ଆଖି ବୁଜିଲେଣି ୨୬୩ ଆକ୍ରାନ୍ତ

ନୂଆଦିଲ୍ଲୀ,୧୨।୪: ଭାରତରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଲକ୍‌ଡାଉନ୍‌ ସତ୍ତ୍ୱେ କରୋନା ଭୂତାଣୁକୁ ରୋକାଯାଇପାରୁନି। ସଂକ୍ରମଣର ମାତ୍ରା ବଢ଼ି ବଢ଼ି ଚାଲିଛି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୩୨୩ରେ ପହଞ୍ଚି ଥିବାବେଳେ ମୋଟ ୨୬୩ ଜୀବନ ଗଲାଣି। କେବଳ ଶନିବାର ୧୪ ମୁଣ୍ଡ ଗଡ଼ିଥିବା ବେଳେ ୭୨୫ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ଅଦ୍ୟାବଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧,୭୬୧ରେ ପହଞ୍ଚିଛି। ରାଜ୍ୟରେ ଭୂତାଣୁ ୧୧୦ ମୁଣ୍ଡ ନେଇଥିବା ବେଳେ ୨୪ ଘଣ୍ଟାରେ ୧୮୭ ଆକ୍ରାନ୍ତ ହୋଇଥିବା ପ୍ରକାଶ। ତାମିଲନାଡ଼ୁ ଓ ରାଜଧାନୀ ଦିଲ୍ଲୀରେ ମଧ୍ୟ ସମାନ ସ୍ଥିତି। ତାମିଲନାଡ଼ୁରେ ଭୂତାଣୁ ୧୦ ମୁଣ୍ଡ ନେଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୬୯ରେ ପହଞ୍ଚିଛି। ଦିଲ୍ଲୀରେ ୧୯ ଜୀବନ ଯାଇଥିବା ବେଳେ ୧,୦୬୯ ଜଣ ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ତେଲଙ୍ଗାନାରେ ୧୨, କେରଳରେ ୨, ଉତ୍ତରପ୍ରଦେଶରେ ୫, ଆନ୍ଧ୍ରପ୍ରଦେଶରେ ୬, ମଧ୍ୟପ୍ରଦେଶରେ ୩୯, ଗୁଜରାଟରେ ୨୨, ପଞ୍ଜାବରେ ୧୨, ଜମ୍ମୁ-କଶ୍ମୀରରେ ୪, ପଶ୍ଚିମବଙ୍ଗରେ ୫, କର୍ନାଟକରେ ୬, ରାଜସ୍ଥାନରେ ୩, କେରଳ ଓ ହରିୟାଣାରେ ୨ ଲେଖାଏ ଜୀବନ ନେଇଛି ଏହି ମହାମାରୀ ଭୂତାଣୁ। ବିଭିନ୍ନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି। ଲକ୍‌ଡାଉନ୍‌କୁ ମାନି ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। କ୍ରମଶଃ ଭାରତର ସ୍ଥିତି ଜଟିଳ ହେବାରେ ଲାଗିଛି। ପରିସ୍ଥିତିକୁ ଦେଖି ଦେଶରେ ଲକ୍‌ଡାଉନ୍‌ ସମୟ ବୃଦ୍ଧିକରିବା ଲାଗି ସହମତି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଟ୍‌ଡାଉନ୍‌ରେ ଗଞ୍ଜାମ ପୋଲିସର କଡ଼ାକଡ଼ି ଯାଞ୍ଚ

ଗଞ୍ଜାମ, ୧୬।୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଆକ୍ରାନ୍ତ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଗଞ୍ଜାମ ଜିଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

କରୋନାକୁ ହରାଇଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୩୦।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାକୁ ହରାଇଛନ୍ତି। ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରି ଏ ସମ୍ପର୍କରେ...

ଟାର୍ଗେଟରେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ମଙ୍ଗଳବାର ଆୟକର ବିଭାଗର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆୟକର ବିଭାଗ ପକ୍ଷରୁ ପାୱାରର ପାଞ୍ଚଟି ସମ୍ପତ୍ତି...

ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଦୁଃଖପ୍ରକାଶ କଲେ ଅନେକ ମନ୍ତ୍ରୀ, ନେତା

କୁନ୍ନୁର,୮।୧୨: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଲୋକ ଥିଲେ। କଂଗ୍ରେସ ନେତା...

ପାଶ୍ୱାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ମୋଦି ସରକାରରେ ମନ୍ତ୍ରୀ ଥିବା ରାମବିଳାଶ ପାଶ୍ୱାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲାଣି...

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କରୋନା ସଂକ୍ରମଣ ରୋକିବାକୁ ଶପଥ ନେଲେ ସରପଞ୍ଚ

ପାଟଣା,୨୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୨୦ ଜଣ ସରପଞ୍ଚ ବୁଧବାର ବ୍ଲକ ଭିସି କକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ଯୋଡ଼ି...

କହୁକହୁ କହିଦେଲେ ସତ: କମଳନାଥଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିଲେ ମୋଦି

ଇନ୍ଦୋର,୧୭।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାଚ୍ୟୁତ କରିଥିଲେ। ଏସମ୍ପର୍କରେ ଭାଜପା ମହାସଚିବ କୈଳାଶ ବିଜୟଭର୍ଗିୟ କହିଛନ୍ତି। ଇନ୍ଦୋରଠାରେ ଏକ...

୬୮ ବର୍ଷରେ ପାଦଦେଲେ ରାଜନାଥ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ଶାହ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୦।୭: ଭାଜପା ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ୬୮ ବର୍ଷରେ ପାଦଦେଇଛନ୍ତି। ସେ ୧୯୫୧ ଜୁଲାଇ ୧୦ରେ ଉତ୍ତରପ୍ରଦେଶ ଚାନ୍ଦୌଲିଠାରେ...

Advertisement
Archives

Model This Week