ଆଜି ଅନ୍ତର୍ଜାତୀୟ ମାତୃ ଦିବସ: ଦୁନିଆର ସବୁଠୁ ଆପଣାର ମା’

ମା’ଙ୍କ ସହ ବିତିଥିବା ପ୍ରତି ମୁହୂର୍ତ୍ତ ସ୍ମରଣୀୟ
କେବଳ ଗୋଟିଏ ଦିନ ନୁହେଁ, ପ୍ରତ୍ୟେକ ଦିନ ମାତୃ ଦିବସ। ମା’ଙ୍କ ପାଇଁ ହିଁ ସମସ୍ତେ ଏହି ଦୁନିଆକୁ ଆସିଛନ୍ତି। ଯେତେ ରାଗ, ରୁଷା, ଅଭିମାନ ଥିଲେ ବି ମା’ ହିଁ ଜଣେ, ଯିଏ ଆମର ଯତ୍ନ ନିଏ ଓ ସବୁକଥା ବୁଝିଥାଏ। ଆଉକେହି ବି ମା’ ପରି ନୁହେଁ। ମା’ ନ ଥିଲେ ଦୁନିଆ ନାହିଁ ଓ ସବୁରି ମୂଳରେ ମା’। ଯେତେ କହିଲେ ବି ମା’ ବିଷୟରେ କହିବା ଅବର୍ଣ୍ଣନୀୟ। ମୋ ମା’ କଳ୍ପନା ଦାସଙ୍କ ସହ ବିତିଯାଇଥିବା ପ୍ରତି ମୂହୁର୍ତ୍ତ ମୋ ପାଇଁ ସ୍ମରଣୀୟ ଓ ସ୍ବତନ୍ତ୍ର।
-ସ୍ବରାଜ ବାରିକ, ଅଭିନେତା

 

ଆମେ ଦୁଇଜଣ ଭଲ ସାଙ୍ଗ
ମା’ର ସ୍ଥାନ ସବୁଠୁ ସ୍ବତନ୍ତ୍ର। ମା’ ଝିଅର ସମ୍ପର୍କଠାରୁ ଆମେ ଦୁଇଜଣ ବହୁତ ଭଲ ସାଙ୍ଗ। ମୋର ସବୁ ସମସ୍ୟାରେ ସମାଧାନର ବାଟ ଦେଖାଇଥାନ୍ତି ମୋ ମା’। ସାନ ଭଉଣୀ, ମା’ ଓ ମୁଁ ସବୁବେଳେ ମଜାମସ୍ତି, ବୁଲିବା ସହ ଅନେକ ମୂହୁର୍ତ୍ତ କାଟିଛୁ। ଆମ ପାଇଁ ସବୁଦିନ ସ୍ମରଣୀୟ। ଆମେ ଦୁଇଜଣ ଏକା ସାଙ୍ଗେ ବହୁତଥର ବିଦେଶ ଯାତ୍ରା କରିଛୁ। ଏୟାରପୋର୍ଟ ହେଉ କି ଡିଜିଟାଲ କ୍ୟାମ୍ପ, ସବୁଠି ମା’ଙ୍କ ସହ ମଜା ନେଇଛି। ମୋ ମା’ ବୈଜୟନ୍ତୀ ମିଶ୍ର ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ଓ ଭଲ ଗୃହିଣୀ ମଧ୍ୟ।
-ଶିବାନୀ ସଙ୍ଗୀତା, ଅଭିନେତ୍ରୀ

 

ବୋଉ ମୋ ପାଇଁ ସବୁକିଛି
ମୋ ବୋଉ ହରପ୍ରିୟା ଆଚାର୍ଯ୍ୟ ମୋ ପାଇଁ ସବୁକିଛି। ତା’ କରଜ କେବେ ଶୁଝି ହେବ ନାହିଁ। ତା’ଠୁ ସବୁକିଛି ଆରମ୍ଭ। ସବୁ ପରିସ୍ଥିତି, ସବୁ ସମୟରେ ଜିଇଁବା ତା’ଠୁ ଶିଖୁ। ତା’ର କୌଣସି ବିକଳ୍ପ ନାହିଁ। ବୋଉଙ୍କ ସହ ମୋର ସବୁ ମୂହୁର୍ତ୍ତ ସ୍ବତନ୍ତ୍ର। ବିଶେଷକରି ବୋଉ ବାପାଙ୍କ ବିବାହ ବାର୍ଷିକୀ ମୋତେ ସବୁଠୁ ଅଧିକ ଖୁସି ଦେଇଥାଏ।
-ସମ୍ବିତ ଆଚାର୍ଯ୍ୟ, ଅଭିନେତା

 

ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟି ମା’
ଭଗବାନଙ୍କର ସ୍ବତନ୍ତ୍ର ଓ ଶ୍ରେଷ୍ଠ ସୃଷ୍ଟି ମା’। ଆଉ କିଛି ବୋଧେ ତା’ଠାରୁ ଭଲ ଭଗବାନ ସୃଷ୍ଟି କରିପାରି ନ ଥାନ୍ତେ। ମୋ ମାମା ସ୍ବର୍ଣ୍ଣଲତା ମିଶ୍ର ମୋ ପାଇଁ ଶ୍ରେଷ୍ଠ। ତାଙ୍କଠାରୁ ମୁଁ ସବୁକିଛି ଶିଖିଛି। ସେ ଜଣେ ବ୍ୟାଙ୍କ କର୍ମଚାରୀ। ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ କିପରି ପରିଚାଳନା କରିହୁଏ ତାହା ତାଙ୍କଠାରୁ ଶିଖିଛି। ମୋ ଜୀବନର କିଛି ବି ସମସ୍ୟା ହେଲେ ମୁଁ କହିବା ଆଗରୁ ସେ ସବୁକିଛି ଜାଣିପାରିଥାଏ। କେବଳ ମୋ ମାମା ନୁହେଁ, ସଂସାରର ସବୁ ମା’ ତାଙ୍କ ପିଲାର ଅସୁବିଧାକୁ ଆଗ ଜାଣିପାରିଥା’ନ୍ତି। ମାତୃ ଦିବସ ଉପଲକ୍ଷେ ସେହି ମାମାନଙ୍କୁ ମୋର ଶତଶତ ପ୍ରଣାମ।
-ପୁନମ ମିଶ୍ର, ଅଭିନେତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri