ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ: ଫଳାଫଳ ଶୂନ ଥିବା ୮୨ ସ୍କୁଲକୁ ନୋଟିସ୍‌, ସ୍ଥିତିକୁ ବ୍ୟକ୍ତିଗତ ଭାବେ ପରଖିବେ

ଭୁବନେଶ୍ୱର,୬।୬(ବ୍ୟୁରୋ): ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ପୂରା ଆକ୍ସନ ମୋଡ୍‌ରେ କାମ କରିବା ଆରମ୍ଭ କରିଦେଲେଣି। ଗୋଟିଏ ପରେ ଗୋଟିଏ ବିଭାଗର ମନ୍ତ୍ରୀ କିଭଳି ସୂଚାରୁରୂପେ କାମ ହୋଇପାରିବ, ସେ ଦିଗରେ ଦୃଷ୍ଟି ରଖୁଛନ୍ତି। ଏହି କ୍ରମରେ ଗଣଶିକ୍ଷା ମନ୍ତ୍ରୀ ଭାବେ ପ୍ରଥମ କରି ଦାୟିତ୍ୱ ସମ୍ଭାଳିଥିବା ସମୀର ଦାସ ମାଟ୍ରିକ୍‌ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡ଼ିଛି। ଚଳିତ ପରୀକ୍ଷାରେ ଶୂନ ଫଳ କରିଥିବା ୮୨ଟି ବିଦ୍ୟାଳୟକୁ ଗୁରୁବାର ନୋଟିସ ଜାରି କରାଯାଇଛି। ବୋର୍ଡ କାର୍ଯ୍ୟାଳୟ ଗସ୍ତ ବେଳେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଫଳାଫଳ ଶୂୂନ ଥିବା ବିଦ୍ୟାଳୟକୁ ନିଜେ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିବେ। ଅସୁବିଧା କେଉଁଠି ରହିଲା ତାହା ଅନୁଧ୍ୟାନ କରିବେ। ଶିକ୍ଷା ପଦ୍ଧତିରେ କେତେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ସରକାରୀ ବିଦ୍ୟାଳୟ ଉପରୁ ଲୋକଙ୍କ ଆସ୍ଥା କମୁଛି। ଏବେ ଏହା ଚ୍ୟାଲେଞ୍ଜର ବିଷୟ ପାଲଟିଛି। ପାଠ୍ୟକ୍ରମରେ ସ୍ପୋକନ୍‌ ଇଂଲିଶ୍‌ ସାମିଲ କରାଯିବାକୁ ଯୋଜନା ରହିଥିବା ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫନୀ ପ୍ରଭାବିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୩.୮୯ ଲକ୍ଷ ଘର ଅନୁମୋଦନ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ଭାଙ୍ଗିଯାଇଥିବା ଲୋକଙ୍କୁ ଘର ଯୋଗାଇଦେବାକୁ ସରକାର ଘୋଷଣା କରିଥିଲେ। ସେହି ଅନୁଯାୟୀ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ...

ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ବାଲିଗୁଡା,୧୬ା୮(ଡି.ଏନ.ଏ.)- କନ୍ଧମାଳ ଜିଲା ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ୮୫ ବର୍ଷରେ ପରଲୋକ ଘଟିଛି। କିଛିଦିନ ଧରି ସେ ଅସୁସ୍ଥ ଥିଲେ।...

୫୦ ପ୍ରତିଶତ ବୁଥ୍‌ରେ ଲାଗିବ ଓ୍ବେବ୍‌ କ୍ୟାମେରା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ୬୧ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯାଇଛି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ। ଏହାଛଡ଼ା...

୪ ବର୍ଷ ପରେ ବି ମିଳିଲାନି ପରିଚୟ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ୨୦୧୬ ନଭେମ୍ବର ୨୪ରେ କଟକ ନରାଜ ବ୍ୟାରେଜ ନିକଟ କାଠଯୋଡ଼ି ପଠାରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ କେହି ବଳାତ୍କାର କରି...

ନିଶ୍ଚିନ୍ତକୋଇଲି ବ୍ଲକରେ ୪୩ କରୋନା ପଜିଟିଭ୍‌ ଚିହ୍ନଟ: ଅଞ୍ଚଳରେ ଭୟର ବାତାବରଣ, ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ

ନିଶ୍ଚିନ୍ତକୋଇଲି,୧୩।୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ୪୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ସରକାରୀ ସଂଗରୋଧ କେନ୍ଦ୍ର ଓ ୪ଜଣ ହୋମ୍‌...

ଦୁର୍ଦ୍ଦିନରେ ବାଉଁଶ କାରିଗର

ଫୁଲବାଣୀ ଅଫିସ, ୬ା୩- ଜେଜେ ବାପାଙ୍କ ସମୟରୁ କାମ କରି ଆସୁଛୁ। ଆଉ ବୟସ ନାହିଁ ମୂଳ ପେସାକୁ ଛାଡି ଅନ୍ୟ କୌଣସି କାର୍ଯ୍ୟ କରିବୁ।...

ପୈଠକରୁ ପଞ୍ଚାୟତ

ବଇଣ୍ଡା,୧୬ା୨: ପଞ୍ଚାୟତକୁ ପାଇପ୍‌ ପାଣି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗାଁଗୁଡ଼ିକରେ ଜଳଯୋଗାଣ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ହେଲେ କେଉଁଠି ଏହାର ରକ୍ଷଣାବେକ୍ଷଣ...

ଆଜିଠୁ ଷଷ୍ଠରୁ ଯୁକ୍ତ ୨ କ୍ଲାସ୍‌ ବନ୍ଦ

ଭୁବନେଶ୍ୱର,୭।୧(ବ୍ୟୁରୋ): କୋଭିଡ୍‌ ସଂକ୍ରମଣର ଦ୍ରୁତଗତି ଏବଂ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ସରକାର ଆସନ୍ତା ୭ ତାରିଖଠାରୁ କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି।...

Advertisement
Archives

Model This Week