‘ଅସ୍ତାରୁଣର ସୁରଭି’ ଲୋକାର୍ପିତ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍‌ର ତୃତୀୟ ଦିବସରେ ଲେଖିକା ସୌମ୍ୟା ସାରସ୍ବତା ପଣ୍ଡାଙ୍କର ଉପନ୍ୟାସ ‘ଅସ୍ତାରୁଣର ସୁରଭି’ ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମରେ ଗମ୍ଭୀର ବନାମ ଲୋକପ୍ରିୟ ସାହିତ୍ୟ ଓ ପାଠକୀୟ ଆଦୃତି ତଥା ଉଦୀୟମାନ ଓଡ଼ିଆ ଲେଖକମାନଙ୍କ ଦୃଷ୍ଟିକୋଣ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମର ଶେଷରେ ବହିଟି ଲୋକାର୍ପଣ କରାଯାଇଥିଲା। ପୁସ୍ତକଟି ଲେଖିକାଙ୍କର ପ୍ରଥମ ଉପନ୍ୟାସ ହୋଇଥିଲେ ମଧ୍ୟ ଏହା ଲୋକାଦୃତ ହୋଇ ପାଠକୀୟ ସ୍ବୀକୃତି ଲାଭ କରୁ ବୋଲି ଅତିଥିମାନେ ଏବଂ ଉପସ୍ଥିତ ସାହିତ୍ୟ ଅନୁରାଗୀ ଶୁଭ କାମନା ଦେଇଥିଲେ। ବି.କେ ପବ୍ଲିକେଶନ୍‌ ଦ୍ୱାରା ପ୍ରକାଶିତ ଏହି ଉପନ୍ୟାସରେ ଆଧୁନିକତାର ଛାପ ସ୍ପଷ୍ଟ ବାରି ହୋଇ ପଡ଼ୁଥିବାବେଳେ ଶାଶ୍ୱତ ପ୍ରେମକୁ ଏକ ଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଛି। ଏଠାରେ ଅତିଥି ଭାବେ ପ୍ରଫେସର ଜ୍ୟୋତି ନନ୍ଦ, ପ୍ରକାଶକ ତଥା ଗାଳ୍ପିକ ସରୋଜ ବଳ, କବି ଭରତ ମାଝି, ଲେଖକ ରଂଜନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ମଦନ ମହାପାତ୍ର ଆଲୋଚନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍‌ର ମୁଖ୍ୟ ଆୟୋଜକ ରଶ୍ମି ରଞ୍ଜନ ପରିଡ଼ା ଏବଂ ସହଯୋଗୀ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ଆଜି ମହାବିଷୁବ ସଂକ୍ରାନ୍ତି, ପଣା ପିଇ ନବବର୍ଷ ପାଳିବେ ଓଡ଼ିଆ

ଭୁବନେଶ୍ବର,୧୪।୪; ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି କୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ଆଜିର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିଲ୍‌ ବାକିଥିଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବନି

ଭୁବନେଶ୍ୱର,୧୪।୪(ସୁନିତ୍‌ ମିଶ୍ର): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୋମବାର ନିର୍ଦ୍ଦେଶ ଦେଇଛନ୍ତି, ୨୦୨୬ର ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍‌ ବିଲ୍‌ ଥିଲେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି; ୪୧ ଡିଗ୍ରୀ ଟପିଲା ତାତି, ୧୮ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୩ା୪(ବନ୍ଦନା ସେଠୀ): ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତାପମାତ୍ରା ୪୧ ଡିଗ୍ରୀ ଡେଇଁଥିବାବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହରରେ ପରିଣତ…

ଆଜି ଭୁବନେଶ୍ୱର ପାଳୁଛି ପ୍ରତିଷ୍ଠା ଦିବସ, ଏହି ଦିନରେ…

ଭୁବନେଶ୍ୱର,୧୩ା୪: ଆଜି ଅର୍ଥାତ୍‌ ସୋମବାର ୭୯ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ଆଜି ରାଜଧାନୀ ୭୮ ତମ ପ୍ରତିଷ୍ଠା ଦିବସ ପାଳି ୭୯ ବର୍ଷକୁ ଅଗ୍ରସର…

ବିଦ୍ୟୁତ୍‌ ଉପରେ ପଡ଼ୁଛି ଗ୍ୟାସ୍‌ ଚାପ

ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri