Posted inଜାତୀୟ

ଆଇଏସ ସହ ସମ୍ପର୍କ: ୩ ସନ୍ଦିଗ୍ଧଙ୍କୁ ଏନଆଇଏର ଜେରା

ନୂଆଦିଲ୍ଲୀ,୨୯ା୪: ଆଇଏସ ସହ ସମ୍ପର୍କ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ କେରଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ପ୍ରଥମେ ୩ ସନ୍ଦିଗ୍ଧଙ୍କ ମଧ୍ୟରୁ କାସାରଗଡ଼ରେ ରହୁଥିବା ୨ ଜଣ ଓ ପାଲାକାଡ଼ରେ ଥିବା ଜଣଙ୍କ ଘର ଉପରେ ଚଢାଉ କରାଯାଇଥିଲା। ପରେ ଏହି ୩ ସନ୍ଦିଗ୍ଧଙ୍କୁ ଜେରା କରାଯାଇଥିଲା। ଏମାନଙ୍କର ଆତଙ୍କବାଦୀ ସଙ୍ଗଠନ ଆଇଏସ ସହ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। କାସାରଗଡ଼ର କେତେକ ଅଭିଯୁକ୍ତ ଆଇଏସ ସହ ସାମିଲ ହେବାକୁ ଇଚ୍ଛୁକ ଥିଲାବେଳେ ଏମାନଙ୍କ ସହ ଏଇ ୩ ଜଣଙ୍କର ସମ୍ପର୍କ ଥିବା ଏନଆଇଏ ସନ୍ଦେହ କରୁଛି। ଚଢାଉବେଳେ ମୋବାଇଲ ଫୋନ୍‌, ସିମ୍‌ କାର୍ଡ, ପେନ୍‌ ଡ୍ରାଇଭ୍‌, କେତେକ ଡିଭିଡି ଓ ସିଡୀ ଜବତ କରାଯାଇଛି। ଆରବୀ ଓ ମାଲୟାଲମ୍‌ ଭାଷାରେ ଲିଖିତ କେତେକ ହ୍ୟାଣ୍ଡନୋଟ୍‌, ଜାକିର ନାୟକ ଓ ସୟେଦ କୁତେବଙ୍କ କେତେକ ଡିଭିଡି ଚଢାଉ ବେଳେ ଏନଆଇଏ ପକ୍ଷରୁ ଜବତ କରାଯାଇଛି। ଏହି ଡିଜିଟାଲ ଡିଭାଇସ୍‌କୁ ଅଦାଲତୀ ଯାଞ୍ଚ ଓ ପରୀକ୍ଷା କରାଯିବ ବୋଲି ଜଣାପଡିଛି। କେରଳରୁ କିଛିଦିନ ହେବ ରହସ୍ୟଜନକଭାବେ ଅଦୃଶ୍ୟ ହୋଇଯାଇଥିବା ୨୧ ଜଣଙ୍କ ଆଇଏସ୍‌ରେ ଯୋଗଦେଇଥିବା ସନ୍ଦେହ କରାଯାଉଛି। ସେମାନଙ୍କ ମଧ୍ୟରୁ କାସାରଗଡ଼ର ୧୭ ଓ ପାଲାକାଡର ୪ ଜଣ ଅଛନ୍ତି। ୩ଜଣ ପିଲା ଓ ୪ ଜଣ ମହିଳା ମଧ୍ୟ ସେମାନଙ୍କ ସହ ସାମିଲ ଅଛନ୍ତି। ଏନେଇ ଏନଆଇଏର ଖୋଳତାଡ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ଉଗ୍ର ପ୍ରଦର୍ଶନ, ପୋଲିସ ଉପରକୁ ପଥର ମାଡ଼

ନୋଏଡା,୧୩।୪: ନୋଏଡାର ବିଭିନ୍ନ ସେକ୍ଟରର ବିଭିନ୍ନ କମ୍ପାନୀର କର୍ମଚାରୀମାନେ ସୋମବାର ଦରମା ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଥିଲେ। ଗତ ତିନିରୁ ଚାରି ଦିନ ଧରି ଚାଲିଥିବା ଏହି…

ବିବାହ ସାରି ଫେରୁଥିବା ବେଳେ ଟ୍ରକକୁ ପିଟିଲା ବସ, ୬ ମୃତ, ୧୩ ଆହତ

ଧୌଲାନା,୧୩।୪: ରବିବାର ବିଳମ୍ବିତ ରାତିରେ ପ୍ରାୟ ୧ଟା ୩୦ ସମୟରେ ଉତ୍ତର ପ୍ରଦେଶର ଧୌଲାନା-ମସୁରୀ ରାସ୍ତାରେ ଅରବିନ୍ଦ ଡାଏରୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ପଶ୍ଚିମବଙ୍ଗ ଏସ୍‌ଆଇଆର୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୧୩ା୪(ପି.ଟି.): ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ବିରୋଧ କରି ଦାଏର ଅନେକ ପିଟିଶନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri