Posted inଖେଳ

ଆଇସିସି ବିଶ୍ୱକପ୍‌: ପାକିସ୍ତାନ- ଦକ୍ଷିଣ ଆଫ୍ରିକା ସମ୍ମାନ ଲଢ଼େଇ

ଲଣ୍ଡନ,୨୩।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଏକପ୍ରକାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିଲେ ମଧ୍ୟ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଐତିହାସିକ ଲଡର୍‌ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉକ୍ତ ଦୁଇ ଦଳ ସମ୍ମାନ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୪ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ସେମିଫାଇନାଲ ଦୌଡରୁ ବାଦ୍‌ ପଡିସାରିଛି। ତେବେ ପାକିସ୍ତାନ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ନବମ ସ୍ଥାନରେ ରହିଥିଲେ ମଧ୍ୟ ସେମିଫାଇନାଲକୁ ଉଠିବାର କ୍ଷୀଣ ଆଶା ରହିଛି। ତେବେ ଏଥିପାଇଁ ପାକିସ୍ତାନକୁ ବାକି ଥିବା ୪ଟି ମ୍ୟାଚ୍‌ ଜିତିବାକୁ ହେବ। କେବଳ ସେତିକି ନୁହଁ, ଅନ୍ୟ ମ୍ୟାଚ୍‌ଗୁଡିକର ଫଳାଫଳ ଉପରେ ପାକିସ୍ତାନର ଭାଗ୍ୟ ନିର୍ଭର କରିବ।
୧୯୯୨ ଚାମ୍ପିୟନ ପାକିସ୍ତାନ କେବଳ ଆୟୋଜକ ଇଂଲଣ୍ଡକୁ ହରାଇଛି। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଓ୍ବେଷ୍ଟଇଣ୍ଡିଜଠାରୁ ୭ ଉଇକେଟରେ ପରାସ୍ତ ହୋଇଥିଲା। ଜୁନ ୧୬ରେ ଭାରତଠାରୁ ପାକିସ୍ତାନ ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲା। ସାରା ବିଶ୍ୱରେ ପାକିସ୍ତାନ ପ୍ରଶଂସକ ଏହି ପରାଜୟରେ ବେଶ୍‌ ନିରାଶ ହୋଇ ଅସନ୍ତୋଷ ଜାହିର କରିଥିଲେ। ଏହା ସ୍ବାଭାବିକ କଥା। ପ୍ରଶଂସକ ନିଜ ଜାତୀୟ ଦଳ ଉପରେ ବହୁତ ଆଶା ରଖିଥାନ୍ତି। ତେଣୁ ପରାଜୟରେ ସେମାନେ ନିରାଶ ହେବାରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ସାହିଦୀ ଆଫ୍ରିଦି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାରଙ୍କ ସହ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କଥା ହେବା ଅବସରରେ କହିଛନ୍ତି। ବୋଲିଂରେ କେବଳ ମହମ୍ମଦ ଆମୀର ଏକା ଲଢେଇ କରିଥିଲେ। ପାକିସ୍ତାନର ବ୍ୟାଟିଂ ଓ ଫିଲ୍ଡିଂ ନୈରାଶ୍ୟଜନକ ବୋଲି ସେ କହିଛନ୍ତି। ଅଭିଜ୍ଞ ସୋଏବ ମଲିକଙ୍କ ପ୍ରଦର୍ଶନ ମଧ୍ୟ ଖରାପ ରହିଛି।
ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ମଧ୍ୟ ଭୁଲ୍‌ରୁ ଶିକ୍ଷା କରିନାହିଁ। ଦଳ ଆଶାଠାରୁ ବହୁତ କମ୍‌ ପ୍ରଦର୍ଶନ କରିଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା କେନ୍‌ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳଠାରୁ ପରାସ୍ତ ହୋଇଥିଲା। ଦମ୍‌ଦାର ବ୍ୟାଟିଂ କରି ଓ୍ବିଲିୟମସନ ଦଳକୁ ଜିତାଇଥିଲେ। ଏବେ ଆମେ ଦକ୍ଷତା ଅନୁରୂପ ଖେଳିବାକୁ ଲକ୍ଷ୍ୟ ରଖିଛୁ ବୋଲି ଦକ୍ଷିଣ ଆଫ୍ରିକା ହେଡ୍‌ କୋଚ୍‌ ଓଟିସ ଗିବସନ କହିଛନ୍ତି। ଆହୁରି ୩ଟି ମ୍ୟାଚ୍‌ ଖେଳିବାକୁ ବାକି ରହିଛି। ତେଣୁ ଏହି ମ୍ୟାଚ୍‌ଗୁଡିକରେ ଆମେ ବିଜୟୀ ହେବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ବିଶ୍ୱକପ୍‌ ପରେ ଲେଗ୍‌ ସ୍ପିନର ଇମ୍ରାନ ତାହିର ଓ ବ୍ୟାଟ୍ସମ୍ୟାନ ଜେପି ଡୁମିନି ଦିନିକିଆରୁ ଅବସର ନେବେ। ଚଳିତ ବିଶ୍ୱକପ୍‌ରେ ଲଡର୍‌ସରେ ଆମେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛୁ। ପିଚ୍‌ର ଧର୍ମ କିଭଳି ହେବ ତାହା ଦେଖିବାକୁ ବାକି ରହିଲା ବୋଲି ସେ କହିଛନ୍ତି।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫକର ଜମାନ, ଇମାମ ଉଲ ହକ, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ, ମହମ୍ମଦ ହାସ୍‌ନେନ, ଶାହିନ ଶାହ ଆଫ୍ରିଦୀ, ଓ୍ବାହାବ ରିୟାଜ, ମହମ୍ମଦ ଆମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ୍‌, ଏଡେନ ମାରକ୍ରାମ, ହାସିମ ଅମଲା, ଜେପି ଡୁମିନି, ଡେଭିଡ ମିଲର, କାଗିସୋ ରାବାଡ଼ା, ଡ୍ବେନ ପେରଟୋରିୟସ, ଆଣ୍ଡିଲ ଫେଲୁକ୍ୱାୟୋ, ତାବ୍ରେଜ ଶାମ୍‌ସି, ଇମ୍ରାନ ତାହିର, ଲୁନଗି ଏନ୍‌ଗିଡି, କ୍ରିସ୍‌ ମୋରିସ୍‌, ରାସି ଭାନ ଡେର ଡୁସେନ, ବେଉରନ ହେଣ୍ଡ୍ରିକ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାର୍ଟ ପାଇଁ ଶେଷ ହେଲା କ୍ୟାରିୟର

ବାର୍ସିଲୋନା,୧୫।୧୨: ବାର୍ସିଲୋନା ତଥା ଆର୍ଜେଣ୍ଟିନା ଷ୍ଟ୍ରାଇକର ସେର୍ଗିଓ ଅଗୁରୋ ବୁଧବାର ଫୁଟ୍‌ବଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ହୃଦ ଜନିତ ସମସ୍ୟା କାରଣରୁ ୩୩ ବର୍ଷ ବୟସରେ...

ମହିଳା ପ୍ରିମିୟର ଲିଗ୍‌ : ବ୍ୟାଟିଂ ନିଷ୍ପତ୍ତି ନେଲା ଆରସିବି

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ)ର ମ୍ୟାଚରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ମଧ୍ୟରେ ଖେଳାଯାଇଛି। ତେବେ ମ୍ୟାଚ୍‌ରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି...

ଆଫ୍ରିକା ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ହାର୍ଦ୍ଦିକଙ୍କ ସ୍ଥାନରେ ଏହି ଖେଳାଳିଙ୍କ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ଚଳିତ ମାସ ୨୮ ତାରିଖରେ ଥିରୁଭାନନ୍ତପୁରମଠାରେ ଆରମ୍ଭ...

ଖୁସିରେ ଡେଇଁଲେ ଗାଭାସ୍କର

ମେଲବୋର୍ନ,୨୪।୧୦: ଟି-୨୦ ବିଶ୍ୱକପ୍‌ ୨୦୨୨ର ପ୍ରଥମ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ଚାରି ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଆର୍‌. ଅଶ୍ୱିନ ଶେଷ ବଲରେ ଏକ...

ଭାରତ-ଅଷ୍ଟ୍ରେଲିଆ ସିରିଜ୍‌: କାର୍ଯ୍ୟସୂଚୀରେ ହେବ ନାହିଁ ପରିବର୍ତ୍ତନ

ସିଡ୍‌ନୀ,୨୯।୧୨: ଭ୍ରମଣକାରୀ ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର କାର୍ଯ୍ୟସୂଚୀରେ ହେବ ନାହିଁ କୌଣସି ପରିବର୍ତ୍ତନ। କୋଭିଡ୍‌-୧୯...

ପୁରୁଷ ସିଙ୍ଗଲ୍ସ: ଜୋକୋଭିଚ୍‌- କାରାସେଭ ସେମିଫାଇନାଲ

ମେଲବୋର୍ନ,୧୭।୨(ଏପି): ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଏଥିରେ ଟପ୍‌ ସିଡ୍‌ ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍‌ ଓ...

ଦେଶ ପାଇଁ ସ୍ବର୍ଣ୍ଣ ଜିତିଲେ ନିଖତ

ନୂଆଦିଲ୍ଲୀ,୨୬।୩: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପରେ ଦେଶ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନିଖତ ଜରିନ। ୪୮-୫୦ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା...

ଏହି କ୍ରିକେଟରଙ୍କୁ ପିଠିରେ ଉଠାଇ ବ୍ୟାୟାମ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୦।୫:କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବ୍ୟାଟ୍ସମ୍ୟାନ ନୀତୀଶ ରାଣା ଗତ କିଛି ଆଇପିଏଲ ସିଜିନରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏହି ସମୟରେ ନୀତୀଶଙ୍କ ସ୍ତ୍ରୀ ସାଚ୍ଚି...

Advertisement
Archives

Model This Week