ଆଇପିଏଲ-୨୦୨୦: ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ

ଦୁବାଇ, ୧୦।୧୧-
ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୩ତମ ସଂସ୍କରଣରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାରିତା ଦେଖାଇ ଏହି ଦଳ ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା। ୧୫୭ ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୮.୪ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଦଳଭାବେ ମୁମ୍ବାଇ ଏହାକୁ ମିଶାଇ ମୋଟ ୫ ଥର ଚାମ୍ପିୟନ ହୋଇଛି। ପୂର୍ବରୁ ଦଳ ୨୦୧୩, ୨୦୧୫, ୨୦୧୭ ଓ ୨୦୧୯ରେ ଟାଇଟଲ ହାସଲ କରିଥିଲା। ଅନ୍ୟପକ୍ଷରେ ପୂର୍ବରୁ କେବେହେଲେ ଫାଇନାଲରେ ପ୍ରବେଶ କରି ନ ଥିବା ଦିଲ୍ଲୀ ରନର୍ସଅପ୍ରେ ସନ୍ତୁଷ୍ଟ ହୋଇଛି। କୋଭିଡ-୧୯ର କରାଳ କାୟା ମଧ୍ୟରେ ପ୍ରତିଯୋଗିତା ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ସଫଳତାର ସହ ଶେଷ ହୋଇଛି।
ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା। ପ୍ରଥମ ଓଭର ବୋଲିଂ କରିଥିବା ଟ୍ରେଣ୍ଟ ବୋଲ୍ଟ ପ୍ରଥମ ବଲ୍ରେ ମାର୍କୁସ ଷ୍ଟୋଇନିସଙ୍କୁ ଆଉଟ କରି ଦିଲ୍ଲୀକୁ ଶକ୍ତ ଝଟ୍କା ଦେଇଥିଲେ। ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ କ୍ୱାଲିଫାୟର-୨ରେ ଦିଲ୍ଲୀକୁ ଭଲ ଆରମ୍ଭ ଦେଇଥିବା ଷ୍ଟୋଇନିସ ଏଠାରେ ଖାତା ଖୋଲିବା ପୂର୍ବରୁ ଉଇକେଟ କିପର କ୍ୱିଣ୍ଟନ ଡି’କକ୍ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାକୁ ମିଶାଇ ଚଳିତ ସଂସ୍କରଣର ପ୍ରଥମ ଓଭରରେ ଦିଲ୍ଲୀର ଉଇକେଟ ପତନ ସଂଖ୍ୟା ୧୦ରେ ପହଞ୍ଚତ୍ଥିଲା। କେବଳ ସେତିକି ନୁହେଁ, ବୋଲ୍ଡ ନିଜ ଦ୍ୱିତୀୟ ଓଭରର ୪ର୍ଥ ବଲ୍ରେ ଅଜିଙ୍କ୍ୟ ରାହାନେ(୨ ରନ)ଙ୍କୁ କଟ ବିହାଇଣ୍ଡ କରି ବିପକ୍ଷ ଦଳର ଚିନ୍ତା ବଢ଼ାଇ ଦେଇଥିଲେ। ଶକ୍ତିଶାଳୀ ମୁମ୍ବାଇକୁ ଟକ୍କର ଦେବାକୁ ହେଲେ ଫର୍ମରେ ଥିବା ଶିଖର ଧାଓ୍ବନଙ୍କ ବ୍ୟାଟ୍ରୁ ଏକ ବଡ଼ ସ୍କୋର ଆଶା କରାଯାଉଥିଲା। ମାତ୍ର ଧାଓ୍ବନ ଏଠାରେ ମାତ୍ର ୧୪(୧୩ ବଲ, ୩ ଚୌକା) ରନ କରି ଜୟନ୍ତ ଯାଦବଙ୍କ ବଲ୍ରେ କ୍ଲିନ ବୋଲ୍ଡ ହେବାରୁ ଦିଲ୍ଲୀର ବଡ଼ ସ୍କୋର ଆଶା ମଉଳିଯାଇଥିଲା। ୩.୩ ଓଭର ବେଳକୁ ସ୍କୋର ୨୨/୩ ହୋଇ ଯାଇଥିଲା। ଅଧିନାୟକ ଶ୍ରେୟାସ ଆୟାର ଓ ରିଷଭ ପନ୍ତ ସତର୍କତାର ସହ ବ୍ୟାଟିଂ କରି ୧୪ତମ ଓଭରର ପ୍ରଥମ ବଲ୍ରେ ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦୁଇ ଖେଳାଳି ହାସଲ କରିଥିଲେ ଅର୍ଦ୍ଧଶତକ। ୪ର୍ଥ ଉଇକେଟରେ ୯୬ ରନର ଭାଗୀଦାରି ପରେ ରିଷଭ ଆଉଟ ହୋଇଥିଲେ। ୧୫ତମ ଓଭରର ଶେଷ ବଲ୍ରେ ସେ ନାଥାନ କୁଲ୍ଟର ନିଲଙ୍କୁ ବଡ଼ ଶଟ ଖେଳିବାକୁ ଯାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇଥିଲେ। ୩୮ଟି ବଲ ଖେଳିଥିବା ପନ୍ତ ୪ ଚୌକା ଓ ୨ ଛକା ସହ ୫୬ ରନ ସ୍କୋର କରିଥିଲେ। ଶିମରନ ହେଟମେର (୫), ଅକ୍ଷର ପଟେଲ(୯) ଓ କାଗିଶୋ ରାବାଡ଼ା(୦) ଶୀଘ୍ର ଆଉଟ ହେବାରୁ ଦିଲ୍ଲୀ ବଡ଼ ସ୍କୋର କରିପାରି ନ ଥିଲା। ଆୟାର ୬୫(୫୦ ବଲ, ୬ ଚୌକା, ୨ ଛକା) ରନରେ ଅପରାଜିତ ରହି ଦଳୀୟ ସ୍କୋରକୁ ୨୦ ଓଭରରେ ୧୫୬/୭ରେ ପହଞ୍ଚାଇଥିଲେ। ଆଇପିଏଲର ଫାଇନାଲରେ କୌଣସି ଦଳର ଅଧିନାୟକଭାବେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର। ୨୦୧୬ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୬୯ ରନ କରି ଡେଭିଡ ଓ୍ବାର୍ନର ଏହି ତାଲିକାର ଶୀର୍ଷରେ ଅଛନ୍ତି। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ଟି, ନାଥାନ କୁଲ୍ଟର ନିଲ ୨ଟି ଓ ଜୟନ୍ତ ଯାଦବ ଗୋଟିଏ ଉଇକେଟ ନେଇଥିଲେ।
୨୦୦ତମ ମ୍ୟାଚରେ ରୋହିତ ରାଜ
ଏଠାରେ କ୍ୟାରିୟରର ୨୦୦ତମ ଆଇପିଏଲ ମ୍ୟାଚ ଖେଳିଥିଲେ ରୋହିତ। ବଡ଼ ଟାର୍ଗେଟ ନ ଥିବାରୁ ମୁମ୍ବାଇ ବିନା ଚାପରେ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡି’କକ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଥମ ଓଭରରେ ଛକା ମାରି ରୋହିତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଓପନିଂ ଯୋଡ଼ିରେ ୨୫ ବଲ୍ରୁ ୪୫ ରନ ସଂଗ୍ରହ ପରେ ଡି’କକ ଆଉଟ ହୋଇଥିଲେ। ସେ ୧୨ ବଲ୍ରୁ ୩ ଚୌକା ଓ ୧ ଛକା ସହ ୨୦ ରନ କରିଥିବାବେଳେ ମାର୍କୁସ ଷ୍ଟୋଇନ୍ସଙ୍କ ବଲ୍ରେ ଉଇକେଟ କିପର ପନ୍ତଙ୍କୁ କ୍ୟାଚ ଦେଇଥିଲେ। ପାଓ୍ବାରପ୍ଲେ ୬ ଓଭରରେ ୬୧ ରନ ସଂଗ୍ରହ କରି ସହଜ ବିଜୟ ପାଇଁ ପଥ ପରିଷ୍କାର କରିଥିଲା ମୁମ୍ବାଇ। ଦ୍ୱିତୀୟ ଉଇକେଟରେ ୪୫ ରନର ଭାଗୀଦାରି ପରେ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ରନ ଆଉଟ ହୋଇଥିଲେ। ପରୋକ୍ଷରେ କହିବାକୁ ଗଲେ ସେ ରୋହିତଙ୍କ ପାଇଁ ନିଜ ଉଇକେଟ ଉତ୍ସର୍ଗ କରିଥିଲେ। ସେ ୨୦ ବଲ ଖେଳି ୧୯(୧ ଚୌକା, ୧ ଛକା) ରନ କରିଥିଲେ। ସୂର୍ଯ୍ୟକୁମାରଙ୍କ ଉତ୍ସର୍ଗକୁ ବେକାର ହେବାକୁ ଦେଇ ନ ଥିଲେ ରୋହିତ। ଦ୍ରୁତ ଅର୍ଦ୍ଧଶତକ ସହ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଖେଳିଥିଲେ ଅଧିନାୟକ ଇନିଂସ। ହାମଷ୍ଟ୍ରିଙ୍ଗ ଇଞ୍ଜୁରିରୁ ମୁକୁଳିଥିବା ରୋହିତ ୫୧ଟି ବଲ୍ର ସମ୍ମୁଖୀନ ହୋଇ ୫ ଚୌକା ଓ ୪ ଛକା ସହାୟତାରେ ସର୍ବାଧିକ ୬୮ ରନ ସ୍କୋର କରିଥିଲେ। ଆଉଟ ହେବା ପୂର୍ବରୁ ସେ ଇଶାନ କିଶନଙ୍କ ସହ ୩ୟ ଉଇକେଟରେ ୪୭ ରନ ଯୋଗ କରି ଦଳକୁ ବିଜୟର ନିକଟତର କରାଇଥିଲେ। କିରନ ପୋଲାର୍ଡ ୯ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ ରନରେ ଆଉଟ ହୋଇଥିଲେ ହେଁ ତାହା ଦଳର ବିଜୟକୁ ପ୍ରଭାବିତ କରିପାରି ନ ଥିଲା। ବିଜୟ ସୂଚକ ରନ ସହ ଇଶାନ କିଶନ ୩୩(୧୯ ବଲ, ୩ ଚୌକା, ୧ ଛକା) ରନରେ ଅପରାଜିତ ରହି ଔପଚାରିକତା ପୂରଣ କରିଥିଲେ। ଦିଲ୍ଲୀ ପକ୍ଷରୁ ଏନରିଚ ନର୍ଜେ ୨ଟି ଏବଂ କାଗିଶୋ ରାବାଡ଼ା ଓ ମାର୍କୁସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୫୬/୭ (ଆୟାର-୬୫*, ପନ୍ତ-୫୬, ବୋଲ୍ଟ-୩/୩୦, କୁଲ୍ଟର ନିଲ-୨/୨୯, ଜୟନ୍ତ-୧/୨୫)। ମୁମ୍ବାଇ ଇଣ୍ଡିଆନ୍ସ ୧୮.୪ ଓଭରରେ ୧୫୭/୫ (ରୋହିତ-୬୮, କିଶନ-୩୩*, ନର୍ଜେ-୨/୨୫, ଷ୍ଟୋଇନିସ-୧/୨୩, ରାବାଡ଼ା-୧/୩୨)।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?