ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ୧୦ ବର୍ଷ ପରେ ବି ହୋଇପାରୁନି ପଞ୍ଜୀକରଣ

ବ୍ରହ୍ମପୁର ଅଫିସ,୧ା୫-ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ତଥା ଆର୍ଥତ୍କ, ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି| ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଓ ସୁଦୃଢ କରିବାକୁ ମାଳ ମାଳ ଯୋଜନା ମଧ୍ୟ ହାତକୁ ନିଆଯାଉଛି। ଏଥିପାଇଁ   ୨୦୦୯ରୁ ରାଜ୍ୟ ସରକାରଙ୍କ କୋଠାବାଡି ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ସହ ୨୦୧୩ ରୁ ନିର୍ମାଣ ଶ୍ରମିକ ବୋର୍ଡ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସହାୟତା ପ୍ରଦାନର ମଧ୍ୟ ବ୍ୟବସ୍ଥା ରହିଛି ା କିନ୍ତୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ୧୦ ବର୍ଷ ବିତିବା ପରେ ମଧ୍ୟ ଏଯାଏ ରାଜ୍ୟର ସମସ୍ତ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରିବାରେ ରାଜ୍ୟ ସରକାର ଅସମର୍ଥ ହୋଇଛନ୍ତି ା

ମିଳିଥିବା ସୂଚନା ପ୍ରକାରେ, ୨୦୦୯ରୁ ୨୦୧୮ -୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବ୍ରହ୍ମପୁର ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ୯୩,୩୯୬ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇଛି ା ସେଥିମଧ୍ୟରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୧୩,୯୩୫ ନୂତନ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜୀକୃତ କରାଯାଇଛି। ସେମାନଙ୍କ ମଧ୍ୟରୁ ଚଳିତ ବର୍ଷ ମାତ୍ର ୨୭ ହଜାର ଶ୍ରମିକଙ୍କୁ   ସହାୟତା ପ୍ରଦାନ କରାଯିବାରେ ବିଭାଗ ସକ୍ଷମ ହୋଇଛି ା ଅନ୍ୟପଟେ  ଏବେ ବି ଅନେକ ପଞ୍ଜୀକୃତ ନିର୍ମାଣ ଶ୍ରମିକ ବୋର୍ଡ ପକ୍ଷରୁ ପ୍ରଦାନ କରାଯାଉଥିବା ସନ୍ତାନଙ୍କ ଶିକ୍ଷା, କନ୍ୟାସନ୍ତାନଙ୍କ ବିବାହ ସମେତ ଶ୍ରମିକଙ୍କୁ ଦୁର୍ଘଟଣା ଜନିତ  ସହାୟତା, ଯନ୍ତ୍ରପାତି କ୍ରୟ, ପକ୍କାଘର ନିର୍ମାଣ ଜନିତ ସହାୟତା ପାଇବାରୁ  ବଞ୍ଚିତ ରହିଥିବା ଦୃଷ୍ଟାନ୍ତ ରହିଛି ା ତେବେ ଏହି ବଳକା ପଞ୍ଜୀକୃତଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ବୋର୍ଡ ତଥା ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବାକୁ ଦାବି ଜୋର ଧରିଛି ା

ବ୍ରହ୍ମପୁର ଜିଲା ଶ୍ରମ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ୨୦୧୮-୧୯ ଆର୍ଥିକ ବର୍ଷର ବିଭିନ୍ନ କ୍ଷେତ୍ରରେ ୨୭ ହଜାରରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ୧୪ କୋଟି ୭୮ ଲକ୍ଷ ୩୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ା ସେଥିମଧ୍ୟରେ  ୮୮୭୧ ଜଣଙ୍କୁ ୪ କୋଟି ୫୦ ଲକ୍ଷ ୯୧ ହଜାର ଟଙ୍କାର ସନ୍ତାନଙ୍କ ଶିକ୍ଷା ଜନିତ ସହାୟତା, ୪୮୩ ଜଣଙ୍କୁ ୧ କୋଟି ୨୦ ଲକ୍ଷ ୭୫ ହଜାର ଝିଅ ବିବାହ ଜନିତ ସହାୟତା ପ୍ରଦାନ କରାଯାଇଛି ା ସେହିପରି ୧୮୮ଜଣଙ୍କୁ ୧ କୋଟି ୯୬ ଲକ୍ଷ ୮୬ ହଜାର  ଟଙ୍କାର ମୃତ୍ୟୁ ଜନିତ ସହାୟତା, ୧୩,୧୬୯ ଜଣଙ୍କୁ ୫ କୋଟି ୨୫ ଲକ୍ଷ ୩୭ ହଜାର ୮୮ଟଙ୍କାର ସାଇକେଲ ସହାୟତା ମିଳିଛି ା ୮୦ ଜଣଙ୍କୁ ୭ ଲକ୍ଷ ୯୨ ହଜାରର ପ୍ରସୂତି କାଳୀନ ସହାୟତା, ୧୮୬୩ ଜଣଙ୍କୁ ୯୩ ଲକ୍ଷ ୧୫ ହଜାର ଟଙ୍କା ଯନ୍ତ୍ରପାତି କ୍ରୟ ଜନିତ ସହାୟତା ପ୍ରଦାନ କରାଯାଇଥିବା ଜିଲା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ନିର୍ମାଣ ଶ୍ରମିକଙ୍କ ପକ୍କାଘର ଯୋଜନାରେ ଜିଲାରେ ୨୮୮୬ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୦୦ ଜଣଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଥିବା ଜିଲା ଶ୍ରମ ଅଧିକାରୀ(ଡିଏଲଓ) ବାବୁ ଚରଣ ପାତ୍ର କହିଛନ୍ତି ା ଆଗାମୀ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ପକ୍କାଘର ସହାୟତା ପ୍ରଦାନ କରାଯିବାର ଯୋଜନା ରହିଥିବା ସୂଚାଇଛନ୍ତି ା ଚଳିତ ବର୍ଷ  ବ୍ଲ୍ଳକସ୍ତରରେ ଶ୍ରମ ବିଭାଗ ପକ୍ଷରୁ କରାଯାଇଥିବା ବିିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ପିଠା ଯୋଜନା ମାଧ୍ୟମରେ ବିଗତ ବର୍ଷ ତୁଳନାରେ ଅଧିକ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛି। ବିଗତ ବର୍ଷ ତୁଳନାରେ ଚଳିତ ଥର ଅଧିକ ଶ୍ରମିକଙ୍କୁ ସହାୟତା  ମଧ୍ୟ ପ୍ରଦାନ କରାଯାଇଥିବା ପାତ୍ର କହିଛନ୍ତି। ବଳକା ଥିବା ତଥା ଅପହଞ୍ଚ  ବା ବିଭିନ୍ନ ଦଲାଲଙ୍କ ଯୋଗୁ ପଞ୍ଜୀକୃତ ଓ ସହାୟତା ପାଇବାରୁ ବଞ୍ଚିତ ଶ୍ରମିକଙ୍କ ନିକଟରେ ମଧ୍ୟ ପହଞ୍ଚିବାକୁ ପ୍ରୟାସ ଜାରି ରହିଛି ବୋଲି ଡିଏଲଓ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା: ୩ ଜଣ ଖସିଯାଇଥିବା ସନ୍ଦେହ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦୁଲ ଗ୍ରାମରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ବାଡେଇ ବାଡେଇ ଗୁରୁତର କରି…

୬୮୦ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମିଳିଲା ତାଲିମ୍‌ 

ଦିଗପହଣ୍ଡି,୧୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା – ୨୦୨୫ ଓ ୨୦୨୦…

ଅନଲାଇନ ଠକେଇରୁ କେମିତି ପାଇବେ ରକ୍ଷା

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖା ପକ୍ଷରୁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କାଙ୍କ ବିୟୋଗରେ ଶୋକ

ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର…

ମୋବାଇଲ ସିଡିଆର ପକେଇଲା ଧରା: ଫେରାର ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା କଡ଼ରେ ଥିବା ଗଣେଶ ରାଇସ୍‌ ମିଲ ନିକଟରୁ ମୁମ୍ବାଇ ସମତାନଗର ଥାନା ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କ ଅନ୍ତରଙ୍ଗ ମୁହର୍ତ୍ତର ଫୋଟୋ ଭାଇରଲ ଧମକ: ବନ୍ଧାହେଲେ ପୋଲିସ ଏଏସ୍‌ଆଇ

ବ୍ରହ୍ମପୁର,୧୩।୨(ସୁବାସଚନ୍ଦ୍ର ପାଢ଼ୀ):ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ବନ୍ଧୁତା ରଖି ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ବ୍ଲାକମେଲ ଅଭିଯୋଗରେ ବନ୍ଧାହେଲେ ଜଣେ ପୋଲିସ ଏଏସ୍‌ଆଇ । ଅଭିଯୁକ୍ତ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri