ଆଜିର ଅର୍ଥନୀତି/ ବାହାପିଆ କଥା

ଚଳିତ ମାସରେ ଅନୁଷ୍ଠିତ ନୀତି ଆୟୋଗର ପଞ୍ଚମ ଗଭର୍ନିଂ କାଉନ୍‌ସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଇଚ୍ଛା ପ୍ରକଟ କରିଛନ୍ତି କି ୨୦୨୪ ବା ତାଙ୍କ ବର୍ତ୍ତମାନ ସରକାରର ଅବଧି ଶେଷ ହେଉଥିବା ବର୍ଷ ସୁଦ୍ଧା ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଦେଶରେ ପରିଣତ ହେବ। ଏପରି ଇଚ୍ଛା କାନକୁ ତ ଭଲ ଶୁଣାଯାଉଛି କିନ୍ତୁ ଲକ୍ଷ୍ୟ ହାସଲ କରିବା ସହଜ ନୁହେଁ। ଏହି ଲକ୍ଷ୍ୟ ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ। ଖୁବ୍‌ ଉଚ୍ଚ ଅଭିଳାଷ ପୋଷଣ କରିବାରେ କିଛି କ୍ଷତି ନାହିଁ। କିନ୍ତୁ ପ୍ରକ୍ରିୟା ଏତେ ଲମ୍ବିବା ଉଚିତ ନୁହେଁ, ଯାହା ବିପରୀତ ଫଳ ପ୍ରଦାନ କରିବାର ସମ୍ଭାବନା ଥିବ। ଅତୀତରେ ଏଭଳି ଅନେକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ, ଅଥଚ ତାହା ଫଳବତୀ ହେବାର କୌଣସି ସୂଚନା ଏଯାବତ୍‌ ଦେଖିବାକୁ ମିଳୁନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୁରି ଅନେକ ଲକ୍ଷ୍ୟ ଓ ଲକ୍ଷ୍ୟ ହାସଲର ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସବୁ ଗାଁକୁ ବିଜୁଳି, ସମସ୍ତଙ୍କୁ ପକ୍କାଘର, ଶତ ପ୍ରତିଶତ ଲୋକଙ୍କ ପାଖରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବା, ଦେଣନେଣର ସମ୍ପୂର୍ଣ୍ଣ ଡିଜିଟାଲୀକରଣ ପ୍ରଭୃତି ସେଗୁଡ଼ିକ ଭିତରୁ ଅନ୍ୟତମ। ମାତ୍ର ଅଧିକାଂଶ କ୍ଷେତ୍ରରେ ଲକ୍ଷ୍ୟ ହାସଲଠାରୁ ସରକାର ବହୁ ଦୂରରେ ଅଛନ୍ତି। ସରକାର ଦୁଇ ଅଙ୍କବିଶିଷ୍ଟ ଅଭିବୃଦ୍ଧି ହାସଲ କରିବା କଥା କହିଆସୁଛନ୍ତି। କିନ୍ତୁ ଅଭିବୃଦ୍ଧି ବଢ଼ିବ କ’ଣ ଆମେ ତାହା କମିବା ହିଁ ଦେଖୁଛୁ। ତେଣୁ ଏପରି ଉଚ୍ଚାଭିଳାଷୀ ଲକ୍ଷ୍ୟ ପୋଷଣ କରିବା ନିରର୍ଥକ। ସାମ୍ପ୍ରତିକ ମାନ୍ଦାବସ୍ଥାରୁ ଅର୍ଥନୀତିକୁ କିପରି ମୁକୁଳାଇବାକୁ ହେବ ସେ ଦିଗରେ ଆମେ ତତ୍କାଳ ପଦକ୍ଷେପ ନେବା ଏବଂ ମଧ୍ୟବର୍ତ୍ତୀ ଅବଧିରେ ଏହାକୁ ବାର୍ଷିକ ୮ ପ୍ରତିଶତ ଉପରକୁ ନେବା ପାଇଁ ଗୁରୁତ୍ୱ ଦେବା ଆବଶ୍ୟକ। ଦୁଇ ଅଙ୍କବିଶିଷ୍ଟ ଅଭିବୃଦ୍ଧି କଥା ଆଗରୁ ମଧ୍ୟ କୁହାଯାଉଥିଲା, କିନ୍ତୁ ତାହା ସମ୍ଭବ ହୋଇ ନାହିଁ। ପର୍ଯ୍ୟାୟକ୍ରମେ ଅଭିବୃଦ୍ଧି ବଢ଼ିପାରିବ। ଭାରତର ଜିଡିପି ବର୍ତ୍ତମାନ ପ୍ରାୟ ୨.୮୦ ଟ୍ରିଲିୟନ ଡଲାର ଅଛି। ଭାରତର ଜିଡିପି ୫ ଟ୍ରିଲିୟନ ଡଲାର ଛୁଇଁବାକୁ ହେଲେ ଆସନ୍ତା ଛଅବର୍ଷ ଭିତରେ ଦେଶର ଉତ୍ପାଦନ ୮୫ ପ୍ରତିଶତ ବୃଦ୍ଧିପାଇବା ଦରକାର, ଯାହା ଗତ ଛଅବର୍ଷ ଭିତରେ ୪୭ ପ୍ରତିଶତ ବୃଦ୍ଧି ପାଇଛି। ଆସନ୍ତା ଛଅବର୍ଷ ଭିତରେ ଜିଡିପି ୫ ଟ୍ରିଲିୟନ ଡଲାର ହେବା ମାନେ ବାର୍ଷିକ ଅଭିବୃଦ୍ଧି ହାର ୧୧ ପ୍ରତିଶତକୁ ବୃଦ୍ଧି ପାଇବା। କିନ୍ତୁ ଆସନ୍ତା ଦୁଇବର୍ଷ ଭିତରେ ଏହା ୮ ପ୍ରତିଶତ ହେବା ମଧ୍ୟ ସହଜସାଧ୍ୟ ମନେହେଉ ନାହିଁ। ଚଳିତବର୍ଷର ପ୍ରଥମ ତ୍ରିମାସୀରେ ଅଭିବୃଦ୍ଧି ହାର ୬ ପ୍ରତିଶତ ତଳକୁ ଚାଲିଯାଇଛି।
ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ଅନେକ ପ୍ରସ୍ତୁତିର ଆବଶ୍ୟକତା ରହଛି। ଅନେକ ସଂରଚନାତ୍ମକ ପ୍ରସଙ୍ଗ ଅଭିବୃଦ୍ଧିର ପଥରୋଧ କରୁଛି। ଉଦାହରଣସ୍ବରୂପ ଆମ ଆର୍ଥିକ ବ୍ୟବସ୍ଥା ଦୁର୍ବଳ ରହିଆସିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମସ୍ୟା ଆର୍ଥିକ ସମସ୍ୟାକୁ ବହୁଗୁଣିତ କରୁଛି। ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ (ଏନ୍‌ବିଏଫ୍‌ସି)ଗୁଡ଼ିକ ଆଇଏଲ୍‌ ଓ ଏଫ୍‌ଏସ୍‌ (ଇନ୍‌ଫ୍ରାଷ୍ଟ୍ରକ୍ଚର ଲିଜିଂ ଓ ଆର୍ଥିକ ସେବା) ପରି ଗୋଳମାଳିଆ ଅବସ୍ଥାରେ ଅଛନ୍ତି। ଘରୋଇ-ସରକାରୀ ସହଭାଗିତା (ପିପିପି) ମଡେଲଗୁଡ଼ିକର ନିଜର ସମସ୍ୟା ରହିଛି। କର୍ପୋରେଟ୍‌ ଆୟ ନିରୁତ୍ସାହଜନକ। ଘରୋଇ ଉଦ୍ୟୋଗଗୁଡ଼ିକ ଆବଶ୍ୟକତାଠାରୁ ଅଧିକ ଉତ୍ପାଦନ କ୍ଷମତାଜନିତ ସମସ୍ୟାରେ ପୀଡ଼ିତ। ଉଦାହରଣସ୍ବରୂପ ଶକ୍ତି କ୍ଷେତ୍ର ଠିକ୍‌ଭାବରେ ଚାଲିପାରୁ ନାହିଁ। ଏହାର ଉତ୍ପାଦନ କ୍ଷମତା ଯେତିକି ତା’ର ପ୍ରାୟ ୫୦ ପ୍ରତିଶତ ମାତ୍ର ବିନିଯୋଗ ହୋଇପାରୁଛି, ଯେତେବେଳେ କି ଦେଶର ଅନେକ ଅଞ୍ଚଳ ବିଦ୍ୟୁତ୍‌ ଅଭାବରୁ ଅନ୍ଧାରରେ ରହୁଛି। ଯଦି ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ନ ପାଏ, ତେବେ ନିଯୁକ୍ତି ବଜାର ସଙ୍କୁଚିତ ହୋଇରହିବ। ଏଗୁଡ଼ିକର ପୂର୍ଣ୍ଣ କ୍ଷମତାର ଉପଯୋଗ ହୋଇ ନ ପାରିଲେ ଅଧିକ ପୁଞ୍ଜିଲଗାଣ ପାଇଁ ସୁଯୋଗ ମିଳିବ ନାହିଁ। ଅଭିବୃଦ୍ଧିକୁ ବଢ଼ାଇବାକୁ ହେଲେ ଚାହିଦା ବୃଦ୍ଧି ପାଇବା ଦରକାର, ଯାହା ଉଚ୍ଚତର ଉପଭୋଗ ଉପରେ ନିର୍ଭରଶୀଳ। ଯଦି ଲୋକଙ୍କ ପକେଟ୍‌ରେ ଖର୍ଚ୍ଚ କରିବା ପାଇଁ ଯଥେଷ୍ଟ ଟଙ୍କା ନ ରହେ ତେବେ ତାହା ସମ୍ଭବ ହେବ ନାହିଁ। ଭଲ ମୌସୁମୀ ବର୍ଷା ନ ହେଲେ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇବ ନାହିଁ। ଆହୁରି ମଧ୍ୟ ଆମର ଆର୍ଥିକ ସମୃଦ୍ଧି ପାଇଁ ରପ୍ତାନି ବୃଦ୍ଧି ସହ ସୁସ୍ଥ, ସୁଶିକ୍ଷିତ ଓ ଉତ୍ପାଦନଶୀଳ ଲୋକଶକ୍ତିର ଆବଶ୍ୟକତା ରହିଛି। ଏଥିସହ ଆମ ଦେଶରେ ଭୂମି ଓ ଶ୍ରମ ସଂସ୍କାର ଜରୁରୀ। କିନ୍ତୁ ଏଗୁଡ଼ିକୁ ଆମ ସରକାର ପ୍ରାଥମିକତା ଦେଉନାହାନ୍ତି। ଅଭିବୃଦ୍ଧି ଲକ୍ଷ୍ୟ ହାସଲ ପାଇଁ ସରକାର ସମସ୍ତ ଆର୍ଥିକ ଅଳିଆ ସଫା କରିବା ସହ ଗୁରୁତ୍ୱପୂର୍ଣ୍ଣ ସଂସ୍କାରଗୁଡ଼ିକ ପ୍ରତି ଦୃଷ୍ଟିଦେବା ଆବଶ୍ୟକ। ତା’ ନ ହେଲେ ପାଞ୍ଚବର୍ଷରେ ଭାରତକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବା ପାଇଁ ସରକାରଙ୍କ ଉଚ୍ଚାଭିଳାଷ କେବଳ ବାହାପିଆଙ୍କ ବାରବାଟି ଚାଷ ପରି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri