ଆଉ ଜଣେ ନୂଆ ନିର୍ଦ୍ଦେଶକ

ଓଡ଼ିଆ ଯାତ୍ରା ଜଗତକୁ ଆଉ ଜଣେ ନୂଆ ନିର୍ଦ୍ଦେଶକଙ୍କ ପ୍ରବେଶ ଘଟିଛି। ସେ ହେଉଛନ୍ତି ଶିଶିର ମହାନ୍ତି। ‘ଧଉଳି ଗଣନାଟ୍ୟ’ ଦ୍ୱାରା ପ୍ରସ୍ତୁତ ତଥା ନୀହାର ମହାନ୍ତିଙ୍କ ରଚିତ ୨୦୧୯-୨୦ବର୍ଷର ନୂଆ ନାଟକ ‘କାଳିଦାସଙ୍କର ନୂଆ କାହାଣୀ’ରେ ନିର୍ଦ୍ଦେଶନା ଦେଇ ସେ ତାଙ୍କ ଜଲିଉଡ୍‌ ଇନିଂସ ଆରମ୍ଭ କରିଛନ୍ତି। ନରସିଂହପୁରର ପାଇକ ବାରବାଟୀ ଗ୍ରାମରେ ଜନ୍ମ ହୋଇଥିବା ଶିଶିର ପିଲାଟିବେଳୁ ଯାତ୍ରା ପ୍ରତି ଆକୃଷ୍ଟ ହୋଇଥିଲେ। ନାଟ୍ୟଗୁରୁ ପ୍ରାଣକୃଷ୍ଣ ପତ୍ରୀ ହିଁ ଥିଲେ ତାଙ୍କର ପ୍ରଥମ ପଥ ପ୍ରଦର୍ଶକ। ପିଲା ବେଳେ ସ୍କୁଲ ଡ୍ରାମା ତଥା ଗଁା ଯାତ୍ରାରେ ଅନେକଥର ଅଭିନୟ ମଧ୍ୟ କରିଥିଲେ। ତେବେ +୨ ପରେ ସେ ସିଧାସଳଖ ମୁହଁାଇଲେ ଯାତ୍ରା ଆଡ଼କୁ। ନନ୍ଦୁ ବାବୁ (ନନ୍ଦୁସାର) ତାଙ୍କୁ ନେଇ ଯାଇଥିଲେ ଉତ୍ତର ବାଲେଶ୍ୱର। ସେଠାକାର ଯାତ୍ରା ଅନୁଷ୍ଠାନ ‘ଓମ୍‌ ଶ୍ରୀ’ରେ ସେ ‘ଅଫେରା ବାଟ’ ନାମକ ଏକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ଏହା ଥିଲା ତାଙ୍କର ପ୍ରଥମ ଯାତ୍ରା ନିର୍ଦ୍ଦେଶନା। ଏହା ୨୦୧୧-୧୨ ମସିହାର ଘଟଣା। ତେବେ ଏହି ସମୟ ବେଳକୁ ସେ କେତେକ ବିଶିଷ୍ଟ ନିର୍ଦ୍ଦେଶକଙ୍କ ଅଧୀନରେ ସହନିର୍ଦ୍ଦେଶକ ବା ଆସିଷ୍ଟାଣ୍ଟ ଡିରେକ୍ଟର ଭାବରେ କାମ କରି ସାରିଥିଲେ। ସେମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ତଥା ଅଭିନେତା ସୁବୋଧ ମିଶ୍ର, ନିର୍ଦ୍ଦେଶକ ଯୋଗେନ୍ଦ୍ର ମଲ୍ଲିକ ଅନ୍ୟତମ। ଶିଶିର ବିଶ୍ୱନାଥ ଅପେରା, ତପସ୍ବିନୀ ଅପେରା, ବାଣେଶ୍ୱରୀ ଗଣନାଟ୍ୟ, ଗୌରୀ ତଥା ତାରିଣୀ, ତାରାତାରିଣୀ ଆଦି ଉତ୍ତର ବାଲେଶ୍ୱର ଅନୁଷ୍ଠାନରେ ଆସିଷ୍ଟାଣ୍ଟ ତଥା ମୁଖ୍ୟ ନିର୍ଦ୍ଦେଶକ ଭାବରେ କାମ କରି ନିର୍ଦ୍ଦେଶନାର ବ୍ୟାକରଣ ହାସଲ କରି ସାରିଥିଲେ। ଏହି କାମ କରିବା ମଧ୍ୟରେ ତାଙ୍କର ସାକ୍ଷାତ ହୁଏ ସଙ୍ଗୀତ ନିର୍ଦ୍ଦେଶକ ଏକନ୍‌ଙ୍କ ସହିତ। ଏକନ୍‌ ହିଁ ତାଙ୍କୁ ନେଇ ନାଟ୍ୟକାର ନୀହାର ମହାନ୍ତିଙ୍କ ସହିତ ପରିଚିତ କରାନ୍ତି। ନୀହାରବାବୁ ହିଁ ଶିଶିରଙ୍କୁ ଆଣନ୍ତି ଧଉଳି ଗଣନାଟ୍ୟକୁ।
‘କାଳିଦାସଙ୍କର ନୂଆ କାହାଣୀ’ ଏକ ପ୍ରେତଶକ୍ତି ଆଧାରିତ କାହାଣୀ। ନାଟକଟିକୁ ନେଇ ବେଶ୍‌ ଖୁସି ଅଛନ୍ତି ଶିଶିର। ପେସାଦାର ମନୋଭାବ ସହିତ ଭଲ ନାଟକ କରିବାର ମନୋବୃତ୍ତି ରଖିଲେ ସବୁ ନାଟକ ଭଲ ହୋଇପାରିବ। ଏଥିସହିତ କଳାକାରମାନେ ନାଟ୍ୟକାର କିମ୍ବା ନିର୍ଦ୍ଦେଶକଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରି ନିଜର ଭୂମିକାକୁ ଠିକ୍‌ ଭାବରେ ନିର୍ବାହ କରିବାରେ ମନୋନିବେଶ କଲେ ଓଡ଼ିଆ ଯାତ୍ରା ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଦେଇପାରିବ ବୋଲି କହନ୍ତି ଏହି ଯୁବକ। ସାମ୍ପ୍ରତିକ ଓଡ଼ିଆ ଯାତ୍ରାର ଗତି, ପ୍ରଗତି, ଅଧୋଗତିକୁ ନେଇ ନାନାଦି ପ୍ରସଙ୍ଗ ଉଠୁଥିବା ବେଳେ ଶିଶିରଙ୍କ ଭଳି ଉଦୀୟମାନ ଯୁବକମାନଙ୍କର ଯାତ୍ରାକୁ ପ୍ରବେଶ ନିଶ୍ଚିତ ଭାବରେ ଏକ ଶୁଭ ସୂଚନା – ଏକଥା ଅନସ୍ବୀକାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri