Posted inଫୁରସତ

ଅହିଂସା ପୂଜାରୀଙ୍କ ସମ୍ପର୍କରେ ଅନେକ କଥା…

ଜାତିର ପିତା ମହାମତ୍ା ଗାନ୍ଧୀ ଭାରତର ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ନେତା ଥିଲେ ଓ ଅହିଂସା ମାର୍ଗରେ ଆନ୍ଦୋଳନ କରି ଦେଶକୁ ସ୍ବାଧୀନତା ଦେବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଏଥର ଅହିଂସା ପୂଜାରୀଙ୍କ୧୫୦ ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ମହାମତ୍ାଙ୍କ ଜୀବନ ସହ ଯୋଡି ହୋଇଥିବା ଅନେକ କଥା…..

ମୋହନଦାସ କରମଚାନ୍ଦ୍‌ ଗାନ୍ଧୀ ୧୮୬୯ ଅକ୍ଟୋବର ୨ରେ ଗୁଜରାଟ ପୋର୍‌ବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ଗାନ୍ଧିଜୀଙ୍କ ପିତାଙ୍କ ନାମ କରମଚାନ୍ଦ ଗାନ୍ଧୀ ଓ ମାତାଙ୍କ ନାମ ଥିଲା ପୁତୁଲି ବାଈ।
ଗାନ୍ଧିଜୀଙ୍କ ଜନ୍ମ ଦିନକୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଉଛି।
ଗାନ୍ଧିଜୀ ଶୁକ୍ରବାରରେ ଜନ୍ମ ନେଇଥିଲେ ଓ ସେହି ଶୁକ୍ରବାରରେ ଆତତାୟୀର ଗୁଳିରେ ଟଳି ପଡିଥିଲେ।
୧୯୩୦ରେ ସେ ଟାଇମ୍‌ ମ୍ୟାଗାଜିନରେ ମ୍ୟାନ୍‌ ଅଫ୍‌ ଦ ଇୟର୍‌ ହୋଇଥିଲେ। ସେ ଥିଲେ ଜଣେ ମହାନ୍‌ ଲେଖକ ଓ ୫୦,୦୦୦ ପୃଷ୍ଠାର ସଂଗ୍ରହ ତାଙ୍କ ସାମଗ୍ରିକ କାର୍ଯ୍ୟର ସାକ୍ଷୀ ହୋଇ ରହିଛି।
ଗାନ୍ଧିଜୀ ଓ ପ୍ରଖ୍ୟାତ ଲେଖକ ଲିଓ ଟଲଷ୍ଟୟଙ୍କ ମଧ୍ୟରେ ଚିଠି ମାଧ୍ୟମରେ ସମ୍ପର୍କ ସ୍ଥାପନ ହେବା ପରେ ଜୋହାନ୍ସବର୍ଗଠାରୁ ୨୧ କିଲୋମିଟର ଦୂରରେ ଟଲଷ୍ଟୟ ଫାର୍ମ କରିଥିଲେ । ସେଥିରେ ସତ୍ୟାଗ୍ରହ ସଂଗ୍ରାମର ସାଥୀମାନେ ରହୁଥିଲେ ।
ମାତ୍ର ୧୩ ବର୍ଷ ବୟସରେ ଗାନ୍ଧିଜୀ କସ୍ତୁରବା ମାଖନଜୀଙ୍କୁ ବିବାହ କରିଥିଲେ।
ବିବାହ ପରେ ମହାମତ୍ା ଗାନ୍ଧୀ ଲଣ୍ଡନରେ ଆଇନ ଶିକ୍ଷା ପଢିବା ପାଇଁ ଯାଇଥିତ୍ଲେ। ସେଠାରେ ସେ ବାରିଷ୍ଟର ଡିଗ୍ରୀ ହାସଲ କରିଥିଲେ।
ଗାନ୍ଧିଜୀଙ୍କୁ ଅନେକ ଥର ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟର ସାମ୍‌ନା କରିବାକୁ ପଡିଥିଲା ଏମିତିକି ତାଙ୍କୁ ଟ୍ରେନରୁ ଧକ୍କା ଦେଇ ବାହାର କରିଦିଆଯାଇଥିଲା।
ନୋବେଲ ପୁରସ୍କାର ପାଇଁ ୫ଥର ମହାମତ୍ା ଗାନ୍ଧୀ ନୋମିନେଟ ହୋଇଥିଲେ ବି ତାଙ୍କୁ ତାହା ମିଳିପାରି ନ ଥିଲା।
ଦୁନିଆର ସବୁଠୁ ବଡ଼ ମୋବାଇଲ କମ୍ପାନୀ ଆପଲ୍‌ର ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସ ଗାନ୍ଧିଜୀଙ୍କୁ ସମ୍ମାନ ଦେବା ପାଇଁ ଗୋଲ୍‌ ଚଷମା ପିନ୍ଧିଥିଲେ।
ଛୋଟ ସଡ଼କକୁ ବାଦ୍‌ଦେଲେ ଭାରତରେ ଗାନ୍ଧିଜୀଙ୍କ ନାମରେ ୫୦ରୁ ଊର୍ଦ୍ଧ୍ୱ ସଡ଼କ ରହିଛି। ବିଦେଶରେ ବି ପାଖାପାଖି ୬୦ଟି ସଡ଼କ ରହିଛି ତାଙ୍କ ନାମରେ।
ଜାନୁୟାରୀ ୩୦ରେ ନାଥୁରାମ ଗଡ୍‌ସେ ଗାନ୍ଧିଜୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ଗାନ୍ଧିଜୀଙ୍କ ଅନ୍ତିମଯାତ୍ରା ଭାରତର ସବୁଠାରୁ ବଡ଼ ବୋଲି କୁହାଯାଏ। ଏହାର ଲମ୍ବ ଥିଲା ୮ କିଲୋମିଟର । ତାଙ୍କୁ ଅନ୍ତିମ ବିଦାୟ ଦେବା ଲାଗି ପ୍ରାୟ ୧୫ ଲକ୍ଷ ଲୋକ ରାସ୍ତା କଡ଼ରେ ଠିଆ ହୋଇଥିଲେ।
ଦେହାନ୍ତ ହେବାର ଦୀର୍ଘ ୨୧ ବର୍ଷ ପରେ ଇଂଲଣ୍ଡ ତାଙ୍କ ସମ୍ମାନାର୍ଥେ ଏକ ଷ୍ଟାମ୍ପ୍‌ ରିଲିଜ କରିଥିଲା।
‘ମହାମତ୍ା’ ଟାଇଟଲ୍‌ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁର ହିଁ ଦେଇଥିଲେ।
ଗାନ୍ଧୀ ମେମୋରିଆଲ ମ୍ୟୁଜିୟମ ତାମିଲନାଡୁର ମଦୁରାଇ ସହରରେ ପ୍ରତିଷ୍ଠା କରାଯାଇଥିଲା। ନାଥୁରାମ ଗୁଳି କରିବା ପରେ ଗାନ୍ଧିଜୀଙ୍କ ରକ୍ତଭିଜା ବସ୍ତ୍ର ଏଠାରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri