ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

କଟକ ଅଫିସ୍‌,୨।୪: କରୋନା ଯୋଗୁ ସାରା ରାଜ୍ୟରେ କୋର୍ଟଗୁଡ଼ିକ ବନ୍ଦ ରହିଛି। ଫଳରେ ବହୁ ଆଇନ୍‌ଜୀବୀ ସାମୟିକ ଭାବେ ଜୀବିକା ହରାଇଛନ୍ତି। ବିଶେଷକରି କନିଷ୍ଠ ଆଇନ୍‌ଜୀବୀମାନେ ପ୍ରଭାବିତ ହୋଇଛନ୍ତି। ଏଣୁ କ୍ଷତି ସହୁଥିବା ଆଇନ୍‌ଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ। ବୁଧବାର ଅନୁଷ୍ଠିତ ପରିଷଦର ସ୍ବତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ଆଇନ୍‌ଜୀବୀମାନେ ୧୦ବର୍ଷରୁ କମ୍‌ ସମୟ ହେଲା ଏହି ପେସାରେ ସାମିଲ୍‌ ହୋଇଛନ୍ତି, ସେମାନଙ୍କୁ ହିଁ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
ପରିଷଦର ବୈଠକରେ ପାରିତ ରିଜୋଲ୍ୟୁଶନରେ ଉଲ୍ଲେଖ କରାଯାଇଛି ଯେ, କ୍ଷତି ସହୁଥିବା ଆଇନ୍‌ଜୀବୀଙ୍କୁ ପରିଷଦର ଆଡଭୋକେଟ୍‌ସ ୱେଲଫେୟାର୍‌ କର୍ପସ ଫଣ୍ଡରୁ ଆର୍ଥିକ ସହାୟତା ଦିଆଯିବ। ଯେଉଁ ଆଇନ୍‌ଜୀବୀମାନେ ଗତ ୧୦ବର୍ଷରୁ କମ୍‌ ସମୟ ହେଲା ପେସାରେ ଯୋଗଦେଇଛନ୍ତି ସେମାନଙ୍କୁ ଏଥିରେ ସାମିଲ୍‌ କରାଯିବ। ହେଲେ ସଂପୃକ୍ତ ଆଇନ୍‌ଜୀବୀ ସହାୟତା ନିହାତି ଆବଶ୍ୟକ କରୁଥିବା ଜରୁରୀ। ଏଥିଲାଗି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରିବାକୁ ପଡ଼ିବ। ସେମାନେ ପ୍ରତିନିଧିତ୍ୱ କରୁଥିବା ସଂଘର ସଭାପତି ଓ ସମ୍ପାଦକଙ୍କ ପାଖରେ ଏହି ଆବେଦନପତ୍ର ଆସନ୍ତା ଏକ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ହେବ। ଆବେଦନ ଗ୍ରହଣ କରିବା ପରେ ସଭାପତି ଓ ସମ୍ପାଦକ ସେଗୁଡ଼ିକୁ ଯାଞ୍ଚ କରିବେ। ପରେ ତାହାକୁ ରାଜ୍ୟ ଆଇନ୍‌ଜୀବୀ ପରିଷଦର ସମ୍ପାଦକଙ୍କ ପାଖରେ ଦାଖଲ କରିବେ। ଆବେଦନ ପତ୍ରରେ ମିଥ୍ୟା ସୂଚନା ରହିଥିଲେ, ସମ୍ପୃକ୍ତ ଆଇନ୍‌ଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃୃକ୍ତ ସଭାପତି ଏବଂ ସମ୍ପାଦକଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରାଯିବ। ଆଇନ୍‌ଜୀବୀ ପରିଷଦର ସ୍ବତନ୍ତ୍ର କମିଟି ଦ୍ୱାରା ନିଯୁକ୍ତ ଏକ କମିଟି ଏହି ଆବେଦନଗୁଡ଼ିକୁ ଯାଞ୍ଚ କରିବ।
ବୈଠକରେ ଅନ୍ୟ କେତେକ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଯେଉଁ ଆଇନ୍‌ଜୀବୀମାନେ ୧୫ବର୍ଷରୁ ଅଧିକ ସମୟ ହେଲା ଏହି ପେସାରେ ରହିଛନ୍ତି, ସେମାନେ କର୍ପସ ଫଣ୍ଡକୁ ଦାନ କରିବାକୁ ପରିଷଦ ପକ୍ଷରୁ ନିବେଦନ କରାଯାଇଛି। ଏଥି ସହ ପାଣ୍ଠି ଯୋଗାଡ଼ ପାଇଁ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆକୁ ଅନୁରୋଧ କରାଯିବ। ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆରେ ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦକୁ ପ୍ରତିନିଧିତ୍ୱ କରୁଥିବା ତଥା ବରିଷ୍ଠ ଆଇନ୍‌ଜୀବୀ ଡି.ପି. ଧଳଙ୍କୁ ଏଥିରେ ସହଯୋଗ ପାଇଁ ଅନୁରୋଧ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଆଡଭୋକେଟ୍‌ ଜେନେରାଲ୍‌ ତଥା ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦର ସ୍ବତନ୍ତ୍ର କମିଟିର ଅଧ୍ୟକ୍ଷ ଅଶୋକ ପରିଜା, ଉପସଭାପତି ଏ.କେ. ବରାଳ ଏବଂ ସଦସ୍ୟ ଏମ୍‌.ଆର୍‌. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri