେସ୍ଥଳୀକୁ ବାଦ୍‌ ଦିଆଯାଇ ଭଙ୍ଗାଯିବ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ବଖରା ଘର। ସେଥିଲାଗି ମଠର ଆସବାବପତ୍ରକୁ ମଧ୍ୟ ସ୍ଥାନାନ୍ତର କରି ଦିଆଯାଇଛି।
ତେବେ ଐତିହ୍ୟସମ୍ପନ୍ନ ମଠଗୁଡ଼ିକ ଭଙ୍ଗାଯିବାକୁ ନେଇ ବିଭିନ୍ନ ସମୟରେ ଉଠୁଛି ବିରୋଧର ସ୍ବର। ସଂରକ୍ଷଣ ବଦଳରେ ଉଚ୍ଛେଦ ଠିକ୍‌ ନୁହେଁ ବୋଲି ଅନେକ ମତ ରଖୁଛନ୍ତି। ଶ୍ରୀମନ୍ଦିର ସୁରକ୍ଷାକୁ କେହି ବିରୋଧ କରୁନାହାନ୍ତି, କିନ୍ତୁ ଏଥିପାଇଁ ଶହ ଶହ ବର୍ଷର ମଠ ସଂସ୍କୃତିକୁ ନ ଭାଙ୍ଗି କିପରି ପରପିଢ଼ି ପାଇଁ ସଂରକ୍ଷିତ ରଖାଯିବ ସେ ଦିଗରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଦାବି କରିଛି ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ। ଏଥିପାଇଁ ସୋମବାର ଅପରାହ୍ନରେ ବଡ଼ ଆଖଡ଼ା ମଠ ପରିଦର୍ଶନ କରିଥିଲେ ଐତିହ୍ୟ ସଂରକ୍ଷଣ ପରିଷଦର କର୍ମକର୍ତ୍ତା। ପରିଷଦର ଆଧାର ପୁରୁଷ ଡ. ସୁରେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ, ଉପସଭାପତି ରାଜକୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ବିଶ୍ୱଜିତ ସେନାପତି, ଅଶୋକ ମହାପାତ୍ର, ରବୀନ୍ଦ୍ର ମହାରଣା ପ୍ରମୁଖ ମହନ୍ତଙ୍କ ସହିତ ଆଲୋଚନା କରିଥିଲେ। ମହନ୍ତ ହରିନାରାୟଣ ଦାସ ପରିଷଦ କର୍ମକର୍ତ୍ତାଙ୍କୁ ମଠର ଐତିହ୍ୟସ୍ଥଳୀ ପରିଦର୍ଶନ କରାଇବା ସହ ଏସବୁକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା କହିଥିଲେ।
ସେପଟେ ଆଉ ହାତଗଣତି କେଇଟା ଦିନ ପରେ ଶ୍ରୀକ୍ଷେତ୍ରର ମଠ ମାନଚିତ୍ରରୁ ସତ୍ତା ହରାଇବ ବଡ଼ ଆଖଡ଼ା ମଠ। କେବଳ ମଠ ଠାକୁରଙ୍କ ବିଜେସ୍ଥଳୀକୁ ଛାଡ଼ିି ଆଉ ସବୁ ନିର୍ମାଣ ମାଟିରେ ମିଶିବ। ତେଣୁ ଏହାକୁ ନେଇ ବେଶ୍‌ ମର୍ମାହତ ଏଠାରେ ରହୁଥିବା ବିଦ୍ୟାର୍ଥୀ। ମଠରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ରହି ପାଠ ପଢୁଥିଲେ। ଯଦିଓ ପ୍ରଶାସନ ସେମାନଙ୍କ ପାଇଁ ରହିବା ସୁବିଧା କରିଛି, କିନ୍ତୁ ତାହାକୁ ନେଇ ବିଦ୍ୟାର୍ଥୀମାନେ ଖୁସି ନାହାନ୍ତି। ଆଗକୁ କେଉଁଠି ରହିବେ, କେମିତି ପଢ଼ିବେ ତାହାକୁ ନେଇ ସେମାନେ ସନ୍ଦିହାନ ହୋଇପଡ଼ିିଛନ୍ତି। ଭବିଷ୍ୟତ ଗଢ଼ିବା ଆଶାରେ ମଠରେ ରହିଥିବା ଏହି ବିଦ୍ୟାର୍ଥୀମାନେ କେବଳ ଦୁଃଖ କରୁଛନ୍ତି ସିନା ହେଲେ ମନ କଥା କାହାକୁ କହିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ପ୍ରେମ

ଝାରସୁଗୁଡା ଅଫିସ/ଲଖନପୁର,୧୨।୧୨(ଡି.ଏନ.ଏ): ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଜଣେ ବିବାହିତା ମହିଳାଙ୍କୁ ବ୍ଲାକମେଲିଂ କରିବା ଯୁବକଙ୍କୁ ମହଙ୍ଗା ପଡିଛି। ପୋଲିସ ବେଙ୍ଗାଲୁରୁରୁ ଗିରଫ କରି ଗୁରୁବାର...

ଆସନ୍ତା ୧୦ ଯାଏ ବର୍ଷା: କ୍ଷତିଗ୍ରସ୍ତ ହେବ ରବି ଫସଲ, ପନିପରିବା ଚାଷ

ଭୁବନେଶ୍ୱର,୬।୨(ବ୍ୟୁରୋ): ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାରଠାରୁ ୧୦ ତାରିଖ ଯାଏ ସ୍ବଳ୍ପରୁ ମଧ୍ୟମ ଧରଣର...

ଏଡିଆର୍‌ଆଇରେ ହେବ କରୋନା ପରୀକ୍ଷା

କଟକ ଅଫିସ୍‌,୧।୫: କଟକ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ(ଏଡିଆର୍‌ଆଇ)ରେ କରୋନା ଭୂତାଣୁ ପରୀକ୍ଷା କରାଯିବ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ...

ଦିଲୀପ ରାୟଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର ତାଙ୍କ ୩ ବର୍ଷର ଜେଲ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ସସ୍‌ପେଣ୍ଡ କରିଛନ୍ତି। ସୂଚନାଯୋଗ୍ୟ,...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ; ଯାଜପୁରରୁ ସର୍ବାଧିକ

ଭୁବନେଶ୍ୱର, ୧।୬(ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତି ଆଣିଛି। ରାଜ୍ୟରେ...

ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଫ୍ୟାମିଲ ପେନ୍‌ସନ୍‌ ପ୍ରଦାନ ମାମଲା: ୩ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୯ା୧୧: ସ୍ବାଧୀନତା ସଂଗ୍ରାମୀଙ୍କ ବିଧବା ସ୍ତ୍ରୀଙ୍କୁ ପେନ୍‌ସନ୍‌ ପ୍ରଦାନ ସମ୍ପର୍କିତ ଏକ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ୩ ସପ୍ତାହ ମଧ୍ୟରେ...

ଜେଲରେ ଅନଶନ, ୧୦ ଅସୁସ୍ଥ

ତାଳଚେର, ୮ା୧୨(ନି.ପ୍ର.)- ଖଣି ବନ୍ଦ ଆନ୍ଦୋଳନ ଯୋଗୁ ଗତ ୫ରେ କଲିୟାରୀ ପୋଲିସ ଡଅଁରା ଗ୍ରାମର ୧୯ ଜଣଙ୍କୁ ଗିରଫ କରିଥିଲା। ପୋଲିସର ଏହି ଗିରଫଦାରୀକୁ...

ଭୁବନେଶ୍ୱର ପରିଦର୍ଶନରେ ଆସୁଛନ୍ତି ସଂସଦୀୟ ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ସହରାଞ୍ଚଳ ବିକାଶକୁ ନେଇ ଗଢାଯାଇଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟିର ୨୦ ଜଣ ସଦସ୍ୟା, ସଦସ୍ୟ ଏବଂ ୫ ଜଣ ସଂସଦୀୟ ବ୍ୟାପାର ଅଧିକାରୀ ଓଡ଼ିଶା...

Advertisement
Archives

Model This Week