Posted inଖେଳ

ଆଇଏସ୍‌ଏଲ୍‌ ଅଧିକ ପେସାଦାର ହୋଇଛି: ହାବାସ

ମାରଗାଓ,୧୫।୩(ପି.ଟି.): ଏଟିକେ ଏଫ୍‌ସି ତୃତୀୟଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌) ଟାଇଟଲ ଜିତି ରେକର୍ଡ କରିଛି। ଦଳର ସଫଳତାରେ ବେଶ୍‌ ଖୁସି ହୋଇଛନ୍ତି ହେଡ୍‌ କୋଚ୍‌ ଆଣ୍ଟୋନିଓ ହାବାସ। ସେ ମଧ୍ୟ ଭାରତର ଏହି ଶ୍ରେଷ୍ଠ ଫୁଟବଲ ଲିଗ୍‌କୁ ବେଶ୍‌ ପ୍ରଶଂସା କରିଛନ୍ତି। ଗତ କେତେ ବର୍ଷ ମଧ୍ୟରେ ଆଇଏସ୍‌ଲେ ଅଧିକ ପେସାଦାର ହେବାରେ ସଫଳ ହୋଇଛି। ଅପେକ୍ଷାକୃତ ପ୍ରତିଭା ସମ୍ପର୍ଣ୍ଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ବିଭିନ୍ନ କ୍ଲବରେ ସାମିଲ ହେବା ଫଳରେ ଏହା ସମ୍ଭବ ହୋଇପାରିଛି। ପ୍ରଥମ ହେଡ କୋଚ୍‌ ଭାବେ ହାବାସ ଦୁଇଥର ନିଜ ଦଳକୁ ଆଇଏସଏଲ୍‌ ଚାମ୍ପିୟନ କରାଇ ବିରଳ ସଫଳତା ଅର୍ଜନ କରିଛନ୍ତି। ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସି ୩-୧ ଗୋଲରେ ହରାଇ ଏଟିକେ ଟାଇଟଲ ଜିତିଥିଲା। ତେବେ କରୋନା ଭାଇରସ ଆତଙ୍କ କାରଣରୁ ଫାଇନାଲ ମ୍ୟାଚ୍‌ ସମ୍ପୂର୍ଣ୍ଣ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା। ଏଟିକେ ଟାଇଟଲ ଜିତିବା ଅପେକ୍ଷା କରୋନା ଭାଇରସ ବିରୋଧରେ ଲଢେଇ ଜାରି ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସ୍ବୀକାର କରିଛନ୍ତି।
ଯେତେବେଳେ ଆଇଏସ୍‌ଏଲ୍‌ର ପ୍ରଥମ ସଂସ୍କରଣ ଖେଳାଯାଇଥିଲା ସେତେବେଳେ କଥା ଅଲଗା ଥିଲା। କିନ୍ତୁ ଏବେ ଏହି ଲିଗ୍‌ ଅଧିକ ପ୍ରଫେସନାଲ ହୋଇଛି। ଏବେ ଅପେକ୍ଷାକୃତ ଅଧିକ ଭଲ କୋଚ, ଭଲ ଖେଳାଳି ଲିଗ୍‌ରେ ସାମିଲ ହୋଇଛନ୍ତି। ଲିଗ୍‌ରେ ମଧ୍ୟ ଅଧିକ ସଂଖ୍ୟାରେ ଦଳ ସାମିଲ ହୋଇଥିବା ବେଳେ ଅଧିକ ସଂଖ୍ୟାରେ ମ୍ୟାଚ୍‌ ଖେଳାଯାଉଛି। ଆଇଏସ୍‌ଏଲର ପ୍ରଥମ ଓ ଷଷ୍ଠ ସଂସ୍କରଣ ମଧ୍ୟରେ ତୁଳନା ନେଇ ପ୍ରଶ୍ନ ହେବା ପରେ ସେ ଏହି କଥା କହିଛନ୍ତି। ନିଶ୍ଚିତ ଭାବେ ଏହି ଟାଇଟଲ ଅଧିକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପ୍ରଥମ ଟାଇଟଲ ମଧ୍ୟ ସମ ପାରିମାଣରେ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ତାହା ପ୍ରଥମ ଥିଲା। ଲିଗ୍‌ର ୬ ବର୍ଷର ଇତିହାସରେ ଏଟିକେ ସର୍ବାଧିକ ତୃତୀୟ ଟାଇଟଲ ଜିତିଛି। ଏଟିକେ ଏହା ପୂର୍ବରୁ ୧୦୧୪ ଓ ୨୦୧୬ରେ ଚାମ୍ପିୟନ ହୋଇଥିଲା। ସେହିପରି ଚେନ୍ନାଇ ଏଫିସି ୨୦୧୫ ଓ ୨୦୧୭-୧୮ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା।
ଦଳୀୟ ପ୍ରଦର୍ଶନକୁ ହାବାସ ଶ୍ରେୟ ଦେଇଛନ୍ତି। ଏହି ସଂସ୍କରଣରେ କେତେଜଣ ଆଗଧାଡିର ଖେଳାଳି ଇଞ୍ଜୁରିର ଶିକାର ହୋଇଥିଲେ। ଫଳରେ ଦଳର ଅଭିଯାନରେ ସମସ୍ୟା ସୃଷ୍ଟି ହୋଇଥିଲା। ପଡିଆ ଭିତରେ ଓ ପଡିଆ ବାହାରେ ଆମେ ଗୋଟିଏ ଗ୍ରୁପ୍‌ ହୋଇ ରହିଥାଉ। କାର୍ଲ ମ୍ୟାକହ୍ୟୁଗ ଓ ଅଗୁସ ଗାର୍ସିଆ ଇନିଗୁଏଜ ଇଞ୍ଜୁରି ହେବା କାରଣରୁ ଫାଇନାଲ ମ୍ୟାଚ୍‌ରେ ସମସ୍ୟା ଦେଖାଦେଇଥିଲା। ରଏ କ୍ରିଷ୍ଣାଙ୍କ ମଧ୍ୟ ସମସ୍ୟା ଥିଲା। ତେବେ ଦଳଗତ ପ୍ରଦର୍ଶନ ଆମକୁ ସଫଳତା ଦେଇଛି ବୋଲି ସେ କହିଛନ୍ତି। କୌଣସି ଖେଳାଳି ବ୍ୟକ୍ତିଗତ ସମସ୍ୟାର ସମ୍ମୁଖୀନ ହେଳେ ଦଳ ତାହାକୁ ମିଳିତ ଭାବେ ସାମ୍ନା କରିଥାଏ। ଏହି ସେସନରେ ଭାରତୀୟ ଓ ବିଦେଶୀ ଖେଳାଳିଙ୍କ ସମନ୍ବୟ ଓ ସନ୍ତୁଳନ ଅତି ସୁନ୍ଦର ଥିଲା। ତେବେ ଫାଇନାଲ ମ୍ୟାଚ୍‌ରେ ଦଳର ଖେଳାଳିମାନେ ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇନ ବିପକ୍ଷରେ ଭଲ ପ୍ରଦର୍ଶନ କରି ନ ଥିଲେ ଓ ନର୍ଭସ ଥିଲେ ବୋଲି ହାବାସ ସ୍ବୀକାର କରିଛନ୍ତି। ପ୍ରଥମାର୍ଦ୍ଧରେ ଆମର ପ୍ରଦର୍ଶନ ଅପେକ୍ଷାକୃତ ଭଲ ଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ କିଷ୍ଣା ଆହତ ହେବା ପରେ ଦଳ ନର୍ଭସ ହୋଇଯାଇଥିଲା ଓ ଆମର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲା। ତେବେ ଏହା ସତ୍ତ୍ୱେ ଲଢୁଆ ମନୋବୃତ୍ତି ଯୋଗୁ ଜିତିବାରେ ସଫଳ ହେଲୁ।
ଏଟିକେ କ୍ଲବର ଲୋକମାନେ ମୋତେ ଭଲ ପାଆନ୍ତି। ଏଟିକେକୁ ମଧ୍ୟ ମୁଁ ସେତିକି ଭଲ ପାଏ। ପ୍ରଥମ ସଂସ୍କରଣଠାରୁ ଏଟିକେ ସହିତ ମୋର ସମ୍ପର୍କ ସ୍ବତନ୍ତ୍ର ରହିଆସିଛି ଓ ଏହା ଆଗକୁ ମଧ୍ୟ ଚାଲୁ ରହିବ। ଆମେ ଏକ ପରିବାର ଭଳି। ଏହା ନିଶ୍ଚିତ ଭାବେ ଏକ ବଡ଼ କଥା। ଏହା ହେଉଛି ଏଟିକେର ସଫଳତାର ରହସ୍ୟ ବୋଲି ହାବାସ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri