ଅସ୍ଥାୟୀ କର୍ମଚାରୀଙ୍କୁ ପିଏଚ୍‌ଡି ଦେଉଛି ଦୈନିକ ୭୪ ଟଙ୍କା ମଜୁରି : ଚାକିରି ୧୭ ବର୍ଷ, ଦରମା ୨ ହଜାର

ତାଳଚେର,୧୨ା୧(ମନୋଜ ନନ୍ଦ)

ସରକାର ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୨୯୮ ଟଙ୍କା ଧାର୍ଯ୍ୟ କରିଛନ୍ତି। ହେଲେ ତାଳଚେର ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡି) ନିଜ ଅସ୍ଥାୟୀ କର୍ମଚାରୀଙ୍କୁ ଦୈନିକ ମାତ୍ର ୭୪ ଟଙ୍କା ମଜୁରି ଦେଉଛି। ଆଶ୍ଚର୍ଯ୍ୟର କଥା, କାର୍ଯ୍ୟରତ ୧୬ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ କିଏ ୧୦ ବର୍ଷ ତ କିଏ ୧୭ ବର୍ଷ ଧରି କାମ କରୁଥିଲେ ମଧ୍ୟ ସେମାନଙ୍କ ମାସିକ ଦରମା ୨ ହଜାରରୁ ଆଉ ବୃଦ୍ଧି ପାଉନାହିଁ। ଏ ନେଇ ସମ୍ପୃକ୍ତ ଅସ୍ଥାୟୀ କର୍ମଚାରୀମାନେ ବାରମ୍ବାର ଆପତ୍ତି ଅଭିଯୋଗ କରୁଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ତାହାକୁ ଅଣଦେଖା କରିଆସୁଥିବା ଅଭିଯୋଗ ହେଉଛି। ସରକାରୀ ବିଭାଗରେ ଶ୍ରମ ଆଇନର ଏପରି ଖୋଲା ଉଲ୍ଲଂଘନ ଅଭିଯୋଗ ସମ୍ପର୍କରେ ଅନୁଗୋଳସ୍ଥିତ ବିଭାଗୀୟ ଏସ୍‌ଡିଓ ଯେଉଁ ମତ ରଖିଛନ୍ତି ତାହା ଆହୁରି ବିସ୍ମୟକର। ଏସ୍‌ଡିଓ କହିଛନ୍ତି, ସମ୍ପୃକ୍ତ ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଯାହା କିଛି ଅର୍ଥ ସେମାନଙ୍କୁ ଦିଆଯାଉଛି ତାହା ବିଭାଗ ଏପଟସେପଟ କରି ଦେଉଛି। ବର୍ଷ ବର୍ଷ ଧରି ଦାୟିତ୍ୱର ସହ ସେବା ଯୋଗାଉଥିବା ଏହି ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ସରକାର କେମିତି ବ୍ୟବସ୍ଥା କରିନାହାନ୍ତି ଓ ମାତ୍ର ୨ହଜାର ଟଙ୍କାରେ ସେମାନେ କିପରି ପରିବାର ଚଳାଇବେ ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ତାଳଚେର ଜନସ୍ବାସ୍ଥ୍ୟ ବିଭାଗରେ ୩୪ ଜଣ ସ୍ଥାୟୀ କର୍ମଚାରୀଙ୍କ ସହ ୧୬ଜଣ ଅସ୍ଥାୟୀ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ୧୭ରୁ ୧୮ବର୍ଷ ଓ ଆଉ କେତେଜଣ ୧୦ ବର୍ଷ ଧରି କାମ କରି ଆସୁଛନ୍ତି। ଦିନରାତି ସ୍ଥାୟୀ କର୍ମଚାରୀଙ୍କ ଭଳି ସେମାନେ ପମ୍ପ ଜଗିବା, ପମ୍ପ ଚଳାଇବା, ବ୍ଲିଚିଙ୍ଗ୍‌ କରିବା, ଆଲମ ପକାଇବା, ମେଶିନ ହେଲପର ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ନିର୍ବାହ କରୁଛନ୍ତି। କିନ୍ତୁ ସାପ୍ତାହିକ ଛୁଟିଦିନଗୁଡ଼ିକୁ ବାଦ୍‌ଦେଇ ବିଭାଗ ପକ୍ଷରୁ ସେମାନଙ୍କୁ ଦୈନିକ ୭୪ଟଙ୍କା ମଜୁରି ହିସାବରେ ମାସିକ ୨ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ସରକାର ଶ୍ରମିକଙ୍କ ପାଇଁ ଦୈନିକ ସର୍ବନିମ୍ନ ମଜୁରି ୨୯୮ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ସେମାନଙ୍କୁ ଏତେ କମ୍‌ ଅର୍ଥ ଦିଆଯିବା ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ବି ମଜୁରି ବୃଦ୍ଧି କରାଯାଉ ନାହିଁ। ଫଳରେ ସ୍ବଳ୍ପ ପାଉଣାରେ ପରିବାର ଚଳାଇବା ସମ୍ପୃକ୍ତ ଅସ୍ଥାୟୀ କର୍ମଚାରୀମାନଙ୍କ ପକ୍ଷେ ଅତି କଷ୍ଟକର ହୋଇପଡ଼ୁଛି। ଏପରି କି ଅନେକ ଦିନ ପରିବାର ଉପବାସରେ ରହୁଥିବା ସେମାନେ ପ୍ରକାଶ କରିଛନ୍ତି। ବର୍ଷ ବର୍ଷ ଧରି ବିଭାଗ ଦ୍ୱାରା ଏପରି ଶୋଷଣ କରାଯାଉଥିଲେ ବି ଶ୍ରମ ବିଭାଗ ପକ୍ଷରୁ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ଅସ୍ଥାୟୀ କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ କର୍ମଚାରୀଙ୍କ ବାବଦରେ ଆସୁଥିବା ସରକାରୀ ଅର୍ଥକୁ କୁଆଡେ ଭାଗବଣ୍ଟା କରାଯାଉଥିବା ଶୁଣିବାକୁ ମିଳୁଛି ବୋଲି ଅସ୍ଥାୟୀ କର୍ମଚାରୀମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ତାଳଚେର ପିଏଚଡି ଜେଇ ଜଳେନ୍ଦ୍ର ଦେବତା କହିଛନ୍ତି, ଅସ୍ଥାୟୀ କର୍ମଚାରୀଙ୍କ ମଜୁରି ବୃଦ୍ଧି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ତାଳଚେର ଶ୍ରମ ଜିଲା ଅଧିକାରୀ ଇତିଶ୍ରୀ ଗାଗରାଇ କହିଛନ୍ତି, ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଏହା ଉପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

ପ୍ଲାଷ୍ଟିକ ବ୍ୟବହାରକୁ ନା: ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୧।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ହୋଟେଲ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ ବଦଳରେ ଶିଆଳି ଖଲିପତ୍ର ବ୍ୟବହାର…

ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା…

୯୯.୯୩% ଭୋଟ ପାଇ ପୁଣି କିମ୍‌ ଜଙ୍ଗ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୨୧ା୩: ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଏଠାକାର ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ…

ସାଉଦି ଆରବରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାଉଦି ଆରବର ରିୟାଧରେ ଗତ ବୁଧବାର ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସେଠାର ଭାରତୀୟ ଦୂତାବାସ ଶୁକ୍ରବାର ସ୍ପଷ୍ଟ କରିଛି। ଦୂତାବାସ ପକ୍ଷରୁ…

ମିତ୍ର ରାଷ୍ଟ୍ରମାନଙ୍କ ପାଇଁ ସୁରକ୍ଷିତ ଜାହାଜ ପରିବହନ କରିଡର ଆରମ୍ଭ କଲା ଇରାନ; ଏହି କରିଡର ଦେଇ ଗଲା ଭାରତୀୟ ଜାହାଜ

ତେହରାନ,୨୧।୩: ଯୁଦ୍ଧକାଳୀନ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଇରାନ ହର୍ମୁଜ ପ୍ରଣାଳୀ ଦେଇ ସହଯୋଗୀ ଜାହାଜଗୁଡ଼ିକର ସୁରକ୍ଷିତ ପଥକୁ ସହଜ କରିବା ପାଇଁ ଏକ ‘ନିରାପଦ କରିଡର’ ପ୍ରତିଷ୍ଠା…

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ହର୍ମୁଜ ଷ୍ଟ୍ରେଟରୁ ଭାରତ ଅଭିମୁଖେ ଆସିବାକୁ ଦୁଇଟି ଗ୍ୟାସ ଟ୍ୟାଙ୍କର୍‌ ପ୍ରସ୍ତୁତ, ଲଙ୍ଗର ନିକଟରେ କରିଛି ଅପେକ୍ଷା

ନୂଆଦିଲ୍ଲୀ,୨୧।୩: କିଛି ଦିନ ଅଟକିବା ପରେ ଦୁଇଟି ଭାରତୀୟ ପତାକାଯୁକ୍ତ LPG ଟ୍ୟାଙ୍କର୍‌ ହର୍ମୁଜ ପ୍ରଣାଳୀ ଦେଇ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଟ୍ୟାଙ୍କର୍‌ ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri