‘ଆଗେ ଜମି ଦିଅ, ପରେ ଉଚ୍ଛେଦ’

ବାଲେଶ୍ୱର ଅଫିସ,୨୬।୮- ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ, କରଞ୍ଜିଆ, ଆଇଟିଆଇ ପମ୍ପହାଉସ ନିକଟବର୍ତ୍ତୀ ଅଞ୍ଚଳରେ ସରକାରୀ ଜମିରେ ଦୀର୍ଘଦିନ ଧରି ଗଢ଼ି ଉଠିଥିବା ସ୍ଥାୟୀ ବାସିନ୍ଦାଙ୍କୁ ଉଚ୍ଛେଦ କରିବା ଲାଗି ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଏହାକୁ ସ୍ଥାନୀୟ ବାସିନ୍ଦର ବିରୋଧ କରି ସେମାନଙ୍କ ଆଗ ଥଇଥାନ କରିବାକୁ ଦାବି କରିଛନ୍ତି। ସେମାନେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଏହି ମର୍ମରେ ଏକ ଦାବି ପତ୍ର ପ୍ରଦାନ କରି ସେମାନଙ୍କୁ ଆଗ ଜମି ଦେବା ସହିତ ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାକୁ ଦାବି କରିଛନ୍ତି।
ସହରର ଉତ୍ତରପୂର୍ବ ଦିଗରେ ଥିବା ଓଟିରୋଡ୍‌ରେ ସରକାରୀ ଆଇଟିଆଇ ପାର୍ଶ୍ୱରେ ଯାଇଥିବା ପକ୍କା ରାସ୍ତାକୁ ଆଇଟିଆଇ କର୍ତ୍ତୃପକ୍ଷ ଦଖଲକୁ ନେବା ପାଇଁ ଯୋଜନା କରୁଥିବା ଜଣାପଡିଛି। ଏହି ରାସ୍ତା ବନ୍ଦ ହେଲେ ଉକ୍ତ ଅଞ୍ଚଳର ୨ଶହରୁ ଉର୍ଦ୍ଧ୍ୱ ପରିବାର ଲୋକେ ସହରର ମୁଖ୍ୟରାସ୍ତାକୁ ବାହାରିବାରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି। ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ ସମୟରେ ଦିବାକର ଜେନା, ରମେଶ ଚନ୍ଦ୍ର ପତି, ଭାନୁମତି ନାୟକ, ରଜନୀ ମହାଳିକ, ବିଦ୍ୟାଧର ମହାଳିକ, ସବିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ: ଯାଞ୍ଚ ବେଳେ ୪୭୬ ପ୍ରାର୍ଥିପତ୍ର ନାକଚ

କୋରାପୁଟ,୨୪।୧(ସ୍ବ.ପ୍ର.) କୋରାପୁଟ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦାଖଲ ହୋଇଥିବା ନାମାଙ୍କନପତ୍ରଗୁଡିକର ଯାଞ୍ଚ ପ୍ରକ୍ରିୟା ରବିବାର ଶେଷ ହୋଇଛି। ୪୭୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଛି।...

ପ୍ରତିଶ୍ରୁତିରେ ଅଟକିଛି ଲେଖନପୁର ଆଡ଼ିବନ୍ଧ ନିର୍ମାଣ

ଖୋର୍ଦ୍ଧା ଅଫିସ,୨୯ା୮: ଖୋର୍ଦ୍ଧା ବ୍ଲକରେ ବନ୍ୟା ତାଣ୍ଡବ ରଚିଥିଲା। ପାଣି ଛାଡ଼ିବା ପରେ ଏବେ ସ୍ଥିତି ସ୍ବାଭାବିକ ହୋଇଛି। ବନ୍ୟାପାଣି ଘେରରେ ଥିବା ବିପନ୍ନ ପରିବାରଙ୍କ...

ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଅନୁଗୋଳ ଅଫିସ, ୮।୧୧-ଅନୁଗୋଳ ଜିନ୍ଦଲ ରୋଡରେ ଥିବା ଗାଣ୍ଡୁ ପଡ଼ିଆରେ ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବାବେଳେ ୪ ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ...

ପିପି କିଟ୍‌ ଯୋଗାଣ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

କଟକ ଅଫିସ,୧୭।୩:ଏସ୍‌ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିସହ ପ୍ରତିଦିନ ଅନ୍ୟ ରୋଗୀମାନଙ୍କ ଭିଡ ମଧ୍ୟ ବୃଦ୍ଧି ପାଉଛି। ଏଣୁ କାର୍ଯ୍ୟରତ ଡାକ୍ତରମାନେ...

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ...

ଗାଁ ଦାଣ୍ଡରେ ପଚୁଛି ପନିପରିବା

ରସୁଲପୁର, ୨୪।୭ (ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ଅଧିକାଂଶ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସବୁ ଋତୁରେ ବିଭିନ୍ନ ପନିପରିବା ଚାଷ କରୁଥିବା...

ସରପଞ୍ଚଙ୍କ ଉଦ୍ୟମରେ ଖୋଳାଗଲା ନଳକୂପ

ମାଧପୁର,୩।୪ ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ନୀଳକଣ୍ଠପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ହେବ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ହୋଇଛି। ନୂତନ ସରପଞ୍ଚ...

ହନୁମାନ ପଇସା ପାଇଁ ହତ୍ୟା କରିଥିଲେ ୪ ସାଙ୍ଗ

ଦେବଗଡ,୧୧ା୮(ଡି.ଏନ.ଏ):ଗତ ୫ ତାରିଖରେ ଦେବଗଡ ଥାନା ଅଧୀନ ରାଇତାଲ ଗାଁରେ ଥିବା ଏକ ଟ୍ରାନ୍ସଫର୍ମର ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି...

Advertisement
Archives

Model This Week