ଆଜିଠୁ ପଞ୍ଚୁକ: ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୮।୧୧: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ସେଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଶୁକ୍ରବାର ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ କରାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି । କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ଭୋର ୪ଟା ୧୦ରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିବା ବେଳେ ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ସଅଳ ଚାଲିଛି ।
ପଞ୍ଚୁକର ଦ୍ୱିତୀୟ ଦିନରେ ବାଙ୍କଚୂଡ ବେଶ, ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ଶେଷ ଦିନରେ ତଥା କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୩୦ ପ୍ଲାଟୁନ ଫୋର୍ସ ଏବଂ ୧୦୦ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରଦ୍ଧାଳୁଙ୍କୁ ଅନନ୍ତ ବାସୁଦେବ ମନ୍ଦିର ମନା

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରବିବାର ପଡୁଛି ପ୍ରବିତ୍ର ଅନନ୍ତ ଚତୁର୍ଦ୍ଦଶୀ। ଏଥିପାଇଁ ରାଜଧାନୀର ଅନନ୍ତ ବାସୁଦେବ ମନ୍ଦିରରେ ପ୍ରତିବର୍ଷ ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। ଶ୍ରଦ୍ଧାଳୁମାନେ ପୂଜା କରିବା...

କୋଭିଡ୍‌ ମେଡିକାଲ ଡାକ୍ତରଙ୍କ ନମୁନା ପଜିଟିଭ

ଅନୁଗୋଳ ଅଫିସ, ୫।୬- ଅନୁଗୋଳ ଜିଲା ତାଳଚେର କୋଭିଡ୍‌ ମେଡିକାଲରେ କାର୍ଯ୍ୟରତ ଜଣେ ୩୫ ବର୍ଷୀୟ ଡାକ୍ତରଙ୍କ ନମୁନା କରୋନା ପଜିଟିଭ ବାହାରିଛି। ତାଙ୍କୁ ଭୁବନେଶ୍ୱର...

କରୋନା ପାଇଁ ଫିକା ପଡ଼ିଲା ରଙ୍ଗର ପର୍ବ ହୋଲି

ରାୟଗଡ଼ା ଅଫିସ, ୨୯।୩: କରୋନା ପାଇଁ ରାୟଗଡ଼ାରେ ଚଳିତ ବର୍ଷର ହୋଲି ସାମାନ୍ୟ ପିକା ପଡ଼ିଯାଇଛି। ଲୋକେ ବିଶେଷଭାବେ ରଙ୍ଗ ଖେଳି ନ ଥିବା ନଜରକୁ...

ସ୍ତ୍ରୀ ପଥର ମାଡରେ ସ୍ବାମୀ ଗୁରୁତର

  ଚନ୍ଦାହାଣ୍ଡି,୩୧।୧୨(ଡି.ଏନ.ଏ)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ଗ୍ରାମରେ ଗୁରୁବାର ସ୍ତ୍ରୀର ପଥର ମାଡରେ ସ୍ବାମୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ମନୁ ଜଗଳ...

ଓଡିଶାରେ ୨ ହଜାର କୋଟି ପୁଞ୍ଜି ନିବେଶ କରିବ ମିତ୍ତଲ  

ଭୁବନେଶ୍ୱର,୧୩।୬(ବ୍ୟୁରୋ)- ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଓଡିଶାରେ ୨ ହଜାର କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବ। ଶନିବାର ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ...

‘କୋରାପୁଟ ଜିଲାର ବିକାଶ ଏବେ ଶୀର୍ଷରେ’

କୋରାପୁଟ,୨୬ା୧: ଭାରତର ସ୍ବାଧୀନତା ଆନ୍ଦୋଳନରେ କୋରାପୁଟ ଜିଲାର ଅବଦାନ ଅତୁଳନୀୟ। କୋରାପୁଟସ୍ଥିତ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ...

ଦୁର୍ନୀତିଖୋରଙ୍କୁ ଚପଲରେ ପିଟ: ପଞ୍ଚାୟତିରାଜ ମନ୍ତ୍ରୀ

ମାହାଙ୍ଗା,୧୭-୯(ସ୍ବ.ପ୍ର.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ଶୂନ ସହିଷ୍ଣୁତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆହ୍ବାନ ଦେଇଛନ୍ତି। ଏପରିକିି ମାହାଙ୍ଗାରେ ଦୁର୍ନୀତିକୁ...

ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇପାରୁନି ବିଜୁ ସେତୁ

ନୀଳଗିରି,୫।୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୋଟାପ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୋନ ନଦୀ ଉପରେ ୧୧କୋଟି ଟଙ୍କା...

Advertisement
Archives

Model This Week