ଆଜିର ଅର୍ଥନୀତି/ ଆହୁରି ସଂସ୍କାର ଲୋଡ଼ା

ସମ୍ପ୍ରତି ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ କିପରି ମୁକାବିଲା କରାଯିବ, ସେ ନେଇ ସରକାର କିଛି ବାଟ ପାଉ ନ ଥିବା ମନେହେଉଛି। ଏହା ବିଭିନ୍ନ ବର୍ଗର ଲୋକଙ୍କ ଭାବନାକୁ ସୁହାଇଲା ଭଳି ଯାହା କିଛି ବିକ୍ଷିପ୍ତ ପଦକ୍ଷେପ ନେଇଛନ୍ତି, ତାହା ଏଯାଏ ବିଶେଷ କିଛି କାମ ଦେଇନାହିଁ। ସରକାର ଜାଣନ୍ତି ଯେ, ଉଗ୍ର ଜାତୀୟତା ଓ ଦେଶର ସୁରକ୍ଷାକୁ ନେଇ ଲୋକଙ୍କ ମାନସିକ ଉଦ୍‌ବେଗକୁ ବଢ଼େଇ ତୋଳିଲେ ତାହାଦ୍ୱାରା ଲୋକମାନେ କିଛି କାଳ ହୁଏତ ଅର୍ଥନୈତିକ ସମସ୍ୟାକୁ ଛାଡ଼ି ସେହି ବିଷୟକ ଚିନ୍ତାରେ ନିମଗ୍ନ ରହିବେ, କିନ୍ତୁ ଏହାର ବି ସୀମା ଅଛି। ଅଟୋମୋବାଇଲ ସମେତ ବିଭିନ୍ନ ଶିଳ୍ପ କ୍ଷେତ୍ର ଏବେ ଭୀଷଣ ମାନ୍ଦାବସ୍ଥା ଦେଇ ଗତି କରୁଛି। ଉତ୍ତର ଭାରତର ବୃହତ୍‌ ରାଜ୍ୟଗୁଡ଼ିକ ଏବେ ବନ୍ୟା ବିତ୍ପାତରେ ଜର୍ଜରିତ। ସେହିସବୁ ରାଜ୍ୟର ଲକ୍ଷ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଓଡ଼ିଶାରେ ୧୦ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଥିଲେ ମଧ୍ୟ ଏହାଦ୍ୱାରା ଫସଲ ଭଲ ହେବ ବୋଲି କୌଣସି ନିଶ୍ଚୟତା ନାହିଁ। କୋର୍‌ ସେକ୍ଟର ବା ଦେଶର ୮ଟି ପ୍ରମୁଖ ଅର୍ଥନୈତିକ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ପ୍ରଥମ ଥର ପାଇଁ ବିଯୁକ୍ତାତ୍ମକ ଦିଗରେ ମୁହାଁଇଛି କାରଣ ଗତ ୪ ବର୍ଷ ଭିତରେ ଏଗୁଡ଼ିକ ମଧ୍ୟରୁ ୫ଟି କ୍ଷେତ୍ରର ସୂଚକାଙ୍କ ହ୍ରାସ ପାଇଛି। ଏହିସବୁ କ୍ଷେତ୍ରର ସାମଗ୍ରିକ ଅଭିବୃଦ୍ଧି ଅଗଷ୍ଟମାସରେ -୦.୫ ପ୍ରତିଶତକୁ ହ୍ରାସ ପାଇଛି, ଯାହା ଗତବର୍ଷ ଉକ୍ତ ମାସରେ ୪.୭ ପ୍ରତିଶତ ଥିଲା। କୋଇଲା କ୍ଷେତ୍ରର ଅଭିବୃଦ୍ଧି ସବୁଠାରୁ ଅଧିକ ହ୍ରାସ ପାଇଛି, ଯାହା ଅତୀତରେ ବର୍ଷ ପରେ ବର୍ଷ ସମାନ ସମୟକୁ ହାରାହାରି ୮.୭ ପ୍ରତିଶତ ଥିଲା। ଇସ୍ପାତ, ସାର ଓ ରିଫାଇନେରି ଉତ୍ପାଦଗୁଡ଼ିକ ମଧ୍ୟ ଅନୁକୂଳ ଅଭିବୃଦ୍ଧି ହାସଲ କରିଥିଲା।
ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ହ୍ରାସ ପାଇଛି, ଯାହା ଗତ ଛଅ ବର୍ଷରେ ସବୁଠାରୁ କମ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗତ କିଛି ସପ୍ତାହ ଭିତରେ ବିଭିନ୍ନ ଉତ୍ସାହପ୍ରଦ ଘୋଷଣା କରିଆସୁଛନ୍ତି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ଫେବୃୟାରୀରୁ ସୁଧହାର ହ୍ରାସ କରିଚାଲିଛନ୍ତି। କିନ୍ତୁ ଏସବୁ ପଦକ୍ଷେପ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାରେ ବିଫଳ ହୋଇଛି। ସୀତାରାମନ୍‌ କର୍ପୋରେଟ୍‌ ଟିକସ ୨୨ ପ୍ରତିଶତକୁ ହ୍ରାସ କରିବା ସହ ପ୍ରାୟ ୬୫,୦୦୦ କୋଟି ଟଙ୍କାର ଟିକସ ହ୍ରାସଜନିତ ଲାଭ, ସେସ୍‌ ଓ ସର୍‌ଚାର୍ଜ କମ୍ପାନୀଗୁଡ଼ିକ ହାତରେ ଛାଡ଼ିଦେଇଛନ୍ତି। ସେପ୍ଟେମ୍ବର ମାସରେ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଆଦାୟ ମାତ୍ର ୯୧,୯୧୬ କୋଟି ଟଙ୍କା ଆଦାୟ ହୋଇଛି ଯାହା ଗତ ୧୯ ମାସ ଭିତରେ ସବୁଠାରୁ କମ୍‌। ଦେଶର ଅର୍ଥନୈତିକ ମାନ୍ଦାବସ୍ଥାକୁ ଏହା ଆହୁରି ବ୍ୟାପକ କରିଛି। ଜିଏସ୍‌ଟି ଆଦାୟରେ କ୍ରମାଗତ ଦ୍ୱିତୀୟ ମାସରେ ଏହା ଅତି କମ୍‌ ରହିଛି। ଗତ ଅଗଷ୍ଟ ମାସରେ ଜିଏସ୍‌ଟି ୯୮,୨୦୨ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ତା’ର ମାସକ ପୂର୍ବରୁ ୯୪,୪୪୨ କୋଟି ଟଙ୍କା ଆଦାୟ ହୋଇଥିଲା। ସରକାର ଏପର୍ଯ୍ୟନ୍ତ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ସଂଶୋଧନ କରି ନ ଥିବା ବେଳେ କିପରି ସେହି ଲକ୍ଷ୍ୟ ହାସଲ କରିବେ, ତାହା ବର୍ତ୍ତମାନ ଦେଖିବାକୁ ବାକି ରହିଲା।
ଏପରି ଅର୍ଥନୈତିକ ପୃଷ୍ଠଭୂମିରେ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କମିଟି (ଏମ୍‌ପିସି) ମଙ୍ଗଳବାର ତା’ର ଦ୍ୱିମାସିକ ଆର୍ଥିକ ସମୀକ୍ଷା ଆରମ୍ଭ କରିଥିବା ବେଳେ ଏହା ଖାଉଟିଙ୍କ ଚାହିଦା ବୃଦ୍ଧି କରିବା ପାଇଁ ରେପୋ ରେଟ୍‌ ଆହୁରି ହ୍ରାସ କରିବା ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ପଦକ୍ଷେପକୁ ତ୍ୱରାନ୍ବିତ କରିବା ଆଶା କରାଯାଏ। ସବୁ ଦୃଷ୍ଟିରୁ ବିଚାରକଲେ ଆର୍‌ବିଆଇ ଆଉ ୨୫ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ କରିପାରେ। ଉକ୍ତ ସ୍ବଳ୍ପ ସୁଧ ହାର ଅର୍ଥନୀତିକୁ ଅଧିକ ଚଳଚଞ୍ଚଳ କରିବା ଆଶା କରାଯାଏ। ଏଥି ସହ ସରକାର ମଧ୍ୟ ଦୀପାବଳି ପୂର୍ବରୁ ବ୍ୟକ୍ତିଗତ ଆୟକର ହ୍ରାସ କରି ଖାଉଟିଙ୍କ ଉତ୍ସାହ ବୃଦ୍ଧି କରିବା ଆବଶ୍ୟକ। ସରକାର ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କ ଆୟକର ୨୦ ପ୍ରତିଶତ ସ୍ଲାବ୍‌ ବଦଳରେ ୧୦ ପ୍ରତିଶତ କରିପାରନ୍ତି। ସରକାର ମଧ୍ୟ ବିଭିନ୍ନ ପ୍ରକାର ସେସ୍‌ ଓ ସର୍‌ଚାର୍ଜ ଉଠାଇ ଦେଇପାରନ୍ତି। ତା’ ସହ ସରକାର ୨.୫ ଲକ୍ଷ ସ୍ଥାନରେ ଛାଡ଼ ସୀମା ୫ ଲକ୍ଷକୁ ବୃଦ୍ଧି କରିପାରନ୍ତି।
ଅଟୋମୋବାଇଲ କମ୍ପାନୀଗୁଡ଼ିକ ବିକ୍ରି ବଢ଼ାଇବା ପାଇଁ ବୃହତ୍‌ ରିହାତି ପ୍ରଦାନ ଆରମ୍ଭ କରିଛନ୍ତି। ଏହିସବୁ ପଦକ୍ଷେପ ଫଳପ୍ରସୂ ହେବା ଆରମ୍ଭ କରିଛି। ଗାଡ଼ି ପଞ୍ଜୀକରଣ ସେପ୍ଟେମ୍ବର ମାସରେ ବୃଦ୍ଧି ପାଇଛି। କାର୍‌ ଓ ଟ୍ରାକ୍ଟର କମ୍ପାନୀଗୁଡ଼ିକ ଗତବର୍ଷ ତୁଳନାରେ ସଂକୋଚନ ହାର ହ୍ରାସ କରିଛନ୍ତି। ଗତବର୍ଷ ବିକ୍ରି ହାର ପୂର୍ବାବସ୍ଥାକୁ ଫେରିଥିଲା। ତେବେ ସାମଗ୍ରିକ ଅର୍ଥନୀତିରେ ଉନ୍ନତି ଆଣିବାକୁ ହେଲେ ଏହାର ଆହୁରି ବୃଦ୍ଧିର ଆବଶ୍ୟକତା ରହିଛି। ଗତ ମାସରେ କର୍ପୋରେଟ୍‌ ଟିକସ ହ୍ରାସ କରାଯିବା ପରି ଅଭିବୃଦ୍ଧିକୁ ସ୍ଥାୟୀଭାବେ ଠିକଣା ବାଟକୁ ଆଣିବା ପାଇଁ ହେଲେ ଆହୁରି ସଂରଚନାତ୍ମକ ସଂସ୍କାର ପ୍ରୟୋଜନ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri