ଆଜି ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ: ଏକତରଫା ଚାଲିଛି ପ୍ରସ୍ତୁତି, ହାତ ଟେକି ଦେଇଛି ବିଜେଡି

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୨୧ା୮- ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ଚାଲିଛି ଏକତରଫା ପ୍ରସ୍ତୁତି । ଗତ ରାଜ୍ୟ ସଭା ନିର୍ବାଚନ ଭଳି ଭାଜପାକୁ ସହଯୋଗ କରିିବାକୁ ଯାଇ ବିଜେଡି ହାତ ଟେକି ଦେଇଛି ା ନବନିର୍ବାଚିତ ବିଧାୟିକା ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେଉଥିବା ଆଳ କରି ଅଧ୍ୟକ୍ଷା ପଦବୀ ପାଇଁ କୌଣସି ମୁଣ୍ଡ ଖେଳାଉ ନ ଥିବା ସୂଚନା ଦେଇଛନ୍ତି। ହେଲେ ବାସ୍ତବରେ ଅଧ୍ୟକ୍ଷା ନିର୍ବାଚନରେ ଭାଜପା ସହିତ ବିଜେଡି ଆଉ ଟକ୍କର ଦେବା ପରିସ୍ଥିତିରେ ନ ଥିବାରୁ କାହିଁକି ହାତ ମାରିବେ ଆଉ ପରାଜୟ ହୋଇ ଲୋକଲୋଚନରେ ହିନସ୍ତା ହେବେ ବୋଲି ଚର୍ଚ୍ଚା ହେଉଛି।
ସରକାରୀ ଭାବେ ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ବୁଧବାରକୁ ଧାର୍ଯ୍ୟ ହୋଇଛି ା ଏନେଇ ବରୀ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ସରିଛି ା ଏହି ସମିତି ଅଧ୍ୟକ୍ଷା ପଦବୀ ପୂର୍ବରୁ ଭାଜପା ସମର୍ଥତ୍ତ ପ୍ରାର୍ଥୀ ଦଖଲରେ ରହିଥିଲା। ଅଧ୍ୟକ୍ଷା ସୁନନ୍ଦା ଦାସ ବିଜେଡିରୁ ଟିକେଟ ପାଇ ଗତ ସାଧାରଣ ନିର୍ବାଚନରେ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ସେହିଦିନଠାରୁ ଅଧ୍ୟକ୍ଷା ପଦବୀ ଖାଲି ପଡ଼ିଛି। ଏବେ ଭାଜପା ପୁଣି ଦଖଲରେ ରଖିବାକୁ ସମସ୍ତ ରଣକୌଶଳ କରିଛି। ହେଲେ ବିଜେଡି ଏଥିରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଛି। ଏପରିକି ଏହି ଉପନିର୍ବାଚନରେ ମୁଣ୍ଡ ପୁରାଇବ ନାହିଁ ବୋଲି ବିଧାୟିକା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ପଞ୍ଚାୟତ ସମିତିରେ ମୋଟ ୨୯ ସମିତି ସଭ୍ୟାସଭ୍ୟ ନିର୍ବାଚିତ ହୋଇଛନ୍ତି। ଏହିକ୍ରମରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଭାଜପା ଶିବିରରେ ୧୫ଜଣ ସମିତି ସଭ୍ୟାସଭ୍ୟ ରହିଥିବା ସୂଚନା ମିଳିଛି। ଏହାବାଦ ଅନ୍ୟ ୪ଜଣ ସଭ୍ୟାସଭ୍ୟ ବାହାରେ ରହିଥିଲେ ହେଁ ଭାଜପାକୁ ସମର୍ଥନ ଦେବେ ବୋଲି ସୂଚନା ମିଳିଛି। ବିଧାୟିକା ସୁନନ୍ଦାଙ୍କୁ ବାଦ ଦେଲେ ୨୮ଜଣ ସମିତି ସଭ୍ୟାସଭ୍ୟ ନିର୍ବାଚନରେ ସାମିଲ ହେବେ। ତେଣୁ ମ୍ୟାଜିକ ନମ୍ବର ୧୫ ହେଲେ ସେହିଦଳ ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷା ପଦବୀରେ ଅଳଙ୍କୃତ ହେବେ ା ଏହି ଦୃଷ୍ଟିରୁ ଭାଜପା ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷା ହେବାର ସ୍ପଷ୍ଟ ହୋଇ ସାରିଛି ା ତେବେ ଭାଜପା ପକ୍ଷରୁ କାହାକୁ ପ୍ରାର୍ଥୀନୀ କରାଯିବ ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ା ଏଠାରେ ସୂଚନାଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ ବରୀ ନିର୍ବାଚନ ମଣ୍ଡଳିରେ ବିଜେଡି ଓ ଭାଜପା ମଧ୍ୟରେ କାଟେଁ କା ଟକ୍କର ହୋଇଥିଲା ା ବିଜେଡି ପ୍ରାର୍ଥୀ ସୁନନ୍ଦା ମାତ୍ର ୪୦୬୨ ଭୋଟରେ ଭାଜପା ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପରାସ୍ତ କରିଥିଲେ। ତେବେ ସାନି ମତଦାନରେ ଏହି ଅଙ୍କ ଓଲଟପାଲଟ ହୋଇଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଏଥିଯୋଗୁ ବିଜେଡି ଚଳିତ ସମିତି ଅଧ୍ୟକ୍ଷା ଉପ ନିର୍ବାଚନରେ ଆଉ ରିସ୍କ ନେବାକୁ ଚାହୁଁ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri