ଅସୁରକ୍ଷିତ ନଦୀତଟ : ସୋନ ନଦୀରେ ଲୀନ ହେବ ୨୧ ଗାଁ

କପ୍ତିପଦା,୧୫ା୬(ଡି.ଏନ୍‌.ଏ) ଆଗକୁ ବଷର୍ର୍ା ଦିନ ଆସୁଥିତ୍ବାରୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ୨୧ଟି ଗ୍ରାମର ଲୋକେ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। ବର୍ଷା ହେଲେ ବନ୍ୟା ଭୟ ଓ ଧନ ଜୀବନ ସୁରକ୍ଷା ଚିନ୍ତା ନଦୀକୂଳବାସୀଙ୍କୁ ଅଧିକ ମାତ୍ରାରେ ଘାରିଛି ା କପ୍ତିପଦା ବ୍ଲକ ଦେଇ ପ୍ରବାହିତ ସୋନ ନଦୀ ଏହି ଅଞ୍ଚଳ ପାଇଁ ଦୁଃଖ ପାଲଟିଛି। ନଦୀ ପାର୍ଶ୍ୱରେ ଥିବା ଗଡ଼ସାହି, ରଥଦାଣ୍ଡସାହି, ବେଲଡ଼ିହା, ଜନକପୁର, ବଜ୍ରପୁର, କୁଣ୍ଡିସାହି, କୋହ୍ଲାସାହି, ଚାଣ୍ଡିଆସାହି, ଲଳିତାପୋଷା, ଡ଼ାହିସାହି, ବାଘିଆଗଡ଼ି, ଜଉଖୁଣ୍ଟିଆ, କୁଣ୍ଡଳ, ଠାକରାସାହି, ଗେଣ୍ଡାଗଡ଼ିଆ, ଜାମବନ୍ଧ, କୁକୁଡ଼ାଗଡ଼ି, ଭଲଗୁଣ୍ଡି, ଆମ୍ବପିଛୁଳା, ସୁଡ଼ୁସୁଡ଼ିଆ ଓ ଖପ୍ରାପାଳ ଆଦି ୨୧ଟି ଗ୍ରାମର ଲୋକେ ବର୍ଷା ଋତୁ ସମୟରେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥାନ୍ତି ା ବର୍ଷାଋତୁ ତଥା ବନ୍ୟା ସମୟରେ ସୋନନଦୀ ସେମାନଙ୍କ ଆଖିରୁ ନିଦ ଛଡାଇ ନେଇଥାଏ। ବିଶେଷ କରି ଏହି ଗ୍ରାମଗୁଡ଼ିକ ମଧ୍ୟରୁ ରଥଦାଣ୍ଡସାହି, କୁକୁଡ଼ାଗଡ଼ି ଓ ଚଣ୍ଡିଆସାହି ବିଶେଷ ଭାବରେ ପ୍ରଭାବିତ ହୋଇଥାଏ । ତେଣୁ ବାରମ୍ବାର ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ପକ୍ଷରୁ କୁକୁଡ଼ାଗଡ଼ି ଓ ଚଣ୍ଡିଆସାହିଠାରେ ପଥର ପ୍ୟାକିଂ ପାଇଁ ୨୨ଲକ୍ଷ, ରଥଦାଣ୍ଡସାହିରେ ପଥର ପ୍ୟାକିଂ ପାଇଁ ୨୫ଲକ୍ଷ ଟଙ୍କା ଓ ମହୁଲଡିହା ଠାରେ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଥାଇ କାର୍ଯ୍ୟ ସରିଛି ା ମାତ୍ର ଏହି କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଗତବର୍ଷ ସେଭଳିି ବନ୍ୟା ପରିସ୍ଥିତି ନ ଥାଇ ମଧ୍ୟ ରଥଦାଣ୍ଡ ସାହି ପଥର ପ୍ୟାକିଂ କେତେକ ସ୍ଥାନରେ ଧସି ପଡିଥିଲା। ଫଳରେ ରଥଦାଣ୍ଡ ସାହି ଲୋକଙ୍କ ଉକ୍ତ ନଦୀରେ ଆଡ଼ିବନ୍ଧ ନିର୍ମାଣ ଚିନ୍ତା ବଢି ଯାଇଛି। ପ୍ରତିବର୍ଷ ନଦୀର କୂଳ ଖାଇ ଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ପୂର୍ବରୁ ୭୫ଫୁଟ୍‌ ଓସାର ଥିତ୍ବା ନଦୀ ଏବେ ୩୦୦ଫୁଟ ଓସାରରେ ପହଞ୍ଚିଛି। ଆଡ଼ିବନ୍ଧ ଓ ସ୍ପର ନ ଥିବା ଯୋଗୁଁ ପ୍ରତିବର୍ଷ ନଦୀରେ ବନ୍ୟା ଜଳ ଆସି ପାର୍ଶ୍ୱବର୍ତ୍ତୀ ଗ୍ରାମରେ ପ୍ରବେଶ କରି ଧନଜୀବନ ନଷ୍ଟ କରୁଛି। ବହୁ ଗରିବ ଲୋକଙ୍କ ଘର ସହିତ ଚାଷ ଜମି ଏହି ନଦୀଗର୍ଭରେ ଲୀନ ହେଉଛି । ଏହି ସମୟରେ ଉପାୟ ନ ପାଇ ଗ୍ରାମବାସୀ ଗ୍ରାମଛାଡ଼ି ଅନ୍ୟତ୍ର ପଳାଇ ଯିବାକୁ ବାଧ୍ୟ ହୋଇଥାନ୍ତି। ନଦୀ ତଟରେ ପଥର ପ୍ୟାକିଂ ଓ ସ୍ପର ନିର୍ମାଣ ହେଉ ନ ଥିବା ସ୍ଥଳେ ନଦୀ ଶଯ୍ୟାରୁ ଅବାଧ ବାଲି ଉଠାଣ ଚାଲିଛି । ତେଣୁ ବନ୍ୟା ହେଲେ ନଦୀ ସ୍ରୋତ ତଟ ଭାଙ୍ଗି ମାଡ଼ି ଆସିବା ସମ୍ଭାବନାକୁ ଏଡ଼ାଯାଇ ନ ପାରେ ା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ବିଭିନ୍ନ ସୁରକ୍ଷା ପ୍ରସ୍ତାବ ଉଠୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନାହିଁ। ବର୍ଷା ଦିନକୁ ଦୃଷ୍ଟିରେ ରଖି ଯେଉଁ ସ୍ଥାନରେ ପଥର ପ୍ୟାକିଂ ଓ ସ୍ପର ନିର୍ମାଣ କାଯର୍‌ୟ ଚାଲୁ ରହିଛି ଯଥାଶୀଘ୍ର ତାହା ଶେଷ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି । ସୁନେଇ ମଧ୍ୟମ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ହେବାର ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ହେଁ ଅଦ୍ୟାବଧି କ୍ଷତିଗ୍ରସ୍ତ ଗାଁ ଗୁଡିକ ନିକଟରେ ପ୍ରବାହିତ ହୋଇଥିବା ନଦୀରେ ଆଡ଼ିବନ୍ଧ ଓ ସ୍ପର ନିର୍ମାଣ ନ ହେବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା ରାଜ୍ୟ ସରକାରଙ୍କର ଜନସେଚନ ବିଭାଗ, ଜିଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ଏଥିପ୍ରତି ଅଣଦେଖା କରୁଥିବା ସେମାନେ ଅଭିଯୋଗ କରିଛନ୍ତି ା ଏହି ନଦୀର ଦୁଇ ପାର୍ଶ୍ୱରେ ଆଡ଼ିବନ୍ଧ ନିର୍ମାଣ ନ ହେଲେ କପ୍ତିପଦା ବ୍ଲକ ମାନଚିତ୍ରରୁ ଏହି ଗାଁ ଗୁଡ଼ିକ ଦିନେ ନିଶ୍ଚିହ୍ନ ହୋଇଯିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସୁନେଇ ମଧ୍ୟମ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସୁନେଇ ଡ଼୍ୟାମରୁ ବୈରାତପୁର ପର୍ଯ୍ୟନ୍ତ ୨୫ଟି ସ୍ଥାନରେ ପଥର ପ୍ୟାକିଂ ପାଇଁ ଗତ ବର୍ଷରୁ ବ୍ୟୟ ଅଟକଳ ବିଭାଗକୁ ପଠାଯାଇଛି ା କେତେକ ପ୍ରକଳ୍ପର କାମ ଚାଲିଛି ା ଅନ୍ୟ ଗୁଡିକ ବିଭାଗୀୟ ଅନୁମୋଦନ ଲାଭ କଲେ ପର୍ଯ୍ୟାୟ କ୍ରମେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ପଥର ପ୍ୟାକିଂ ଓ ଆଡ଼ିବନ୍ଧ ନିର୍ମାଣ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri