Posted inଖେଳ

ଆଇପିଏଲ ପୂର୍ବରୁ ହେବ ଅଲଷ୍ଟାର ମ୍ୟାଚ୍‌

ନୂଆଦିଲ୍ଲୀ,୨୮।୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷ ଆଇପିଏଲ ପୂର୍ବରୁ ଏକ ଅଲଷ୍ଟାର ମ୍ୟାଚ୍‌ ଆୟୋଜନ କରିବ। ଏଥିରୁ ଆୟ ହୋଇଥିବା ଅର୍ଥ ଚ୍ୟାରିଟି ପାଇଁ ଖର୍ଚ୍ଚ ହେବ। ଦୁଇ ଦଳର ଖେଳାଳିଙ୍କୁ ରେଜିଷ୍ଟର ଆଇପିଏଲ ଖେଳାଳିଙ୍କ ତାଲିକାରୁ ଚୟନ କରାଯିବ। ମ୍ୟାଚ୍‌ଟି ପ୍ରଥମ ଆଇପିଏଲ ମ୍ୟାଚ୍‌ର ତିନି ଦିନ ପୂର୍ବରୁ ଖେଳାଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି। ଆମେ ଦୁଇ ଦଳର ନାମ ସମ୍ପର୍କରେ ନିଷ୍ପତ୍ତି ନେଇନାହୁଁ। କିନ୍ତୁ ଗୋଟିଏ ଦଳରେ ଆଇପିଏଲରେ ଖେଳୁଥିବା ବିଦେଶ ଖେଳାଳି ରହିବେ। ପ୍ରତ୍ୟେକ ବର୍ଷ ଏହି ମ୍ୟାଚ୍‌ ଖେଳାଯିବ। ଆମେ ଭେନ୍ୟୁ ମଧ୍ୟ ଧାର୍ଯ୍ୟ କରିନାହୁଁ। କିନ୍ତୁ ଅହମ୍ମଦାବାଦରେ ଖେଳାଯିବ ନାହିଁ। ନୂଆ ଷ୍ଟାଡିୟମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନାହିଁ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ ଗଭର୍ନିଂ କାଉନ୍ସିଲ ବୈଠକ ପରେ କହିଛନ୍ତି। ସେ ଆହୁରି କହିଛନ୍ତି ଆଇପିଏଲରେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିଲେ ବଦଳ ଖେଳାଳି ଖେଳିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି। ଏହି ନିୟମ ଅନ୍ତର୍ଜାତୀୟ କ୍ରିକେଟରେ ଗତବର୍ଷଠାରୁ ଲାଗୁ ହୋଇସାରିଛି। ଏଥିସହିତ ତୃତୀୟ ଅମ୍ପାୟର ନୋ ବଲ ଉପରେ ନଜର ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଟେଷ୍ଟରେ ପାକିସ୍ତାନ, ଇଂଲଣ୍ଡ ଖେଳାଳି ଉତ୍ତୀର୍ଣ୍ଣ

ସାଉଥାମ୍ପଟନ, ୧ା୭ (ଏପି): ସର୍ବଶେଷ କରୋନା ଭାଇରସ ଟେଷ୍ଟରେ ଉଭୟ ପାକିସ୍ତାନ ଓ ଇଂଲଣ୍ଡ କ୍ରିକେଟ ଖେଳାଳି ଉତ୍ତୀର୍ଣ୍ଣ ହୋଇଛନ୍ତି। ରବିବାର ଇଂଲଣ୍ଡରେ ପହଞ୍ଚତ୍ଥିବା ପାକିସ୍ତାନ...

ବିରାଟ କୋହଲି ମୋତେ କରୁଥିଲେ ସ୍ଲେଜିଂ; ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟରଙ୍କ ଖୁଲାସା

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରାୟତଃ ପଡ଼ିଆରେ ଆକ୍ରମଣାତ୍ମକ ଆଚରଣ କରନ୍ତି। ଏହି କାରଣରୁ ତାଙ୍କୁ ଅନେକ ଥର ସମାଲୋଚନା କରାଯାଇଛି। କିନ୍ତୁ କୋହଲି...

ଟାଇଟଲରୁ ସାନିଆଙ୍କ ଅଲିମ୍ପିକ୍ସ ବର୍ଷ ଆରମ୍ଭ

ହୋବାର୍ଟ,୧୮।୧- ଦୀର୍ଘ ଦୁଇ ବର୍ଷ ପରେ କୋର୍ଟକୁ ଫେରିଥିବା ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ ପାର୍ଟନର ନାଡିଆ କିଚେନୋକଙ୍କ ସହ ମିଶି...

ଟିମ୍‌ ଇଣ୍ଡିଆ ହାତରୁ ଚାଲି ଯାଇପାରେ ଡବ୍ଲ୍ୟୁଟିସି ଫାଇନାଲ

ଦୁବାଇ,  ୯ା୨- ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜ୍ୟାଜନକ ପରାଜୟ ପରେ ଭାରତୀୟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)...

ବିରାଟ କୋହଲିଙ୍କଠାରୁ ଦୁଇଗୁଣା ଅଧିକ ମୂଲ୍ୟରେ ଘର କିଣିଲେ ଏହି ଭାରତୀୟ କ୍ରିକେଟର୍‌

ଭାରତକୁ ଦୁଇଟି ବିଶ୍ୱକପ୍‌ ଜିତାଇଥିବା ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଏବେ ଅଧିନାୟକ ବିରାଟ କୋହଲିଙ୍କ ପଡୋଶୀ ହୋଇଯାଇଛନ୍ତି। ଯୁବରାଜ ମୁମ୍ବାଇର ଓ୍ବର୍ଲିରେ ଥିବା ଓମକାର...

କେକେଆର ସହ ଖେଳି ଅବସର ନେବାକୁ ଚାହେଁ: ରସେଲ

ନୂଆଦିଲ୍ଲୀ,୩।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର) ସହ ଖେଳି ଅବସର ନେବାକୁ ଚାହେଁ ବୋଲି ଓ୍ବେଷ୍ଟଇଣ୍ଡିଜ ଧୂଆଁଧାର ବ୍ୟାଟ୍ସମ୍ୟାନ...

ଫ୍ରେଞ୍ଚ୍‌ ଓପନ୍‌: ନାଡ଼ାଲ, ଜୋକୋଭିଚ୍‌ଙ୍କ ଅଗ୍ରଗତି

ପ୍ୟାରିସ୍‌,୨୮।୫ (ଏଏଫ୍‌ପି)- ଗତଥରର ଚାମ୍ପିୟନ ସ୍ପେନ୍‌ର ରାଫାଲ ନାଡ଼ାଲ ଓ ସର୍ବିଆ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଦ୍ୱିତୀୟ...

ଆଇପିଏଲ ଛାଡ଼ି ସ୍ବଦେଶ ଫେରିଲେ ଷ୍ଟାର ବିଦେଶୀ ଖେଳାଳି

ଆବୁଧାବି, ୨୪।୯: ଚଳିତ ଆଇପିଏଲ ସିଜନରେ ସଂଘର୍ଷ କରୁଥିବା ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)କୁ ଗୁରୁବାର ଏକ ଶକ୍ତ ଧକ୍କା ଲାଗିଛି। ବାପାଙ୍କ ମୃତ୍ୟୁ କାରଣରୁ ହାଇଦ୍ରାବାଦ୍‌...

Advertisement
Archives

Model This Week