ଆଇନଜ୍ଞ ରାଜ୍ୟପାଳ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ରାଷ୍ଟ୍ରପତି ଭବନ ପକ୍ଷରୁ ଜୁଲାଇ ୨୦ରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ନାଗାଲାଣ୍ଡ ଏବଂ ତ୍ରିପୁରାରେ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ସୁପ୍ରିମକୋର୍ଟ ଆଇନଜୀବୀ ତଥା ଭାଜପା ନେତା ଜଗଦୀପ ଧାଙ୍ଖରଙ୍କ ନାମ ସ୍ଥାନ ପାଇଛି। କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିଭିନ୍ନ ଦିଗରୁ ଶୀତଳଯୁଦ୍ଧ ଲାଗି ରହିଥିବାରୁ କେଶରୀନାଥ ତ୍ରିପାଠୀଙ୍କ ପରେ କେଉଁ ବ୍ୟକ୍ତିଙ୍କୁ ରାଜ୍ୟପାଳ କରାଯିବ, ସେଥିନେଇ ସବୁ ମହଲରୁ ଉତ୍ସୁକତା ପ୍ରକାଶ ପାଉଥିଲା। ଜଗଦୀପଙ୍କ ନାମ ଘୋଷଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରି ତାଙ୍କୁ ସ୍ବାଗତ କରିଛନ୍ତି। ଜୁଲାଇ ଶେଷରେ କେଶରୀନାଥଙ୍କ କାର୍ଯ୍ୟକାଳ ପୂରିବା ପରେ ଜଗଦୀପ ଦାୟିତ୍ୱ ଗ୍ରହଣ କରିବେ।
ଜଗଦୀପ ଧାଙ୍ଖର ରାଜସ୍ଥାନର ଝୁନ୍‌ଝୁନୁ ଜିଲା କିଥାନା ଗ୍ରାମରେ ୧୮ ମେ ୧୯୫୧ରେ ଜନ୍ମଗ୍ରହଣ କରିଥିଲେ। ଜୟପୁରସ୍ଥିତ ୟୁନିଭର୍ସିଟି ଅଫ୍‌ ରାଜସ୍ଥାନରୁ ବିଜ୍ଞାନ ଓ ଆଇନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଉଚ୍ଚଶିକ୍ଷା ସମାପ୍ତ ପରେ ସେ ଆଇନ ବ୍ୟବସାୟ ପ୍ରତି ମନ ବଳାଇଥିଲେ। ୧୯୭୭ରେ ରାଜସ୍ଥାନ ହାଇକୋର୍ଟରେ ସେ ପ୍ରାକ୍ଟିସ୍‌ ଆରମ୍ଭ କରି ଖୁବ୍‌ଶୀଘ୍ର ଜଣେ ପେସାଦାର ଆଇନଜୀବୀ ପାଲଟିଥିଲେ। ୧୯୮୬ରେ ସେ ରାଜସ୍ଥାନ ହାଇକୋର୍ଟ ବାର୍‌ ଆସୋସିଏଶନର ସର୍ବକନିଷ୍ଠ ସଭାପତି ହେବାର ମଧ୍ୟ ଗୌରବ ଅର୍ଜନ କରିଥିଲେ। ଆଇସିସି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଆର୍ବିଟ୍ରେଶନର ସଦସ୍ୟ ଥିବା ଜଗଦୀପ ସୁପ୍ରିମକୋର୍ଟର ସିନିୟର ଓକିଲ ଭାବେ ଜଣାଶୁଣା। ତେବେ ପିଲାଟି ବେଳୁ ନେତୃତ୍ୱ ନେବାର ଦକ୍ଷତା ତାଙ୍କୁ ରାଜନୀତି ପ୍ରତି ଆକୃଷ୍ଟ କରିଥିଲା। ୧୯୮୯ରୁ ୯୧ ଯାଏ ସେ ଜନତା ଦଳ ଟିକେଟରୁ ରାଜସ୍ଥାନର ଝୁନ୍‌ଝୁନୁ ଲୋକ ସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସେ ମଧ୍ୟ କିଶାନଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜିତି ରାଜସ୍ଥାନ ବିଧାନସଭାରେ ସଦସ୍ୟ ହୋଇଥିଲେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତର ମର୍ଯ୍ୟାଦାକୁ ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି କରିଥିବାରୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୨୦୦୩ରେ ଧାଙ୍ଖର ଭାଜପାରେ ଯୋଗ ଦେଇଥିବା କହିଥାଆନ୍ତି। ଏଥିସହିତ ମରୁଭୂମିପୂର୍ଣ୍ଣ ରାଜ୍ୟରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରଦର୍ଶନ କରାଯିବା ତାଙ୍କୁ ଭାଜପା ପ୍ରତି ଆକୃଷ୍ଟ କରିଥିବା ଅନେକ ସମୟରେ କହିଆସିଛନ୍ତି।
ରାଜସ୍ଥାନରେ ଜାଠଙ୍କ ସଂରକ୍ଷଣ ପ୍ରସଙ୍ଗରେ ଜଗଦୀପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଜାଠ ମହାସଭା ସଂରକ୍ଷଣ କମିଟିର ପୂର୍ବତନ ମୁଖପାତ୍ର ଥିବା ବେଳେ ସମ୍ପ୍ରଦାୟର ଉତ୍ଥାନ ଦିଗରେ ତାଙ୍କର ଅନେକ ଅବଦାନ ରହିଆସିଛି। ତେଣୁ ଜାଠ ସମ୍ପ୍ରଦାୟକୁ ଖୁସି କରିବା ଉଦ୍ଦେଶ୍ୟରେ ତାଙ୍କୁ ରାଜ୍ୟପାଳ ପଦବୀରେ ଅବସ୍ଥାପିତ କରାଯାଇଛି ବୋଲି ଆଲୋଚନା ହେଉଛି। ତେବେ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ୱ ତାଙ୍କ ପାଇଁ ଚ୍ୟାଲେଞ୍ଜ ଆଣିଦେବ ବୋଲି ସମୀକ୍ଷକମାନେ ମତ ଦେଲେଣି। ସେଠାକାର ତୃଣମୂଳ କଂଗ୍ରେସ ସରକାର ସହ ତାଙ୍କ ସମନ୍ବୟ ଆଗକୁ କିଭଳି ରହିବ ତାହା ଦାୟିତ୍ୱ ଗ୍ରହଣ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri