Posted inଖେଳ

ଆଇପିଏଲ୍‌: ପଞ୍ଜାବ ୧୨ ରନରେ ବିଜୟୀ

ମୋହାଲି,୧୭।୪(ପି.ଟି.)- ଘରୋଇ ପରିବେଶରୁ ଫାଇଦା ଉଠାଇ କିଙ୍ଗ୍ସ ଇଭେଭେନ ପଞ୍ଜାବ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୨ତମ ମ୍ୟାଚ୍‌ରେ  ରାଜସ୍ଥାନ ରୟାଲ୍ସକୁ ୧୨ ରନରେ ପରାସ୍ତ କରିଛି। ଏଥିସହିତ ପଞ୍ଜାବ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ୪ ପରାଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି। ଅନ୍ୟପଟେ ରାଜସ୍ଥାନ ୮ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୬ ପରାଜୟ ସହ ୪ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ସ୍ଥାନୀୟ ମୋହଲି ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ୬ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୭ ଉଇକେଟ ହରାଇ ୧୭୦ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଦ୍ରୁତ ଅପରାଜିତ ୧୭ ରନ କରିବା ସହ ମୁଲ୍ୟବାନ ୨ ଉଇକେଟ ଅକ୍ତିଆର କରିଥିବା ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

୧୮୩ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ରାଜସ୍ଥାନ ଦ୍ରୁତ ଗତିରେ ରନ୍‌ ସଗ୍ରଂହ କରିବାକୁ ପ୍ରୟାସ କରିଥିଲା। ଦୁଇ ଓପନର ରାହୁଲ ତ୍ରିପାଠୀ ଓ ଜୋସ ବଟଲର ପ୍ରଥମ ଉଇକେଟ ଯୋଡିରେ ୨୫ ବଲରୁ ୩୮ ରନ ସଂଗ୍ରହ କରିଥିଲେ। ବଟଲର ୧୭ ବଲରୁ ୧ ଚୌକା ଓ ୨ ଛକା ସହ ୨୩ ରନ କରି ପ୍ରଥମେ ଆଉଟ ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୨୧ ବଲରୁ ୨ ଚୌକା ସହ ୨୭ ରନ କରି ପ୍ୟାଭିଲିୟନ ଫେରିଥିଲେ। ତ୍ରିପାଠୀ ୫୦ ରନ (୪୫ ବଲ, ୪ ଚୌକା) ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ ତ୍ରିପାଠୀ ଓ ସାମସନ ୪୫ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ଆଷ୍ଟନ ଟର୍ନର ଖାତା ଖୋଲିବା ପୂର୍ବରୁ ଆଉଟ ହେବା ପରେ ଜୋଫ୍ରା ଅର୍ଚର ୧ ରନ କରିଥିବା ବେଳେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟକ ଅଜିଙ୍କ୍ୟ ରାହାନେ ୨୧ ବଲରୁ ୧ ଚୌକା ସହ ୨୬ ରନ ଓ ଶେଷରେ ଶ୍ରେୟାସ ଗୋପାଲ ବିନା ସ୍କୋରରେ  ଆଉଟ ହୋଇଥିଲେ। ସ୍ବଳ୍ପ ରନ ମଧ୍ୟରେ ୪ଟି ଉଇକେଟ ପଡିବା ଫଳରେ ରାଜସ୍ଥାନ ଆବଶ୍ୟକ ହାରରେ ରନ ସଂଗ୍ରହ କରିପାରି ନ ଥିଲା। ଷ୍ଟୁଆର୍ଟ ବିନ୍ନୀ ମାତ୍ର ୧୧ ବଲରୁ ୧ ଚୌକା ଓ ୩ ଛକା ସହ ଦ୍ରୁତ ଅପରାଜିତ ୩୩ ରନ କରିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ବୋଲିଂରେ ପଞ୍ଜାବ ତରଫରୁ ଅର୍ଶଦୀପ ସିଂ, ରବିଚନ୍ଦ୍ରନ ଅଶ୍ୱିନ ଓ ମହମ୍ମଦ ସାମି ୨ଟି ଲେଖାଏ, ମୁରୁଗାନ ଅଶ୍ୱିନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା ପଞ୍ଜାବ ତରଫରୁ ଓପନର ଲୋକେଶ ରାହୁଲ, କ୍ରିସ୍‌ ଗେଲ୍‌, ଡେଭିଡ ମିଲର ଓ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଫଳରେ ଦଳ ୧୮୨ ରନର ସମ୍ମାନଜନକ ସ୍କୋର ହାସଲ କରିଥିଲା। ଅଭିଜ୍ଞ ଗେଲ୍‌ ୨୨ ବଲରୁ ୨ ଚୌକା ଓ ୩ ଛକା ସହ ୩୦ ରନ କରି ପ୍ରଥମେ ଆଉଟ ହୋଇଥିଲେ। ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧୨ଟି ବଲରୁ ୧ ଚୌକା ଓ ୨ ଛକା ସହ ଦ୍ରୁତ ୨୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ରାହୁଲ ଦଳ ତରଫରୁ ସର୍ବାଧିକ ୫୨ ରନ (୪୭ ବଲ, ୩ ଚୌକା, ୨ ଛକା)ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରାନ ମାତ୍ର ୫ ରନ କରି ଆଉଟ ହୋଇଥିବା ବେଳେ ମନଦୀପ ସିଂ ଖାତା ଖୋଲିପାରି ନ ଥିଲେ। ଶେଷରେ ଅଶ୍ୱିନ ୪ଟି ବଲର ସମ୍ମୁଖୀନ ହୋଇ ୧ ଚୌକା ଓ ୨ ଛକା ସହ ଦ୍ରୁତ ୧୭ ରନ କରି ଦଳର ସ୍କୋରକୁ ୧୮୦ରନ ପାର କରାଇଥିଲେ। ମୁଜିବ ଉର ରହମାନ ବିନା ସ୍କୋରରେ ଅପରାଜିତ ରହିଥିଲେ। ମିଲର ୨୭ଟି ବଲ୍‌ ଖେଳି ୨ ଚୌକା ଓ ୨ ଛକା ସହ ଦ୍ରୁତ ୪୦ ରନ ସଂଗ୍ରହ କରିଥିଲେ। ତୃତୀୟ ଉଇକେଟ ଯୋଡିରେ ମିଲର ଓ ରାହୁଲ ୫୨ ବଲରୁ ୮୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ରାଜସ୍ଥାନ ତରଫରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାବଲ କୁଲକର୍ଣ୍ଣୀ, ଜୟଦେବ ଉନାଡ଼କଟ ଓ ଇଶ୍‌ ସୋଧୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର:

କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୮୨/୬

(ରାହୁଲ- ୫୨, ମିଲର- ୪୦, ଗେଲ୍‌- ୩୦, ମୟଙ୍କ- ୨୬, ଅଶ୍ୱିନ- ୧୭*, ଆର୍ଚର- ୩/୧୫, କୁଲକର୍ଣ୍ଣୀ- ୧/୩୭, ଉନାଡ଼କଟ-୧/ ୪୮, ସୋଧୀ- ୧/୪୧)।

ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୭୦/୭

(ତ୍ରିପାଠୀ- ୫୦, ବିନ୍ନୀ- ୩୩*, ସାମସନ- ୨୭, ରାହାନେ- ୨୬, ବଟଲର- ୨୩, ଅର୍ଶଦୀପ- ୨/୪୩, ଅଶ୍ୱିନ- ୨/୨୪, ସାମି- ୨/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ

ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର...

କ୍ରିକେଟ୍‌ରେ ‘ଅଜବ ଆଉଟ୍‌’, ଆପଣା ଛାଏଁ ଖସିପଡିଲା ଷ୍ଟମ୍ପ ବେଲ୍‌: ଦେଖନ୍ତୁ ଭିଡିଓ

ହରାରେ,୨୭।୭: ଜିମ୍ବାୱେ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ସମୟରେ କ୍ୟାମେରାରେ ଏକ ଭୟାନକ ଘଟଣା ଦେଖିବାକୁ ମିଳିଥିଲା। ରହସ୍ୟମୟ...

ଏହି କ୍ରିକେଟରଙ୍କ ନାମରେ ରହିଛି ଦିନିକିଆ ମ୍ୟାଚ୍‌ରେ ସବୁଠାରୁ ଲମ୍ବା ଓଭର୍‌ର ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୧୦।୧: ପାକିସ୍ତାନର କିଛି ବୋଲର୍‌ ବିଶ୍ୱ କ୍ରିକେଟ ଇତିହାସରେ ଚମକିଛନ୍ତି। ହେଲେ ଏଭଳି କେତେଜଣ ବୋଲର୍‌ ଅଛନ୍ତି ଯେଉଁମାନେ ଲଜ୍ଜାଜନକ ରେକର୍ଡ କରିଛନ୍ତି। ସେଭଳି ଜଣେ...

ମଧ୍ୟପ୍ରଦେଶ କ୍ରିକେଟ କୋଚ୍‌ ହେବେ ପଣ୍ଡିତ୍‌

ମୁମ୍ବାଇ, ୨୫ା୩ (ପି.ଟି.): ଭାରତର ସବୁଠାରୁ ସଫଳ ଘରୋଇ କୋଚ୍‌ ବୋଲି କୁହାଯାଉଥିବା ଚନ୍ଦ୍ରକାନ୍ତ ପଣ୍ଡିତ ଆସନ୍ତା ସିଜନରେ ମଧ୍ୟ ପ୍ରଦେଶ କ୍ରିକେଟ କୋଚ୍‌ ଭାବେ...

ଆଇପିଏଲ୍‌ ନିଲାମରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ପାଲଟିଲେ ଏହି କ୍ରିକେଟର; ଯୁବରାଜଙ୍କୁ କାଟିଲେ

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌ ନିଲାମରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ପାଲଟିଛନ୍ତି ୨୩ ବର୍ଷୀୟ ଉଇକେଟକିପର ଈଶାନ କିଶନ। ତାଙ୍କୁ ୧୫.୨୫ କୋଟି ଟଙ୍କା ଖର୍ଚ୍ଚ କରି...

ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସ ଖେଳିବେନି ନାଡାଲ

ମାଡ୍ରିଡ୍‌, ୧୮ା୬ (ଏପି)-ସ୍ବାସ୍ଥ୍ୟଗତ କାରଣ ଦୃଷ୍ଟିରୁ କ୍ଲେ-କୋର୍ଟ ରାଜା ରାଫାଲ ନାଡାଲ ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ। ନାଡାଲ ଗତ ମାସରେ...

ପ୍ଲିସ୍‌କୋଭା ଫାଇନାଲରେ

ବେଜିଂ, ୧୫ା୯ (ଏଏଫ୍‌ପି)- ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଡବ୍ଲ୍ୟୁଟିଏ ଝେଙ୍ଗ୍‌ଝୋ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେ...

ଝଡ଼ ତୋଫାନରେ ଉଡ଼ିଲା ଏହି ଷ୍ଟାଡିୟମ ଛାତ

ମୁମ୍ବାଇ, ୬।୮: ଭାରତର ଶ୍ରେଷ୍ଠ କ୍ରିକେଟ୍‌ ଷ୍ଟାଡିୟମ ମଧ୍ୟରୁ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମ ଅନ୍ୟତମ। କିନ୍ତୁ ବୁଧବାର ମୁମ୍ବାଇରେ ଲଗାଣ ବର୍ଷା ସାଙ୍ଗକୁ ପବନ...

Advertisement
Archives

Model This Week