ଆଇଟି ରିଟର୍ନର ହେବ ଫେସ୍‌ଲେସ ଇ-ଆସେସ୍‌ମେଣ୍ଟ; ଜାରି ହେଲା ବିଜ୍ଞପ୍ତି

ମୁମ୍ବାଇ,୧୫-୯: ଆୟକର ରିଟର୍ନ ପ୍ରକ୍ରିୟାରେ ଫେସ୍‌ଲେସ୍‌ (ସାମ୍ନାସାମ୍ନି ନ ହୋଇ) ଆସେସ୍‌ମେଣ୍ଟ କରାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଇ-ଆସେସ୍‌ମେଣ୍ଟ ସ୍କିମ୍‌ର ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ବ୍ୟବସ୍ଥା ଦ୍ୱାରା ଆୟକର ଅଧିକାରୀଙ୍କୁ ସାମ୍ନା ନ କରି ଟିକସଦାତାଙ୍କ ରିଟର୍ନ ଯାଞ୍ଚ ତଥା ଅନ୍ୟାନ୍ୟ କାର୍ଯ୍ୟ କରାଯାଇ ପାରିବ। ଏହା ଦ୍ୱାରା ବ୍ୟବସ୍ଥାରେ ସ୍ବଚ୍ଛତା, ସମୟ ସଞ୍ଚୟ ହୋଇ ପାରିବ। ନୂଆ ବ୍ୟବସ୍ଥାରେ ଏସବୁ ସୁବିଧା ସତ୍ତ୍ୱେ ଟିକସ ବିଶେଷଜ୍ଞମାନେ ଏଥିରେ ଚ୍ୟାଲେଞ୍ଜ ରହିଥିବା ପ୍ରକାଶ କରିଛନ୍ତି। ସାରା ଦେଶରେ ଇ-ଆସେସ୍‌ମେଣ୍ଟ ବ୍ୟବସ୍ଥା ଲାଗୁ କରାଇବା ଲାଗି ଆୟକର ବିଭାଗ ପ୍ରସ୍ତୁତ ଥିବା ୨୦୧୮ ଫେବୃୟାରୀରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବଜେଟ୍‌ ଭାଷଣରେ ଘୋଷଣା କରିଥିଲେ। ଏହା ଦ୍ୱାରା ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ବିନା କୌଣସି ସାମ୍ନାସାମ୍ନି ସମ୍ପର୍କରେ ରିଟର୍ନର ତର୍ଜମା କରାଯିବ। ବ୍ୟବସ୍ଥା ଦୃଢୀକରଣ ତଥା ସ୍ବଚ୍ଛତା ଆଣିବାରେ ଏହା ସହାୟକ ହେବ ବୋଲି ଜେଟ୍‌ଲୀ କହିଥିଲେ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଗତ ୨ ବର୍ଷ ହେବ ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଦେଶର ୧୦୨ ସହରରେ ବଛାବଛା ଟିକସଦାତାଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରାଇଛି।
ନୂଆ ବ୍ୟବସ୍ଥା ଅନ୍ତର୍ଗତ ସିବିଡିଟି ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଇ-ଆସେସ୍‌ମେଣ୍ଟ ସେଣ୍ଟର ସ୍ଥାପନ କରିବ। ଏହା ବାଦ୍‌ ଇ-ଆସେସ୍‌ମେଣ୍ଟର ଅନ୍ୟାନ୍ୟ ଆନୁଷଙ୍ଗିକ ୟୁନିଟ୍‌ ମଧ୍ୟ ସ୍ଥାପନ କରାଯିବାର ବ୍ୟବସ୍ଥା ରହିଛି। ଟିକସ ଅଧିକାରୀ ଏବଂ ଟିକସଦାତାଙ୍କ ମଧ୍ୟରେ ସମ୍ପର୍କ କେବଳ ଇଲେକଟ୍ରୋନିକ୍ସ ମାଧ୍ୟମରେ ହିଁ ହେବ। କୌଣସି ବ୍ୟକ୍ତିଙ୍କୁ ଆଇଟି ଅଫିସ ଯିବାକୁ ପଡିବ ନାହିଁ। କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଭିଡିଓ କନଫରେନ୍ସି ଯୋଗେ ମାମଲାର ଫଇସଲା କରାଯିବାକୁ ନିୟମରେ ଉଲ୍ଲେଖ ରହିଛି। କୌଣସି ମାମଲାର ଆସେସ୍‌ମେଣ୍ଟ ଅର୍ଡର ଚୂଡାନ୍ତ ହେବା ପରେ ଜାତୀୟ ଇ-ଆସେସ୍‌ମେଣ୍ଟ ସେଣ୍ଟର ସମସ୍ତ ଇଲେକଟ୍ରୋନିକ୍‌ ତଥ୍ୟକୁ ଜୁଡିସିଆଲ ଆଇଟି ଅଧିକାରୀଙ୍କୁ ପ୍ରଦାନ କରିବେ। ଏହି ଆଧାରରେ ଟିକସ ସଂଗ୍ରହ କିମ୍ବା ଜରିମାନା ଆଦାୟ ନେଇ ଅର୍ଡର ଜାରି କରାଯିବ। ଯଦି ଟିକସଦାତାଙ୍କର କୌଣସି ଅଭିଯୋଗ ଆସେ ତେବେ ଆଇଟି ଅଧିକାରୀ ଏଥି ସଂକ୍ରାନ୍ତ ରିପୋର୍ଟକୁ ଆପିଲେଟ୍‌ କମିଶନରଙ୍କୁ ପ୍ରଦାନ କରିବେ।
କ’ଣ ରହିଛି ପ୍ରକ୍ରିୟା
– ନ୍ୟାଶନାଲ ଇ-ଆସେସ୍‌ମେଣ୍ଟ ସେଣ୍ଟର(ଏନ୍‌ଏସି) ଟିକସଦାତାଙ୍କୁ ଧାରା ୧୪୨(୨) ଅନୁସାରେ ନୋଟିସ ଜାରି କରିବ। ଆସେସ୍‌ମେଣ୍ଟ ସମୟରେ ରହିଥିବା ସମସ୍ୟାକୁ ଏଥିରେ ବିଭାଗ ଜଣାଇବ। ପଞ୍ଜୀକୃତ ଇ-ମେଲ ଆକାଉଣ୍ଟରେ ଟିକସଦାତା ବିଭାଗକୁ ଉତ୍ତର ରଖିବେ।
– ଏନ୍‌ଏସି କୌଣସି ଆସେସ୍‌ମେଣ୍ଟ ମାମଲାକୁ ନିର୍ଦ୍ଦିଷ୍ଟ ଆଞ୍ଚଳିକ ଇ-ଆସେସ୍‌ମେଣ୍ଟ ସେଣ୍ଟର(ଆର୍‌ଏସି)କୁ ପ୍ରଦାନ କରିବ। ଏହା ସ୍ବୟଂକ୍ରିୟ ସିଷ୍ଟମ ଦ୍ୱାରା ହେବ।
– ଆସେସ୍‌ମେଣ୍ଟର ଯାଞ୍ଚ,ଟେକ୍ନିକାଲ, ରିଭ୍ୟୁ ୟୁନିଟ ଏନ୍‌ଏସି ସହ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ। କେଉଁ କାର୍ଯ୍ୟ କାହା ପରିସରରେ ଆସିବ ତାହା ସ୍ବୟଂକ୍ରିୟ ଭାବେ ନିର୍ଦ୍ଧାରଣ ହେବ।
– ଆର୍‌ଏସି ଡ୍ରାଫ୍ଟ ଆସେସ୍‌ମେଣ୍ଟ ଅର୍ଡର ପ୍ରସ୍ତୁତ କରିବା ସହ ଏହାକୁ ଏନ୍‌ଏସିକୁ ପଠାଇବ। ଉକ୍ତ ସେଣ୍ଟର ଏହାକୁ ଚୂଡାନ୍ତ କରିପାରେ କିମ୍ବା ଏହାର ପୁନଶ୍ଚ ତର୍ଜମା ଲାଗି ଅନ୍ୟ ରିଭ୍ୟୁ ୟୁନିଟକୁ ପଠାଇବା ଦିଗରେ ଟିକସଦାତାଙ୍କୁ ସୁଯୋଗ ଦିଆଯିବ।
– ଯଦି ଡ୍ରାଫ୍ଟ ଅର୍ଡର ତର୍ଜମା ପ୍ରସଙ୍ଗ ପରିସରଭୁକ୍ତ ହୋଇଥାଏ ଏହାକୁ ପୁନଶ୍ଚ ଆସେସ୍‌ମେଣ୍ଟ ୟୁନିଟକୁ ପଠାଯିବ। ପରେ ଏହା ଏନ୍‌ଏସିକୁ ଆସିବ।
– ଆସେସ୍‌ମେଣ୍ଟ ଥରେ ସମ୍ପୂର୍ଣ୍ଣ ହେବା ପରେ ସମସ୍ତ ଇଲେକଟ୍ରୋନିକ୍ସ ରେକର୍ଡ ଆଇଟି ଅଧିକାରୀଙ୍କୁ ପ୍ରଦାନ କରାଯିବ। ସେହି ଅନୁଯାୟୀ ସେ ଟିକସ ଡିମାଣ୍ଡ ଅସୁଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri