ଆଜିର ଅର୍ଥନୀତି/ ଅଭିବୃଦ୍ଧି ବଢ଼ାଅ

ଚଳିତ ମାସର ଅଧିକାଂଶ ସମୟ ଅର୍ଥନୈତିକ ଆଲୋଚନା ଦେଶର ଲୋକମାନଙ୍କ ବୈଠକଖାନାରୁ ନେପଥ୍ୟକୁ ଚାଲିଯାଇଛି। ସମ୍ବିଧାନରୁ ୩୭୦ ଧାରା ଉଚ୍ଛେଦ, ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଲାଗି କେନ୍ଦ୍ର ସରକାରଙ୍କ ଆକସ୍ମିକ ନିଷ୍ପତ୍ତିକୁ ନେଇ ଚାଲିଥିବା ହାଇ ଭୋଲ୍‌ଟେଜ୍‌ ରାଜନୀତି ଦେଶବାସୀଙ୍କ ପାଇଁ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ତେବେ ଯେତେ ଦ୍ରୁତଗତିରେ ଭୂ-ରାଜନୈତିକ ଘଟଣାଗୁଡ଼ିକ ଘଟିଯାଉ ନା କାହିଁକି ଦେଶର ସଙ୍ଗିନ ଅର୍ଥନୈତିକ ପରିସ୍ଥିତିକୁ ତାହା କେବେହେଲେ ଚାପିଦେଇ ପାରିନାହିଁ। ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ତୀବ୍ରତର ହେଉଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ସଂକଟ ଦେଖାଦେଇଛି। କମ୍ପାନୀଗୁଡ଼ିକରେ କର୍ମଚାରୀମାନଙ୍କ ଛଟେଇ ସଂଖ୍ୟା ବୃଦ୍ଧି ପାଉଛି। ଅଟୋମୋବାଇଲ କମ୍ପାନୀ ଏବଂ ନିର୍ମାଣ ଶିଳ୍ପଠାରୁ ଆରମ୍ଭକରି ସେବା ଶିଳ୍ପ ପର୍ଯ୍ୟନ୍ତ ସବୁଠି ମାନ୍ଦାବସ୍ଥା ଓ ଛଟେଇ ଦେଖିବାକୁ ମିଳୁଛି। ଏସିଆ ମହାଦେଶର ତୃତୀୟ ବୃହତ୍ତମ ଅର୍ଥନୀତିର ଏପରି ନିମ୍ନଗତି ଫଳରେ କାର୍‌ଠାରୁ ଆରମ୍ଭ କରି ବସ୍ତ୍ର ପର୍ଯ୍ୟନ୍ତ ସବୁ ଜିନିଷର ବିକ୍ରିବଟା ହ୍ରାସ ପାଇଛି, ଯାହାଫଳରେ କମ୍ପାନୀଗୁଡ଼ିକ ସେମାନଙ୍କର ଦ୍ରବ୍ୟସୂଚୀ କମେଇ ଦେବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ କ୍ଷେତ୍ରର କମ୍ପାନୀ ସେମାନଙ୍କ ଉତ୍ପାଦନ ହ୍ରାସ କରିବା ଆରମ୍ଭ କରିଛନ୍ତି। ଅଭିବୃଦ୍ଧି ତଳକୁ ଖସିଯାଇଛି।
ଅଭିବୃଦ୍ଧିକୁ ପୁନରୁଜ୍ଜୀବିତ କରିବା ପାଇଁ ସମସ୍ତେ ଚାହୁଁଛନ୍ତି ସରକାର ଏକ ଆର୍ଥିକ ପ୍ୟାକେଜ୍‌ ପ୍ରଦାନ କରନ୍ତୁ। ଅଭିବୃଦ୍ଧିକୁ ଉଦ୍ଦୀପିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ତାଙ୍କ ପକ୍ଷେ ଯେତିକି ସମ୍ଭବ ତା’ଠୁ ଅଧିକ କରିଛନ୍ତି। ଗତ ଜାନୁୟାରୀଠାରୁ ଏ ପର୍ଯ୍ୟନ୍ତ ସେ ମୋଟ ୧୧୦ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ କରିସାରିଲେଣି। ତେବେ ବ୍ୟାଙ୍କଗୁଡ଼ିକ ଏହାର ସମାନୁପାତିକ ଲାଭ ଗ୍ରାହକମାନଙ୍କୁ ନ ଦେବା ଏକ ଭିନ୍ନ ପ୍ରସଙ୍ଗ। ତଥାପି କେତେକ ବ୍ୟାଙ୍କ ସମାନୁପାତିକ ନ ହେଲେ ବି କିଛି ଋଣ ସୁଧହାର ହ୍ରାସ କରିଛନ୍ତି ଓ ଆଉ କେତେକ ବ୍ୟାଙ୍କ ତାହା ହ୍ରାସ କରିବା ଆରମ୍ଭ କରିଛନ୍ତି। ଆଗାମୀ ପାର୍ବଣ ଋତୁ ଅବସରରେ ଖାଉଟିମାନଙ୍କୁ ବିଭିନ୍ନ ଖାଉଟି ସାମଗ୍ରୀ କିଣିବା ଲାଗି ଉତ୍ସାହିତ କରିବା ନିମନ୍ତେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଋଣ ସୁଧହାର କମାଇବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ପ୍ରମୁଖ ବ୍ୟାଙ୍କ ଏସ୍‌ବିଆଇ ମଙ୍ଗଳବାର ଏକ ପାର୍ବଣ ଉପହାର ଘୋଷଣା କରିବା ସହ ବ୍ୟାଙ୍କରୁ ଋଣ ନେଉଥିବା ଖାଉଟିମାନଙ୍କ ପାଇଁ ବିଭିନ୍ନ ଅଫର ଘୋଷଣା କରିଛି। ପାର୍ବଣ ପୂର୍ବରୁ ବିଭିନ୍ନ ଋଣ ଉପରେ ଏହା ପ୍ରସେସିଂ ଫି ଛାଡ଼ କରିଛି। ସ୍ବଳ୍ପ ଓ ନଗଣ୍ୟ ହେଲେ ମଧ୍ୟ ଏସ୍‌ବିଆଇର ଏହି ପଦକ୍ଷେପ ଖାଉଟିମାନଙ୍କୁ ଉତ୍ସାହିତ କରିଛି। ଆମେ ଆଶା କରୁଛୁ ଅନ୍ୟ ପ୍ରମୁଖ ରାଷ୍ଟ୍ରାୟତ୍ତ ତଥା ଘରୋଇ ବ୍ୟାଙ୍କଗୁଡ଼ିକ ଅନୁରୂପ ପଦକ୍ଷେପ ଗ୍ରହଣ କରିବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏକ ଉଦ୍ଦୀପନୀ ପ୍ୟାକେଜ୍‌ ମାଧ୍ୟମରେ ସରକାର ନିମ୍ନଗାମୀ ଅର୍ଥନୀତିକୁ ଊର୍ଦ୍ଧ୍ୱକୁ ନେବା ପାଇଁ ଚେଷ୍ଟା କରିବେ ବୋଲି ସାଧାରଣରେ ଆଶା କରାଯାଉଛି। ଚଳିତମାସ ପ୍ରାରମ୍ଭରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବ୍ୟାଙ୍କିଙ୍ଗ୍‌, ଅଟୋମାବାଇଲ, ବିଦେଶୀ ନିବେଶକ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପସଂଘ ଓ ରିୟଲ ଇଷ୍ଟେଟ୍‌ ମାଲିକଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଅର୍ଥନୀତିକୁ ସୁଧାରିବା ପାଇଁ ସରକାର କ’ଣ କରିବାକୁ ଚାହୁଁଛନ୍ତି, ତା’ ଉପରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଆଶା କରାଯାଉଛି ଏହା ଟିକସ ହ୍ରାସ କରିବା ସହ ରିହାତି ପ୍ରଦାନ ଭଳି ପଦକ୍ଷେପ ନେବେ। ଭିତ୍ତିଭୂମିରେ ନିବେଶ ଲାଗି ପ୍ରୋତ୍ସାହନ ପ୍ରଦାନ, ଅଟୋମୋବାଇଲ କ୍ଷେତ୍ର ସମେତ କେତେକ ଶିଳ୍ପ ପାଇଁ ଦ୍ରବ୍ୟ ଓ ସେବା କର ଛାଡ଼ ବା ହ୍ରାସ, ସୀମାପାର ବ୍ୟବସାୟକୁ ପ୍ରୋତ୍ସାହନ ପ୍ରଦାନ ଏବଂ ବ୍ୟବସାୟିକ କାରବାର ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି (ease of doing business) ଆଦି ନିମନ୍ତେ ସରକାର ପଦକ୍ଷେପ ନେଇପାରନ୍ତି। ଅଟୋମୋବାଇଲ ଶିଳ୍ପର ଅଭିବୃଦ୍ଧି ଲାଗି ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ ବା ଗାଡ଼ିଗୁଡ଼ିକ ଉପରୁ ଅତିରିକ୍ତ ସେସ୍‌ ଉଠାଇଦେବାର ଆବଶ୍ୟକତା ରହିଛି। ବୈଦ୍ୟୁତିକ ଯାନର ପ୍ରବର୍ତ୍ତନ ଧୀର ଗତିରେ କରିବା ଲାଗି ମଧ୍ୟ ଗାଡ଼ିନିର୍ମାତାମାନଙ୍କ ଚାପ ଆଗରେ ସରକାର ମୁଣ୍ଡ ନୁଆଇଁଛନ୍ତି।
ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ଟିକସ ଆଦାୟ ହେବା ଏବଂ ବିତ୍ତୀୟ ଦାୟିତ୍ୱ ଓ ବଜେଟ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ଅଧିନିୟମ ମଧ୍ୟ ଗତ ବଜେଟରେ ସରକାରଙ୍କୁ ବିଭିନ୍ନ କ୍ଷେତ୍ରକୁ ଆର୍ଥିକ ସହଯୋଗ ପ୍ରଦାନ ପାଇଁ ବାଧା ସୃଷ୍ଟି କରିଥିବା ବେଳେ ସରକାର ଏବେ ଏଫ୍‌ଆର୍‌ବିଏମ୍‌ ଅଧିନିୟମରୁ ବିଚ୍ୟୁତ ହେବା ଲାଗି ନିଷ୍ପତ୍ତି ନେବେ ବୋଲି ମନେ ହେଉଛି। ବର୍ତ୍ତମାନ ଘରୋଇ ନିବେଶ ସଂକୁଚିତ ହୋଇଯାଇଥିବା ବେଳେ ସାମ୍ପ୍ରତିକ ଅର୍ଥନୈତିକ ଦୃଶ୍ୟପଟରୁ ସରକାର ଏପରି ପଦକ୍ଷେପ ନେବାର ସୂଚନା ମିଳୁଛି। ଯଦି ଅର୍ଥ ମନ୍ତ୍ରଣାଳୟ ଏହି ବିକଳ୍ପ ଆପଣାନ୍ତି, ତେବେ ଏହା ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଅତିରିକ୍ତ ୧.୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ରପ୍ତାନି କ୍ଷେତ୍ରକୁ ଦେଖିଲେ ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଉତ୍ତେଜନା ପରିପ୍ରେକ୍ଷୀରେ ସରକାର ରପ୍ତାନିକାରୀମାନଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରିବା ଉଚିତ। ଗତ ଜୁନ୍‌ ମାସରେ ପ୍ରଥମ ଥର ପାଇଁ ଭାରତର ପଣ୍ୟଦ୍ରବ୍ୟ ରପ୍ତାନି ସଂକୁଚିତ ହୋଇଛି। ମୋଟ ଉପରେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ତୁରନ୍ତ କିଛି ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri