ଅସହାୟଙ୍କୁ ଆଇନ ସେବା ସୁନିଶ୍ଚିତ ଲକ୍ଷ୍ୟ

ଭାରତରେ ସବୁ ନାଗରିକଙ୍କୁ ଯେପରି ଭାବେ ନିରପେକ୍ଷ ଆଇନ ସେବା ମିଳିପାରିବ ତାକୁ ସୁନିଶ୍ଚିତ କରିବା ସହ ଏହା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୯କୁ ‘ ଜାତୀୟ ଆଇନ ସେବା ଦିବସ’ ଭାବେ ପାଳନ କରାଯାଉଛି। ଗରିବ ତଥା ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଆଇନଗତ ସହାୟତା ଓ ସମର୍ଥନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ୧୯୯୫ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଆଇନ ସେବା ପ୍ରାଧିକରଣ ଅଧିନିୟମ,୧୯୮୭ ଅନୁସାରେ ଜାତୀୟ ଆଇନ ସେବା ପ୍ରାଧିକରଣ ଗଠନ କରାଯାଇଛି। ସମାଜର ଦୁର୍ବଳ ଓ ଅସହାୟ ଶ୍ରେଣୀର ଲୋକମାନଙ୍କୁ ନିଃଶୁଳ୍କ ଆଇନ ସେବା ପ୍ରଦାନ କରିବା ତଥା ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିବା ପାଇଁ ଲୋକ ଅଦାଲତ ଆୟୋଜନ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭାରତର ପ୍ରଧାନ ବିଚାରପତି ଏହାର ମୁଖ୍ୟ ସଂରକ୍ଷକ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱିତୀୟ ବରିଷ୍ଠ ନ୍ୟାୟାଧୀଶ ଏହି ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଟନ୍ତି। ସମ୍ବିଧାନର ଧାରା ୩୯-କ ଆଧାରରେ ସମାଜରେ ଆଇନଗତ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ବିନା ଦେୟରେ ଆଇନ ସହାୟତା ପ୍ରଦାନ କରାଯିବାର ପ୍ରାବଧାନ ରଖାଯାଇଛି। ସେହିପରି ଧାରା ୧୪ ଓ ୨୨(କ)ରେ ଆଇନର ସମାନତା ସୁନିଶ୍ଚିତ କରିବା ପାଇଁ ରାଜ୍ୟଗୁଡ଼ିକୁ ଏହା ବାଧ୍ୟ କରିଥାଏ। ଜାତୀୟ ଆଇନ ସେବା ପ୍ରାଧିକରଣ ଦେଶରେ ଆଇନ ସହାୟତା କାର୍ଯ୍ୟକ୍ରମ ଓ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ(ଏସ୍‌ଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଥାନ୍ତି। ମୁଖ୍ୟତଃ ଏସ୍‌ଏଲ୍‌ଏସ୍‌ଏ, ଜିଲା ଆଇନ ସେବା ପ୍ରାଧିକରଣ, ତହସିଲସ୍ତରରେ ଆଇନ ସହାୟତା ସମିତିକୁ ନ୍ୟାୟିକ ଆଧାରରେ ଯୋଗ୍ୟ ଲୋକଙ୍କୁ ମାଗଣାରେ ଆଇନ ସହାୟତା ପ୍ରଦାନ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାବାଦ୍‌ ବିବାଦଗୁଡିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିବା ଲାଗି ଏହିସବୁ ବ୍ୟବସ୍ଥା ଲୋକ ଅଦାଲତ ମାଧ୍ୟମରେ ସଞ୍ଚାଳନ କରିଥାନ୍ତି। ଜାତୀୟ ଆଇନ ସେବା ଦିବସରେ ଏହା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ସହ ନ୍ୟାୟ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ସଚେତନ କରାଯାଇଥାଏ। କୋର୍ଟରେ ମାମଲା ଲଢିବା ପାଇଁ ଓକିଲ ଉପଲବ୍ଧ କରାଇବା, କୋର୍ଟ ଫିସ୍‌ ଓ ଅନ୍ୟ ସବୁ ପ୍ରକାର ସୁବିଧା ଯୋଗାଇଦେବା, କୋର୍ଟ ଅର୍ଡର ଆଦିର ନକଲ ଲୋକମାନଙ୍କୁ ପ୍ରାପ୍ତ କରାଇବା ତଥା ମାମଲାରେ ନଥିପତ୍ରର ଅନୁବାଦ ଓ ତାହାକୁ ଛପାଇ ପେପର ବୁକ ପ୍ରସ୍ତୁତ କରିବା ଆଦି ଯୋଗାଇଦେବାରେ ଗୁରୁତ୍ୱ ଦିଆଯାଇଥାଏ। ମହିଳା ଓ ଶିଶୁ, ଅନୁସୂଚିତ ଜାତି ଓ ଜନଜାତିର ଲୋକ, ଓଦ୍ୟୋଗିକ ଶ୍ରମିକ, ପ୍ରାକୃତିକ ବିପର୍ଯ୍ୟୟ ତଥା ଓଦ୍ୟୋଗିକ ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତି, ଦିବ୍ୟାଙ୍ଗ, କରାଗାରରେ ରଖାଯାଇଥିବା ଗରିବ ଲୋକ, ଯେଉଁମାନଙ୍କ ବାର୍ଷିକ ଆୟ ୧ଲକ୍ଷରୁ କମ୍‌, ଦାଦନ କିମ୍ବା ମାନବ ଚାଲାଣର ଶିକାର ହୋଇଥିବା ଲୋକମାନେ ଆଇନ ସହାୟତା ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି। ଜାତୀୟ ସ୍ତରରୁ ଜିଲା ପର୍ଯ୍ୟନ୍ତ ଗଠନ କରାଯାଇଥିବା ଆଇନ ସେବା ପ୍ରାଧିକରଣ ତଥା ସର୍ବୋଚ୍ଚ ନ୍ୟାୟାଳୟ ଆଇନ ସେବା ପ୍ରାଧିକରଣ ଓ ଉଚ୍ଚ ନ୍ୟାୟାଳୟ ଆଇନ ସେବା ପ୍ରାଧିକରଣ ଲୋକମାନଙ୍କୁ ଆଇନ ସେବା ଯୋଗାଇଦେବା ପାଇଁ ଗଠନ କରାଯାଇଛି। ଆଜି ବି ଭାରତରେ ଅନେକେ ଖାଦ୍ୟ, ପାନୀୟ, ବାସସ୍ଥାନ, ଶିକ୍ଷା, ପୋଷାକ ଓ ଓଷଧ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଆଇନ ସେବା ସହାୟତା ସେହିମାନଙ୍କୁ ଏହିସବୁ ସର୍ବନିମ୍ନ ଆବଶ୍ୟକତା ପାଇବା ପାଇଁ ସକ୍ଷମ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri