ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ଲୋଇସିଂହା, ୮।୪(ଡି.ଏନ.ଏ.): ବଲାଙ୍ଗୀର ସଦର ବ୍ଲକ ସକମା ପଞ୍ଚାୟତ ପକ୍ଷରୁ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ବ୍ୟବସ୍ଥା ଅଦ୍ୟାବଧି ଗ୍ରହଣ କରାଯାଇନାହିଁ। ପଞ୍ଚାୟତ ଅଧୀନ ଫାସଡ ଗ୍ରାମର ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ ଗ୍ରାମର ପ୍ରାୟ ୨ଶହ ଅସହାୟଙ୍କୁ ବୁଧବାରଠାରୁ ରନ୍ଧାଖାଦ୍ୟ ଦେବା ବ୍ୟବସ୍ଥା କରାଯାଇଛି। ଏହାବାଦ୍‌ ଦେଢଶହ ଲୋକଙ୍କୁ ମାଗଣାରେ ମାସ୍କ ପ୍ରଦାନ କରାଯାଇଛି। ସୂଚନାମତେ, କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏଥିଯୋଗୁ ଗରିବ, ଅସହାୟଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଅସହାୟମାନଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ଦେବାକୁ ଜିଲା ପ୍ରଶାସନକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ କରିଥିଲେ। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅନେକ ପଞ୍ଚାୟତ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ବ୍ଲକ ସକମା ପଞ୍ଚାୟତ ପକ୍ଷରୁ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଦେବା ବ୍ୟବସ୍ଥା କରାଯାଇନାହିଁ। ଫଳରେ ପଞ୍ଚାୟତ ଅଧୀନ ଫାସଡ ଗ୍ରାମର ଆଞ୍ଚଳିକ ମହିଳା ମଞ୍ଚ ଓ ପଞ୍ଚାୟତସ୍ତରୀୟ ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ ଗତ ୬ ତାରିଖ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେହେଁ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ପରେ ଗ୍ରାମର ୨୧ଟି ଏସଏଚଜି ଗ୍ରୁପ ୧ ହଜାର ଲେଖାଏ ଚାନ୍ଦା କରି ଗ୍ରାମର ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଦେବାକୁ ସଂକଳ୍ପ ଗ୍ରହଣ କରିଥିଲେ। ବୁଧବାରଠାରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ବଣ୍ଟନ କରାଯାଇଥିଲା। ପଞ୍ଚାୟତକୁ ଭରସା ନକରି ଆଗାମୀ ଦିନରେ ମଧ୍ୟ ଖାଦ୍ୟ ଦେବାକୁ ମନସ୍ଥ କରିଥିବା ଆଞ୍ଚଳିକ ମଞ୍ଚର ସବାନେତ୍ରୀ ଆନନ୍ଦିନୀ ପଧାନ, ପଦ୍ମିନୀ କରାଟ, ଗୋଲାପି ପଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ସରପଞ୍ଚ ଦୁର୍ଯ୍ୟୋଧନ ନାଗଙ୍କ ମୋବାଇଲ ନଂ ୭୭୩୫୧୮୮୫୮୪କୁ ଯୋଗଯୋଗ କରାଯାଇଥିଲା। ହେଲେ ସୁଇଚ ଅଫ ବତାଉଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri