ଅସୁରକ୍ଷିତ ଘରେ ଚାଲିଛି ପାଠପଢ଼ା : ଗୃହ ନିର୍ମାଣ ସତ୍ତ୍ୱେ ହେଉନି ହସ୍ତାନ୍ତର

ରଣପୁର,୧୯।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ସୁଆଁସିଆ ସାହି ଅଙ୍ଗନୱାଡି କେନ୍ଦ୍ରରେ କାନ୍ଥ ଭୁଶୁଡି ୨୦୧୨ ଜୁଲାଇ ୯ରେ ୭ ଶିଶୁଙ୍କ ମୃତ୍ୟୁ ପରେ ବି ପ୍ରଶାସନ ସତର୍କ ହେଉ ନ ଥିବା ଅଭିଯୋଗ ହେଉଛି। ଅଘଟଣ ଘଟିବାର ୭ ବର୍ଷ ପରେବି ଅସୁରକ୍ଷିତ ଘରେ ପାଠପଢ଼ା, ଗଛମୂଳେ ରୋଷେଇ କରିବା ପରି ଘଟଣା ପୁଣି ଦେଖିବାକୁ ମିଳୁଛି।
ପ୍ରକାଶଯୋଗ୍ୟ, ଏ ସମସ୍ତ ଘଟଣା ପରେ ଓସ୍ତପଡା ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇଥିବାବେଳେ ସ୍ଥାନୀୟ ପ୍ରାଥମିକ ସ୍କୁଲରେ କେନ୍ଦ୍ର ଚାଲୁଛି । ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ର ହସ୍ତାନ୍ତର ହୋଇ ନ ଥିବାରୁ କେନ୍ଦ୍ରଟି ସ୍କୁଲରେ ଚାଲୁଛି । ସୂଚନାଯୋଗ୍ୟ, ଫନୀ ବାତ୍ୟା ପରେ ୩ ବିପନ୍ନ ପରିବାର ନବନିର୍ମିିତ ଅଙ୍ଗନୱାଡିି କେନ୍ଦ୍ରରେ ରହୁଥିଲେ । ୨ ପରିବାର ଚାଲି ଯାଇଥିବାବେଳେ ଘର ଭାଙ୍ଗି ଯାଇଥିବାରୁ ଜଣେ ବିପନ୍ନ ପରିବାର ସେଠାରେ ଅଟକି ରହିଯାଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଗୋଟିଏ ପରିବାରକୁ ସୁରକ୍ଷା ଦେବାକୁ ଯାଇ ଅନେକ ଶିଶୁଙ୍କୁ ଅସୁରକ୍ଷିତ କରିବା ଘଟଣା କେତେଦୂର ଠିକ୍‌? ଛୋଟ ଛୋଟ ପିଲାମାନେ ବର୍ଷ ବର୍ଷ ଧରି ଅସୁରକ୍ଷିତ ଘରେ ପାଠ ପଢ଼ୁଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନ ଯିବା ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି । ରଣପୁର ସିଡିପିଓ ବ୍ରହ୍ମୋତ୍ରି ମିଶ୍ର ଏ ସମସ୍ୟା ନେଇ କୁହନ୍ତି, ନବନିର୍ମିତ ଘର ଆମକୁ ହସ୍ତାନ୍ତର କରାଯାଇନି। ପରିତ୍ୟକ୍ତ ଘରେ କେନ୍ଦ୍ର ଚାଲିଥିବା ସମ୍ପର୍କରେ ପଚାରିବାରୁ ତଦନ୍ତ ପରେ ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପରେ ବି ଛୋଟ ଛୋଟ ପିଲାମାନେ ପୁଣି ଭଙ୍ଗାଘରେ ପାଠ ପଢ଼ିବାରୁ ପିଲାଙ୍କ ଜୀବନ ପ୍ରତି ଅଣଦେଖା କରାଯାଉଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଆଗାମୀ ଦିନରେ ଏହା ଆନ୍ଦୋଳନକୁ ଖୋରାକ ଯୋଗାଇପାରେ ବୋଲି କେତେଜଣ ସ୍ଥାନୀୟ ଲୋକେ କହିଛନ୍ତି। ସୂଚନାଯୋଗ୍ୟ, ରଣପୁର ବ୍ଲକରେ ୨୪୫ ଅଙ୍ଗନୱାଡି କେନ୍ଦ୍ର ଓ ୭୮ ମିନି ଅଙ୍ଗନୱାଡି କେନ୍ଦ୍ର ରହିଛି । ଅଙ୍ଗନୱାଡି ଓ ମିନି ଅଙ୍ଗନୱାଡି ମିଶି ୩୨୩ କେନ୍ଦ୍ରରୁ ୨୬୮ କେନ୍ଦ୍ରର ଗୃହନିର୍ମାଣ ପାଇଁ ଦିଆଯାଇଥିତ୍ଲା କାର୍ଯ୍ୟାଦେଶ । ଏଥିରୁ ୭ବର୍ଷରେ ମାତ୍ର ୯୬ ଘର ସମ୍ପୂର୍ଣ୍ଣ ହୋଇଛି । ସମ୍ପୂର୍ଣ୍ଣ ଘରଗୁଡିକ ଉଦ୍‌ଘାଟନ ହୋଇପାରି ନ ଥିବାରୁ ଅଧିକାଂଶ ପରିତ୍ୟକ୍ତ ହୋଇ ନଷ୍ଟ ହେବାକୁ ବସିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri