Posted inଖେଳ

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆ- ବାଂଲାଦେଶ ମୁକାବିଲା

ନଟିଂହାମ,୨୦।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ୨୬ତମ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦମ୍‌ଦାର ପ୍ରଦର୍ଶନ କରୁଥିବା ବାଂଲାଦେଶ ପରସ୍ପରକୁ ଭେଟିବେ। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ବେଶ୍‌ ଗୁରୁତ୍ୱ ଦେବ। ଆରୋନ ଫିଞ୍ଚ୍‌ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଟେବୁଲ ଟପ୍ପର ଇଂଲଣ୍ଡ ପଛକୁ ରହି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଉଭୟ ଦଳ ୫ଟି ଲେଖାଏ ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ପ୍ରତ୍ୟେକ ୮ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ତେବେ ନେଟ୍‌ ରନ୍‌ରେଟ୍‌ ଦୃଷ୍ଟିକୋଣରୁ ଇଂଲଣ୍ଡ ଆଗରେ ରହି ଶୀର୍ଷସ୍ଥାନ ଅଧିକାର କରିଛି।
ବାଂଲାଦେଶ ଇତିମଧ୍ୟରେ ଜବରଦସ୍ତ ପ୍ରଦର୍ଶନ କରିଛି। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ବାଂଲାଦେଶ ନିଜ ଦକ୍ଷତାର ପ୍ରମାଣ ଦେଇଛି। ଅଲ୍‌ରାଉଣ୍ଡର ସାକିବ ଅଲ ହାସନ ୧୨୪ ରନ୍‌ର ଶତକୀୟ ପାଳି ଖେଳି ଦଳକୁ ଜିତାଇଥିଲେ। ସେ ମଧ୍ୟ କ୍ରମାଗତ ଦୁଇଟି ଶତକ ହାସଲ କରିଛନ୍ତି। ସାକିବଙ୍କ ୧୦ ଉଇକେଟ ସଫଳତା ବଳରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ସୃଷ୍ଟି କରିଥିଲା ଏବଂ ଏ କଥା ଅଷ୍ଟ୍ରେଲିଆ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଭୁଲି ନ ଥିବ। ସାକିବଙ୍କ ପ୍ରତି ଦଳ ସତର୍କ ରହିବ ବୋଲି ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ସାକିବ ଏବେ ବିଶ୍ୱର ଶ୍ରେଷ୍ଠ ଦିନିକିଆ ଅଲ୍‌ରାଉଣ୍ଡର ଓ ଶ୍ରେଷ୍ଠ ବାମହାତୀ ସ୍ପିନର ବୋଲି ସେ କହିଛନ୍ତି। ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡିବା ପରେ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ଫିଟ୍‌ ହୋଇ ଦଳକୁ ଫେରିବା ଅଷ୍ଟ୍ରେଲିଆ ପାଇଁ ଭଲ ସାବ୍ୟସ୍ତ ହୋଇଛି। ସାଇଡ୍‌ ଷ୍ଟ୍ରେନ୍‌ ଯୋଗୁ ସେ ଖେଳିପାରି ନ ଥିଲେ। ତେବେ ସେ ଏହି ମ୍ୟାଚ୍‌ ଖେଳିବେ ବୋଲି ସେତେଟା ନିଶ୍ଚିତ ନୁହଁ। ଟ୍ରେଣ୍ଟ ବ୍ରିଜ୍‌ର ଶୁଖିଲା ପିଚ୍‌କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଜଣେ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇବ ବୋଲି ଲାଙ୍ଗର କହିଛନ୍ତି। ୪ ଜଣ ଦ୍ରୁତ ବୋଲରଙ୍କୁ ଖେଳାଇବାର ଯୋଜନାରେ ଅଷ୍ଟ୍ରେଲିଆ ପରିବର୍ତ୍ତନ ଆଣିବ। ଷ୍ଟୋଇନିସ ଆହତ ହୋଇଥିବାରୁ ଏପରି କରିବାର ଆବଶ୍ୟକତା ରହିଛି ବୋଲି ଲାଙ୍ଗର ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ତା’ର ପ୍ରଥମ ୩ ମ୍ୟାଚ୍‌ରେ ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କୁ ଖେଳାଇଥିଲା ଓ ଏଥିରୁ ୨ଟି ବିଜୟ ହାସଲ କରିଥିଲା। କିନ୍ତୁ ଗତ ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ କୌଣସି ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇ ନ ଥିଲା। ପାର୍ଟଟାଇମ୍‌ ସ୍ପିନର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ମୁଖ୍ୟ ସ୍ପିନର ଭାବେ ଅଷ୍ଟ୍ରେଲିଆ ଖେଳାଇଥିଲା। ପାକିସ୍ତାନ ବିପକ୍ଷରେ ଅଧିନାୟକ ଆରୋନ ବୋଲିଂ କରିଥିଲେ। ଅଭିଜ୍ଞ ଅଫ୍‌ ସ୍ପିନର ନାଥନ ଲିୟନ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଖେଳିବାର ସୁଯୋଗ ହାସଲ କରିପାରିନାହାନ୍ତି।
ଅପରପକ୍ଷରେ ବାଂଲାଦେଶ ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଓ୍ବେଷ୍ଟଇଣ୍ଡିଜ ପୂର୍ବରୁ ବାଂଲାଦେଶ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳକୁ ମଧ୍ୟ ୨୧ ରନ୍‌ରେ ପରାସ୍ତ କରିଛି। ୫ଟି ମ୍ୟାଚ୍‌ ଖେଳି ବାଂଲାଦେଶ ୫ ପଏଣ୍ଟ ହାସଲ କରି ସେମିଫାଇନାଲ ଦୌଡ଼ରେ ସାମିଲ ରହିଛି। ମିଚେଲ ଷ୍ଟାର୍କ ଓ ପ୍ୟାଟ୍‌ କୁମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ବେଶ୍‌ ଆକ୍ରମଣାତ୍ମକ ହୋଇଥିଲେ ମଧ୍ୟ ଏଥିରେ ବ୍ୟଥିତ ହେବାର କିଛି ନାହିଁ ବୋଲି ସାକିବ ପ୍ରମାଣ କରିଛନ୍ତି। ଗତ ୪ଟି ମ୍ୟାଚ୍‌ରେ ଆମେ ବିଶ୍ୱର ଶ୍ରେଷ୍ଠ ବୋଲରମାନଙ୍କୁ ସାମ୍‌ନା କରିଛୁ। ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ ଭଳି ଦଳରେ ୧୪୦ ଓ ୧୫୦ରୁ ଊର୍ଦ୍ଧ୍ୱ ବେଗରେ ବଲ୍‌ ପକାଉଥିବା ବୋଲର ରହିଛନ୍ତି ବୋଲି ସାକିବ କହିଛନ୍ତି। ଅଷ୍ଟ୍ରେଲିଆ ଭଳି ଦଳକୁ ଆମେ ସଫଳତାର ସହ ଚ୍ୟାଲେଞ୍ଜ ଦେବୁ। ଓପ୍‌ନିଂ ବ୍ୟାଟ୍ସମ୍ୟାନ ତାମିମ୍‌ ଇକ୍‌ବାଲ, ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ଓ ଲିଟନ ଦାସଙ୍କ ଭଳି ବ୍ୟାଟ୍ସମ୍ୟାନ ଜବରଦସ୍ତ ଫର୍ମରେ ରହିଛନ୍ତି। ତେବେ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଭଳି ଦଳକୁ ପ୍ରଥମେ ପରାସ୍ତ କରିବାକୁ ହେଲେ ବୋଲିଂରେ ବାଂଲାଦେଶକୁ ସୁଧାର ଆଣିବାକୁ ହେବ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡେଭିଡ୍‌ ଓ୍ବାର୍ନର, ଷ୍ଟିଭ୍‌ ସ୍ମିଥ୍‌, ଜାସନ ବେହେରନଡର୍ଫ, ଆଲେକ୍ସ କାରେ, ନାଥନ କଲ୍ଟର ନାଇଲ, ପ୍ୟାଟ୍‌ କୁମିନ୍ସ, ଉସ୍‌ମାନ ଖ୍ବାଜା, ନାଥନ ଲିୟନ, ଶନ୍‌ ମାର୍ଶ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡସନ, ମିଚେଲ ସାଣ୍ଟନର, ମାର୍କସ ଷ୍ଟୋଇନିସ୍‌ ଓ ଆଡାମ ଜାମ୍ପା।
ବାଂଲାଦେଶ ଦଳ: ମାଶ୍ରାଫି ମୋର୍ତ୍ତାଜା (ଅଧିନାୟକ), ସାକିବ ଅଲ ହାସନ, ସୌମ୍ୟ ସରକାର, ତାମିମ ଇକ୍‌ବାଲ, ମହମ୍ମଦ ସୈଫୁଦ୍ଦିନ, ମୋସାଡେକ ହୋସେନ, ମୁସ୍‌ଫିକର ରହିମ, ମୁସ୍ତାଫିଜୁର ରହମାନ, ରୁବେଲ ହୋସେନ, ସବୀର ରହମାନ, ଆବୁ ଜାଏଦ, ଲିଟନ ଦାସ, ମହମ୍ମୁଦୁଲା, ମେହିଦି ହାସନ ଓ ମହମ୍ମଦ ମିଥୁନ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri