Posted inଖେଳ

ଆଇ- ଲିଗ୍‌: ଚର୍ଚ୍ଚିଲର ସଂଘର୍ଷପୂର୍ଣ୍ଣ ବିଜୟ

ମାରଗାଓ,୧୬।୨(ପି.ଟି.)- ଚଳିତ ଆଇ- ଲିଗ୍‌ରେ ଶୁକ୍ରବାର ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଚର୍ଚ୍ଚିଲ ବ୍ରଦର୍ସ ୨-୧ ଗୋଲରେ ଆଇଜଲ ଏଫ୍‌ସିକୁ ପରାସ୍ତ କରିଛି। ଚର୍ଚ୍ଚିଲର ଓ୍ବିଲିସ୍‌ ପ୍ଲାଜା ଷ୍ଟପେଜ ଟାଇମ ଅର୍ଥାତ୍‌ ମ୍ୟାଚ୍‌ର ଅନ୍ତିମ ମୁହୂର୍ତ୍ତରେ ନିର୍ଣ୍ଣାୟକ ଗୋଲ ଦେଇ ଦଳକୁ ଜିତାଇଥିଲେ। ଏହି ବିଜୟ ସହ ଚର୍ଚ୍ଚିଲ ୩ ପଏଣ୍ଟ ହାସଲ କରିଛି। ପ୍ରଥମାର୍ଦ୍ଧରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା ଓ କୌଣସି ଗୋଲ ସ୍କୋର ହୋଇପାରି ନ ଥିଲା। ତେବେ ଦ୍ୱିତୀୟାର୍ଦ୍ଧର ୭୪ତମ ମିନିଟ୍‌ରେ ଚର୍ଚ୍ଚିଲର ଡଓ୍ବାଡ ସିସେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ନିର୍ଦ୍ଧାରିତ ସମୟର ଶେଷ ମିନିଟ୍‌ରେ ଆଇଜଲର ପଲ ରାମପାନଙ୍ଗଜାଉଭା ଗୋଲ ଦେଇ ମ୍ୟାଚ୍‌ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ଶେଷରେ ପ୍ଲାଜା ନିର୍ଣ୍ଣାୟକ ଗୋଲ ଦେଇ ଆଇଜଲକୁ ନିରାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

IPL 2026ରେ ଖେଳିବେ ଏହି ୫ ବରିଷ୍ଠ ଖେଳାଳି, ଜାଣନ୍ତୁ କେଉଁ ଦଳରେ କିଏ ହେଲେ ସାମିଲ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) କୁ ପ୍ରାୟତଃ ଯୁବ ଖେଳାଳିଙ୍କ ପାଇଁ ଏକ କ୍ୟାରିୟର ଲଞ୍ଚର ଭାବରେ ଗଣନା କରାଯାଏ, କାରଣ ଏହି ଟୁର୍ଣ୍ଣାମେଣ୍ଟ ସେମାନଙ୍କର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ, ଜାଣନ୍ତୁ…

ଜୁରିଚ୍‌,୨୦ା୩: ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ…

ତୃତୀୟ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍‌ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ…

IPL ପୂର୍ବରୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍‌’: ୩୦୦ ଅଧିକ ବେଆଇନ ବେଟିଂ ସାଇଟ୍‌ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୦।୩: ଭାରତରେ ବେଆଇନ ଜୁଆ ଏବଂ ସଟ୍ଟାବାଜି (Betting) ଚଳାଉଥିବା ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଆଇପିଏଲ୍‌(IPL…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri