ଖୋର୍ଦ୍ଧା ଅଫିସ,୧୦।୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ତରତୁଆର ଜଣେ ପ୍ରସୂତି ମହିଳାଙ୍କର ଅସ୍ତ୍ରୋପଚାର ବେଳେ ନବଜାତ ଶିଶୁପୁତ୍ର ମୁଣ୍ଡରେ କ୍ଷତ ହୋଇଥିଲା। ତେବେ କ୍ଷତକୁ ଲୁକ୍କାୟତ ଭାବେ ଷ୍ଟିଚ କରି ଅସ୍ତ୍ରୋପଚାରରେ ନିୟୋଜିତ ଡାକ୍ତର ଓ କର୍ମଚାରୀ ଗୁରୁତର ଦର୍ଶାଇ ରେଫର କରିଥିଲେ। ଏହି ଘଟଣାକୁ ନେଇ ନବଜାତ ଶିଶୁଙ୍କ ପରିବାର ଉଦ୍ବେଗ ପ୍ରକାଶ କରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତର, ଅଭିଯୋଗ ପରେ ତଦନ୍ତ ନ କରି ବ୍ୟବହାର ଖରାପ ଦେଖାଇଥିବା ଏଡିଏମ୍ଓ(ମେଡିକାଲ)ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଶିଶୁର ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବାକୁ ମଙ୍ଗଳବାର ନବଜାତ ଶିଶୁଙ୍କ ପରିବାର ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ଙ୍କୁ ଅବଗତ କରାଯାଇଛି। ଅଭିଯୋଗ ପାଇବା ପରେ ସିଡିଏମ୍ଓ ବିଜୟ କୁମାର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଗଲା ଅନୁଧ୍ୟାନ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଶିଶୁର ଅବସ୍ଥା ଭଲ ଅଛି। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁର ଚିକିତ୍ସା ମାଗଣାରେ କରାଯିବ।
ତରତୁଆର ଆଜାଦ୍ ଖାନଙ୍କ ଅଭିଯୋଗ ଅନୁସାରେ, ୩ ତାରିଖରେ ପତ୍ନୀ ଅରାଫତ୍ ନିଶାଙ୍କର ଅସ୍ତ୍ରୋପଚାର କରାଯାଇ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ଗୁରୁତର କହି ଭୁବନେଶ୍ୱର ଏମ୍ସକୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ନବଜାତ ଶିଶୁପୁତ୍ରକୁ ରେଫର କରିଥିଲେ। ଏମ୍ସରେ ଚିକିତ୍ସିତ ହେବା ପରେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲର ଶିଶୁ ବିଭାଗରେ ନବଜାତ ଶିଶୁପୁତ୍ରଙ୍କୁ ଭର୍ତ୍ତି କରାଯାଇଥିଲା। ମୁଣ୍ଡରେ କ୍ଷତ ଯୋଗୁ ନବଜାତ ଶିଶୁପୁତ୍ର ଗୁରୁତର ରହିଥିବା ଡାକ୍ତର କହିଥିଲେ। ଏପରିକି କ୍ଷତ ସ୍ଥାନରୁ ବାଳ କଟା ନ ଯାଇ ୨ଟି ଷ୍ଟିଚ୍ ପକାଯିବା ଶିଶୁ ଅସୁସ୍ଥତାର କାରଣ ବୋଲି ଜଣାପଡିଥିଲା। ତେବେ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣି ନ ଥିବାରୁ ଚିକିତ୍ସାରେ ସମସ୍ୟା ଦେଖା ଦେଇଥିଲା। ପରୀକ୍ଷଣ ପରେ ମୁଣ୍ଡର କ୍ଷତ ନଜରକୁ ଆସିଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର କରୁଥିବା ଡାକ୍ତର ଓ କର୍ମଚାରୀ ମୁଣ୍ଡର କ୍ଷତ ସମ୍ପର୍କରେ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇ ନ ଥିଲେ। ସେମାନେ ତରବରିଆ ଭାବେ ଷ୍ଟିଚ କରି ରେଫର କରିଦେବା ପରେ ନବଜାତ ଶିଶୁପୁତ୍ରର ସ୍ବାସ୍ଥ୍ୟ ବିଗିଡି ଯାଇଥିଲା।

ଓଟିଡିସିକୁ ବିଶ୍ବସ୍ତରୀୟ କରିବାକୁ ଆହ୍ବାନ
ଭୁବନେଶ୍ୱର,୪।୯(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି) ସର୍ବଦା ‘ଅତିଥି ଦେବୋ ଭବଃ’କୁ ଗୁରୁତ୍ୱ ଦେଇ ଆସୁଛି। ଅନ୍ୟ ରାଜ୍ୟ ବା ଦେଶରୁ ଆସୁଥିବା ଅତିଥିମାନଙ୍କୁ ଉଚିତ୍...

ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶନାମା: ପ୍ରତି ହସ୍ପିଟାଲରେ ସ୍ବତନ୍ତ୍ର ଫିଭର କ୍ଲିନିକ୍
ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାଖାପାଖି ପହଞ୍ଚତ୍ଥିବାବେଳେ ଏବେ ଏହି ଲଢ଼େଇରେ ସାମିଲ୍ ହୋଇଥିବା...

‘ବିଦ୍ୟୁତ୍ ଘରୋଇକରଣ ବନ୍ଦ ନ ହେଲେ ଶୁଳ୍କ ବଢ଼ିବ’
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ବିଦ୍ୟୁତ୍ ବଣ୍ଟନ କମ୍ପାନୀ ନେସ୍କୋ, ଓ୍ବେସ୍କୋ ଏବଂ ସାଉଥ୍କୋର ପରିଚାଳନା ଭାର ରିଲାଏନ୍ସ ଏନର୍ଜୀକୁ ଦେଇ ଯେଉଁ କ୍ଷତି ସହିଛନ୍ତି, ତାକୁ ପର୍ଯ୍ୟାୟକ୍ରମେ ଗ୍ରୀଡ୍କୋ...

ବିଜେଡିରେ ମିଶିଲେ ପୂର୍ବତନ ଅଧ୍ୟକ୍ଷ
ଭୁବନେଶ୍ୱର,୨୮।୨(ବ୍ୟୁରୋ): ଅନୁଗୋଳ ମ୍ୟୁନିସିପାଲ୍ଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ ଓ ତାଙ୍କ ସମର୍ଥକ ସୋମବାର ବିଜେଡିର ଯୋଗ ଦେଇଛନ୍ତି। ବିଜେଡି ସାଂଗଠନିକ...

ବଳାତ୍କାର ମାମଲାରେ କ୍ୟାପିଟାଲ ଥାନା ଏସ୍ଆଇ ନିଲମ୍ବିତ
ଭୁବନେଶ୍ୱର,୮।୫(ବ୍ୟୁରୋ): କମିଶନରେଟ ପୋଲିରେ ଲାଗିଛି କଳଙ୍କର ଛିଟା। କ୍ୟାପିଟାଲ ଥାନାର କାର୍ଯ୍ୟରତ ଥିବା ଏସ୍ଆଇ ରାକେଶ ସାମଲ ନାମରେ ଆସିଛି ବଳାତ୍କାର ଅଭିଯୋଗ। ଏପରିକି ପୋଲିସର...

୨୦ ମିନିଟ୍ରେ ସମସ୍ୟା କହିଲେ ତାରା
ଭୁବନେଶ୍ବର, ୧୬ା୬(ସୁନିତ୍ ମିଶ୍ର): ଦିନକୁ ଦିନ କୋରାପୁଟ କଂଗ୍ରେସରେ ବିବାଦ ଉଗ୍ରରୂପ ଧାରଣ କରୁଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସ୍ତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ଜିଲା...

ବିଦ୍ୟୁତ୍ କାଟ୍ ନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନୀଗୁଡ଼ିକ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ...
୪ .୮୦ କୋଟିର ବ୍ୟାଙ୍କ ଋଣ ଠକେଇ: ଟିମ୍ବର ଡିପୋ ପ୍ରୋପ୍ରାଇଟର ଗିରଫ
ଭୁବନେଶ୍ୱର,୭।୪(ବ୍ୟୁରୋ): ଜନପଥସ୍ଥିତ ଆଇଡିବିଆଇ ବ୍ୟାଙ୍କରେ ୬ଟି ପ୍ଲଟ ବନ୍ଧକ ରଖି ୪ କୋଟି ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଆର.କେ. ଟିମ୍ବର କମ୍ପାନୀର ପ୍ରୋପ୍ରାଇଟର...