ଆଜି ଧନତେରସ; ଶୋ’ରୁମ ଦେଉଛନ୍ତି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୫-୧୦(ବ୍ୟୁରୋ): ଧନତେରସରେ ସୁନା କିଣିଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଚଳିତ ବର୍ଷ ଶୁକ୍ରବାର ଧନତେରାସ ପଡୁଥିବାରୁ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ରାଜ୍ୟର ପ୍ରମୁଖ ଶୋ’ରୁମଗୁଡିକ ପ୍ରସ୍ତୁତ ହୋଇଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ମନଲୋଭା ଅଫର ସହ ଅନ୍ୟାନ୍ୟ ଗ୍ରାହକ କୈନ୍ଦ୍ରିକ ପଦକ୍ଷେପ ଏମାନେ ଗ୍ରହଣ କରିଥିବା ଜଣାପଡିଛି। ହେଲେ ବୁଧବାରଠାରୁ ବର୍ଷା ଲାଗି ରହିଥିବାରୁ ଏହା କାରବାର ଉପରେ କି ପ୍ରଭାବ ପକାଇଛି ତାହା ଦେଖିବାକୁ ବାକି ରହିଲା। ଏହି ସମୟରେ ସବୁ ବର୍ଗ କିଛି କିଛି ସୁନା କିଣିବାକୁ ପସନ୍ଦ କରିଥାନ୍ତି। ବଜାରରେ ମାନ୍ଦାବସ୍ଥା ଥିବାରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଜୁଏଲର୍ସ ବିଭିନ୍ନ ଅଫର ଡିଜାଇନ କରିଥିବା ଜଣାପଡିଛି। ମଧ୍ୟମବର୍ଗ ପରିବାରଗୁଡିକର ସୁନା କ୍ରୟକୁ ଧ୍ୟାନରେ ରଖି ସ୍ବତନ୍ତ୍ର ଡିଜାଇନର ଗହଣା ମଧ୍ୟ ବଜାରକୁ ଆସିଛି। ଲାଇଟଓ୍ବେଟ ଜୁଏଲେରିକୁ ମଧ୍ୟମବର୍ଗ ପରିବାରଗୁଡିକ ବେଶ୍‌ ପସନ୍ଦ କରୁଥିବା ଜଣାପଡିଛି।
ଜୁଏଲର୍ସଙ୍କ ସୂଚନା ମୁତାବକ, ନିତିଦିନିଆ ବ୍ୟବହାର ଲାଗି ବଜାରରେ ୧୮ କ୍ୟାରେଟ ସୁନାର ଗହଣା ଆସିଛି। ଏହାକୁ ଗ୍ରାହକ ଚୟନ କରିପାରିବେ। ୨୪ କ୍ୟାରେଟ ସୁନା ବଜେଟ ସାଧାରଣତଃ ଅଧିକ ରହୁଥିବାରୁ ଏହାକୁ କିଛି ବର୍ଗର ଲୋକ ପସନ୍ଦ କରୁଛନ୍ତି। ଏକ୍ଷେତ୍ରରେ ୨୨ କ୍ୟାରେଟ ସୁନା ଲୋକଙ୍କର ଅଧିକ ପସନ୍ଦଯୋଗ୍ୟ ହେଉଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୨ କ୍ୟାରେଟ ସୁନା ଗହଣାର ମୂଲ୍ୟ ବଢିଥିବା ଜଣାପଡିଛି। ଏହି ସମୟରେ ଶୋ’ରୁମ୍‌ଗୁଡିକରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଅନ୍ୟତମ ପ୍ରମୁଖ ଜୁଏଲର୍ସ ଅରୁନ୍ଧତୀ ଜୁଏଲର୍ସ ସର୍ବଶ୍ରେଷ୍ଠ ଧନତେରସ୍‌ ଅଫର ଆଣିଛି। ହଲ୍‌ମାର୍କ ସୁନାଗହଣା କ୍ରୟରେ ଗ୍ରାହକ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ। ପ୍ରତି କ୍ରୟରେ ମାଗଣା ଗୋଲ୍ଡ କଏନ, ସିଲଭର କଏନ, ଲଣ୍ଡନ ଭ୍ରମଣ ଏବଂ ଲକ୍ଷପତି ହେବାର ସୁଯୋଗ ରହିଛି। ସେହିଭଳି ପ୍ରମୁଖ ଜୁଏଲେରି ଚେନ୍‌ ଖିମଜୀ ଧନତେରସ ଅଫରରେ ସୁନା ଗହଣାର ମୋଟ ମୂଲ୍ୟରେ ୫.୪% ଫ୍ଲାଟ ରିହାତି ଦେଉଛି। ହୀରା ଉପରେ ଫ୍ଲାଟ ୨୦% ରିହାତି ଏବଂ ରୁପା ଗହଣାର ଗଢାମୂଲ୍ୟରେ ଫ୍ଲାଟ ୫୦% ରିହାତି ରହିଛି। ୯୯୯ ସ୍କିମରେ ଗୋଲ୍ଡ ଏବଂ ସିଲଭର କଏନ ସହ ବାଏ ବ୍ୟାକ୍‌ ଗ୍ୟାରେଣ୍ଟି ଖିମଜୀ ପ୍ରଦାନ କରୁଛି।
ତନିଷ୍କ ପକ୍ଷରୁ ଦୀପାବଳି ଅଫରରେ ଗ୍ରାହକ ସୁନାଗହଣାର ଗଢା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ହୀରା ଗହଣା ମୋଟ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ରହିଛି। ଏହା ନୂଆ ଭିରାସତ କଲେକ୍ସନ ଆଣିଛି। କଲ୍ୟାଣ ଜୁଏଲର୍ସ ଏହାର ଶୋ’ରୁମଗୁଡିକରେ ୩ ଲକ୍ଷ ଗୋଲ୍ଡ କଏନ ପ୍ରଦାନ କରିବାର ବ୍ୟବସ୍ଥା କରିଛି। ସାପ୍ତାହିକ ଲକି ଡ୍ର ସହ ଭାଗ୍ୟଶାଳୀ ବିଜେତା ଏବଂ ସୁନାଗହଣାର ଗଢାମୂଲ୍ୟ ୧୯୯ ଟଙ୍କାରୁ ଆରମ୍ଭ ହେଉଛି। ଷ୍ଟଡେଡ ଜୁଏଲେରି କ୍ରୟରେ ମାଗଣା ଗୋଲ୍ଡ କଏନ, ବିଗ୍‌ ଡାଇମଣ୍ଡ ସେଲ୍‌ ଫ୍ଲାଟ ୨୦% ରିହାତି ଏହା ଦେଉଛି। ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଧନତେରସ ଧନବୃଦ୍ଧି ଉତ୍ସବ ଆଣିଛି। ପ୍ଲାଟିନମ ଅଳଙ୍କାର ଗଢା ମୂଲ୍ୟ ଉପରେ ୨୦%, ସୁନା, ରୁପା ଅଳଙ୍କାର ଉପରେ ଅଫର ସହ ଏସ୍‌ବିଆଇ କ୍ରେଡିଟ କାର୍ଡରେ ୫% ଅଫର ଏହା ଦେଉଛି। ସେହିଭଳି ରିଲାଏନ୍ସ ଜୁଏଲଲ୍ସ ନୂୂଆ ଅତୁଲ୍ୟ କଲେକ୍ସନ ଆଣିଛି। ସୁନା ଗହଣା ଗଢାମୂଲ୍ୟ ଉପରେ ଫ୍ଲାଟ ୨୫% ରିହାତି, ହୀରା ଗହଣା ଉପରେ ୨୫% ପର୍ଯ୍ୟନ୍ତ, ସୁନା କଏନ ଗଢଣ ଉପରେ ଫ୍ଲାଟ ୨୫%, ସୁନାଗହଣାର ଗଢାମୂଲ୍ୟ ଏବଂ ହୀରା ଗହଣା ମୂଲ୍ୟ ବାବଦ ୫ ଲକ୍ଷ ଇନଭଏସରେ ଅତିରିକ୍ତ ୫% ରିହାତି ସୁବିଧା ପ୍ରଦାନ କରାଯାଉଥିବା ଶୋ’ରୁମ୍‌ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri