ଅସ୍ଥାୟୀ ଆଶ୍ରୟଗୃହରେ ଶ୍ରମିକଙ୍କ ଜୀବନ ଗଲା

ସୋନପୁର/ବିନିକା,୯।୫(ନି.ପ୍ର./ଡି.ଏନ୍‌.ଏ.):ଲକ୍‌ଡାଉନ୍‌ରେ ଫସି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ୟୁପି ସ୍କୁଲ(ଅସ୍ଥାୟୀ ଆଶ୍ରୟ ସ୍ଥଳ)ରେ ରହୁଥିବା ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କର ଶନିବାର ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ନାମ ବକୁଲ ସେଖ୍‌(୨୨)। ତାଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲା ଲିମଟିଟା ଅଞ୍ଚଳରେ। ବକୁଲ ଅନ୍ୟ ୭ ସହଯୋଗୀଙ୍କ ସହ ବିନିକା ଅଞ୍ଚଳରେ ୫ମାସ ଧରି କୋଠାବାଡି ନିର୍ମାଣ କାମ କରୁଥିଲେ। କରୋନା ମହାମାରୀ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଯାଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଏହି ଶ୍ରମିକମାନେ କର୍ମସଂସ୍ଥାନ ହରାଇ ଦୁର୍ଦ୍ଦିନରେ ଥିଲେ। ସ୍ଥାନୀୟ ପ୍ରଶାସନର ନଜରକୁ ଆସିବା ପରେ ମାର୍ଚ୍ଚ ୩୦ ତାରିଖଠାରୁ ବକୁଲଙ୍କ ସମେତ ଲିମ୍‌ଟିଟାର ରିଙ୍କୁ ସେଖ୍‌(୨୦), ଶହିଦ୍‌ ସେଖ୍‌(୧୯), ରୁବେଲ ସେଖ୍‌(୨୧), ଲାଲୁ ସେଖ୍‌(୨୧), ସମ୍ରାଟ୍‌ ସେଖ୍‌(୨୦), ବାବୁ ସେଖ୍‌(୨୧) ଓ ଆବୁ ସେ୍‌ଖ(୨୧)ଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଥିଲା । ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ ୨ ଓଳି ରନ୍ଧାଖାଦ୍ୟ, ଜଳଖିଆ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପଠାଇ ଥିବା ବେଳେ ଅନୁମତି ନ ମିଳିବାରୁ ପଶ୍ଚିମବଙ୍ଗର ଶ୍ରମିକମାନେ ସେମାନଙ୍କ ଘରକୁ ଯାଇ ପାରି ନ ଥିଲେ। ତେବେ ଶନିବାର ପ୍ରାତଃ ସମୟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଶ୍ରମିକଙ୍କର ହୃଦ୍‌ରୋଗ ଓ ମଧୁମେହ ରୋଗ ଥିବା ଏବଂ ସେ ଔଷଧ ଖାଉଥିବା ଜଣାପଡିଛି। ଆଶ୍ରୟସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଖବର ପାଇବା ପରେ ସିଂଘିଯୁବା ପଞ୍ଚାୟତ ସରପଞ୍ଚ ମହାବୀର ବରିହା ଓ ନିର୍ବାହୀ ଅଧିକାରୀ ରୂପେଶ ଭୋଇ ଘଟଣା ସମ୍ପର୍କରେ ବିନିକା ପୋଲିସ, ବ୍ଲକ କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ପରେ ଆଶ୍ରୟସ୍ଥଳକୁ ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକ, ତହସିଲଦାର ଅଲେଖ ଘୁଟା ଓ ବିନିକା ଆଇଆଇସି କୁଶ ପାଣିଗ୍ରାହୀ ପ୍ରମୁଖ ଆସି ଅନୁଧ୍ୟାନ କରିଥିଲେ। ମେଡିକାଲ ଟିମ୍‌ ପକ୍ଷରୁ ମୃତ ବ୍ୟକ୍ତିଙ୍କର ସ୍ବାବ୍‌ ସଂଗ୍ରହ ହୋଇଛି। ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଘଟଣାସ୍ଥଳରେ ପହଞ୍ଚତ୍ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ମଧ୍ୟାହ୍ନରେ ୧୦୮ ଆମ୍ବୁଲାନ୍ସ ଯୋଗେ ମୃତ ଶ୍ରମିକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ବିନିକା ନିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ବକୁଲଙ୍କ ମୃତ୍ୟୁ ହୃଦ୍‌ଘାତଜନିତ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ସ୍ପଷ୍ଟ ହେବ । ଅନ୍ୟପକ୍ଷେ ମୃତ ଶ୍ରମିକ ଓ ତାଙ୍କ ସାଥୀମାନଙ୍କୁ ନିଜ ଗାଁକୁ ପଠାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଟି-୨୦ ନକଲି ପାସ୍‌

କଟକ ଅଫିସ, ୧୭ା୬:ବାରବାଟୀରେ ଗତ ୧୨ତାରିଖରେ ଅନୁଷ୍ଠିତ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚରେ ନକଲି ପାସ୍‌ କାରବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନକଲି ପାସ୍‌...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଛୁଇଁଲା

ଭୁବନେଶ୍ୱର,୨୩।୪(ବ୍ୟୁରୋ) – ରାଜ୍ୟରେ ପୁଣି ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଁଚିଛି। ଏ ସମ୍ପର୍କରେ ଗୁରୁବାର ରାଜ୍ୟ...

ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ମନ୍ତ୍ରୀ

ପୁରୀ ଅଫିସ,୮।୧୨: ଭିତର ରତ୍ନଭଣ୍ଡାର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିଲେ ମଧ୍ୟ ମରାମତି ନେଇ ଧ୍ୟାନ ଦିଆଯାଉ ନାହିଁ। ୨୦୧୮ରେ ରତ୍ନଭଣ୍ଡାର ଭିତରକୁ ଯାଇଥିବା...

ବୃଦ୍ଧାଙ୍କ ଉପରେ ମାଡ଼ିଗଲା ବାଉଁଶ ବୋଝେଇ ପିକ୍‌ଅପ୍‌

ପାଟଣା,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୁଟୁଳିଆ ଗ୍ରାମ ହୁଡ଼ିସାହିର ଜଣେ ବୃଦ୍ଧାଙ୍କ ଉପରେ ଗୁରୁବାର ସକାଳେ ଏକ ବାଉଁଶ ବୋଝେଇ ପିକ୍‌ଅପ୍‌ ମାଡ଼ିଯିବାରୁ ତାଙ୍କର...

କାଳୀପୂଜା ପ୍ରସ୍ତୁତି ବୈଠକ: ପ୍ଲାଷ୍ଟିକମୁକ୍ତ ପୂଜା ମଣ୍ଡପ ନିଷ୍ପତ୍ତି

ଯାଜପୁର ରୋଡ, ୧୭।୧୦(ନି.ପ୍ର.): ଯାଜପୁର ରୋଡ ସହରରେ କାଳୀପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନେଇ ବୁଧବାର ଜିଲା ପ୍ରଶାସନ ଓ ପୋଲିସ୍‌ ପକ୍ଷରୁ...

ଆଳୁ ଗୋଦାମ ଶ୍ରମିକଙ୍କୁ ସ୍ବଚ୍ଛତା କିଟ୍‌, ମାସ୍କ ବଣ୍ଟନ

ବଲାଙ୍ଗୀର ଅଫିସ, ୨୪ା୪- ବଲାଙ୍ଗୀର ସହରର ଆଳୁ ଗୋମାମଗୁଡିକରେ କାର୍ଯ୍ୟରତ ଶ୍ରମିକଙ୍କୁ କରୋନା ସଚେତନତା ସହ ସ୍ବଚ୍ଛତା କିଟ୍‌ ଓ ମାସ୍କ ବଣ୍ଟନ କରାଯାଇଛି ।...

ମହାପ୍ରଭୁଙ୍କୁ ଲାଗି ହେଲା ସାତପୁରୀ ପିଠା

ପୁରୀ ଅଫିସ,୨୦ା୮: ସପ୍ତପୁରୀ ଅମାବାସ୍ୟାରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସାତପୁରୀ ପିଠା ଲାଗି ହୋଇଛି। ଅମାବାସ୍ୟା ହେତୁ ନାରାୟଣ ସାଗର ବିଜେ କରିଛନ୍ତି। ଏଥିସହ ଶ୍ରୀମନ୍ଦିରରେ...

ଓଲଟିଲା ତୀର୍ଥଯାତ୍ରୀ ବସ୍‌

ରୂପ୍‌ସା,୧୨ା୯(ଡି.ଏନ୍‌.ଏ.): ବାଲେଶ୍ୱର ୬୦ନଂ ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ଠାରେ ସୋମବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ବସ୍‌ ଓଲଟି ପଡ଼ିଛି। ଫଳରେ...

Advertisement
Archives

Model This Week