Posted inପୁରୀ

ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ସାମଗ୍ରୀ ଦେଲେ ସରପଞ୍ଚ

କାକଟପୁର,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ଲକଡାଉନ ଘୋଷଣା କରିଥିବାବେଳେ ଦିନ ମଜୁରିଆ, ଶ୍ରମିକ, ଅସହାୟ, ନିରାଶୟମାନଙ୍କ ପାଇଁ ଚଡ଼କ ସଦୃଶ ପାଲଟିଛି। ଏମାନଙ୍କ ରୋଜଗାର ବନ୍ଦ ହୋଇଯିବାରୁ ଦାନା ଯୋଗାଡ଼ କରିବାରେ ଅସମର୍ଥ ହୋଇପଡିଛନ୍ତି। ଏଭଳି ସମୟରେ କେତେକ ସହୃଦୟ ବ୍ୟକ୍ତି ଏମାନଙ୍କ ସାହା ହୋଇପଡ଼ନ୍ତି। ସେହିଭଳି କାକଟପୁର ବ୍ଲକ ଅନ୍ତର୍ଗତ ସୁହାଣପୁର ପଞ୍ଚାୟତ ଅଧୀନସ୍ଥ ଗୋପୀକାନ୍ତପୁର ଗ୍ରାମରେ ଲକଡାଉନ ଯୋଗୁ ଗ୍ରାମର କୈଳାସ ରଥ ଏକରକମ ଅସହାୟ ହୋଇପଡ଼ିଥିଲେ। ଏହି ସମୟରେ ଖବରପାଇ ସୁହାନପୁର ପଞ୍ଚାୟତ ତରଫରୁ ସରପଞ୍ଚ ସନ୍ଧ୍ୟାରାଣୀ କାଣ୍ଡି ନିଜେ ଯାଇ କୈଳାସଙ୍କୁ ଭେଟି ଚାଉଳ, ଡାଲି, ଆଳୁ, ବିସ୍କୁଟ ଇତ୍ୟାଦି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିବା ସୂଚନା ମିଳିଛି। ଏଥିରେ ସରପଞ୍ଚ କାଣ୍ଡିଙ୍କ ସମେତ ଝୁମମଣୀ ସାହୁ, ସାମାଜିକ କର୍ମୀ ଆଶିଷ କାଣ୍ଡି, ପ୍ରଫୁଲ୍ଲ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହାକୁ ନେଇ ଉକ୍ତ ଅଞ୍ଚଳର ଗ୍ରାମବାସୀ ସରପଞ୍ଚଙ୍କୁ ପ୍ରଶଂସା କରିଛନ୍ତି। ସେହିପରି କାକଟପୁର ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ୟୁଥ ମାସ ପକ୍ଷରୁ ମେଡିକାଲ ଛକ, କାକଟପୁର ବଜାରର ବିଭିନ୍ନ ସ୍ଥାନରେ ଅସହାୟ ବ୍ୟକ୍ତିମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଏଥିସହ ବଜାରରେ ବୁଲୁଥିବା ଗୋରୁମାନଙ୍କୁ ମଧ୍ୟ ତୋରାଣି ଓ ଗୋଖାଦ୍ୟ ବଣ୍ଟନ କରିଥିଲେ। ଏହି ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମରେ କାକଟପୁର ଥାନା ପୋଲିସ ଅଧିକାରୀ ଯୋଗ ଦେଇଥିବାବେଳେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri