Posted inଖେଳ

ଆଇପିଏଲ୍‌: ରାତି ମ୍ୟାଚ୍‌ ଟାଇମିଂ ଅପରିବର୍ତ୍ତିତ

ନୂଆଦିଲ୍ଲୀ, ୨୭।୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରାତିରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ଆରମ୍ଭ ଟାଇମିଂରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପୂର୍ବଭଳି ରାତି ମ୍ୟାଚ୍‌ ୮ଟାରେ ଆରମ୍ଭ ହେବ। ସୋମବାର ଅନୁଷ୍ଠିତ ହୋଇଥିବା ଆଇପିଏଲ୍‌ ଗଭର୍ନିଂ କାଉନସିଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେତେକ ଷ୍ଟକ୍‌ହୋଲ୍ଡର ରାତି ମ୍ୟାଚ୍‌କୁ ୮ଟା ପରିବର୍ତ୍ତେି ୭ଟା ୩୦ରେ ଆରମ୍ଭ କରିବାକୁ ଚାପ ପକାଇ ଆସୁଥିଲେ। କିନ୍ତୁ ପୂର୍ବବର୍ଷ ଭଳି ଏହା ୮ଟାରେ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏହି ବୈଠକ ଅବସରରେ କହିଥିଲେ। ଆଇପିଏଲ୍‌ର ଆଗାମୀ ସଂସ୍କରଣରେ ୫ ଦିନ ୨ଟି ଲେଖାଏ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ଆଇପିଏଲ୍‌ ପୂର୍ବରୁ ଏକ ଚ୍ୟାରିଟେବୁଲ ମ୍ୟାଚ୍‌ ଆୟୋଜନ ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ଏହି ଅଲ୍‌ ଷ୍ଟାର୍‌ସ ଗେମ୍ସ ବିଶ୍ୱର ଶ୍ରେଷ୍ଠ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହେବ। ଚଳିତ ବର୍ଷ ଆଇପିଏଲ୍‌ର ଫାଇନାଲ ମୁମ୍ବାଇରେ କରିବା ପାଇଁ ବିସିସିଆଇ ସଭାପତି ଗାଙ୍ଗୁଲି ଶେଷରେ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଫାଇନାଲକୁ ଅହମ୍ମଦାବାଦରେ ଆୟୋଜନ କରିବା ନେଇ ଆଲୋଚନା ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରତିଷ୍ଠିତ ଫୁଟ୍‌ବଲ କୋଚ୍‌ ନନ୍ଦକିଶୋରଙ୍କ ପରଲୋକ

ଭୁବନେଶ୍ୱର, ୨।୬(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଆସିଛି ଆଉ ଏକ ଦୁଃଖ ଖବର। ପ୍ରତିଷ୍ଠିତ ଫୁଟ୍‌ବଲ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ...

ଧୋନିଙ୍କୁ ମିଳିଲା ନୂଆ ସମ୍ମାନ

ରାଞ୍ଚିି,୬।୩: କ୍ରିକେଟ ପଡ଼ିଆରେ ଚଉକା ଛକା ମାରି ବହୁ ପୁରସ୍କାର ଜିଣିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଏବେ ନୂଆ ସମ୍ମାନ ମିଳିଛି। ଗୋ-ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ...

ଭାରତର ଭାବି ଅଧିନାୟକ ଭାବେ ଏହି ଖେଳାଳିଙ୍କୁ ପ୍ରସ୍ତୁତ କରାଯାଉ: ସୁନିଲ ଗାଭାସ୍କର

ନୂଆଦିଲ୍ଲୀ,୧୭।୯: ଟି୨୦ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଅଧିନାୟକ ପଦରୁ ହଟିବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଏପରି ସ୍ଥିତିରେ ଆଗାମୀ ଦିନରେ...

ମୋଟୋ ଜିପି ଆରମ୍ଭରେ କ୍ୱାର୍ଟାରାରୋଙ୍କ ବିଜୟ

ଜେରେଜ ଡି’ ଲା ଫ୍ରଣ୍ଟେରା (ସ୍ପେନ୍‌), ୨୦।୭ (ଏପି)- କରୋନା ଭାଇରସ୍‌ର ବ୍ୟାପକତା ସତ୍ତ୍ୱେ ମୋଟୋଜିପି ପୁନର୍ବାର ଆରମ୍ଭ ହୋଇଛି। ରବିବାର ଅନୁଷ୍ଠିତ ସ୍ପାନିଶ ଗ୍ରାଁ...

କୋହଲି କହିଲେ, ଦୌଡରେ ମୁଁ ଏହି ଖେଳାଳିଙ୍କଠାରୁ ପଛରେ

ନୂଆଦିଲ୍ଲୀ, ୨୫।୧୧: ବିରାଟ କୋହଲିଙ୍କୁ ଭାରତୀୟ ଦଳରେ ଫିଟ୍‌ନେସ୍‌ ଗୁରୁ ଆଖ୍ୟା ଦିଆଯାଇଛି। ବିରାଟ ମଧ୍ୟ ନିଜ ଫିଟନେସ୍‌କୁ ବେଶ୍‌ ସଚେତନ। ନିଜକୁ ଫିଟ୍‌ ରଖିବା...

ଶୁବମନ ଗିଲ ବାଦ୍‌ ପଡ଼ିବା ନେଇ ପ୍ରଶ୍ନ ଉଠାଇଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୪।୭- ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଘୋଷିତ ଭାରତୀୟ ଦିନିକିଆ ଦଳରୁ ଭେଟେରାନ ଅଜିଙ୍କ୍ୟ ରାହାନେ ଓ ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ବାଦ୍‌ ପଡ଼ିବା ଉପରେ...

ଆଇପିଏଲ୍‌ରେ ଏହି ‘ବିରାଟ’ କାରନାମା କରିବେ କୋହଲି; ଏବେ ଯାଏ ଧୋନୀ-ରୋହିତ-ରାଇନା-କାର୍ତ୍ତିକ ହିଁ…

ନୂଆଦିଲ୍ଲୀ,୧୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍‌। ସେ ଆଇପିଏଲ୍‌ ପ୍ରଥମ ସିଜିନରୁ ଆର୍‌ସିବି ସହ ଜଡ଼ିତ ଅଛନ୍ତି।...

ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌: ପୁରୁଷରେ ଓଡ଼ିଶା, ୟୁପି, ଏମ୍‌ପି, ଗୁଜରାଟ, ଆନ୍ଧ୍ର, ପଶ୍ଚିମବଙ୍ଗ ବିଜୟୀ

ଭୁବନେଶ୍ୱର,୭।୩(ସ୍ପୋର୍ଟ୍ସ ବ୍ୟୁରୋ): କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଶନିବାର ଅନୁଷ୍ଠିତ ପୁରୁଷ ବିଭାଗ ମ୍ୟାଚ୍‌ଗୁଡିକରେ ଓଡ଼ିଶା,...

Advertisement
Archives

Model This Week