ଅସହାୟଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କରୋନା ମହାମାରୀର ମୁକାବିଲା ପାଇଁ ସରକାର ଦେଶରେ ଲକଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକଡାଉନ୍‌ ନିୟମାନୁଯାୟୀ ଲୋକେ ନିଜ ଜୀବିକାରୁ ବଞ୍ଚିତ ରହି ଘରେ ରହୁଛନ୍ତି। ଏହି କାରଣରୁ ସରକାରଙ୍କ ପକ୍ଷରୁ ଗରିବ , ଅସହାୟ ଓ ନିରାଶ୍ରୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ, ରାଶନ ସାମଗ୍ରୀ ଯୋଗାଇ ଦିଆଯାଉଛି ା କେନ୍ଦୁଝର ଜିଲା ଯୋଡା ବ୍ଲକ ଚମକପୁର ପଞ୍ଚାୟତର ଧୋବାକୁଚୁଡା ଗ୍ରାମରେ ପଞ୍ଚାୟତ ପକ୍ଷରୁ ୨୩ ଜଣ ଅସହାୟ ଗରିବଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିଲା। ମାତ୍ର ଗତ ୧୫ ଏପ୍ରିଲ ଠାରୁ ଏହି ରନ୍ଧା ଖାଦ୍ୟ ଦେବା ବନ୍ଦ କରିଦିଆଯାଇଥିଲା। ଫଳରେ ଉକ୍ତ ୨୩ ଜଣ ଭୋକ ଉପାସରେ ଥିଲେ। ଏହି ଖବର ପାଇ ଯୋଡା ଆରଏସଏସ୍‌ର କର୍ମକର୍ତ୍ତା ଶୁକ୍ରବାର ଧୋବାକୁଚୁଡା ଗ୍ରାମରେ ପହଞ୍ଚି ୨୪ ଜଣ ଗରିବ ଅସହାୟଙ୍କୁ ୫ କେଜି ଚାଉଳ, ୧କେଜି ଡାଲି, ୧କେଜି ଆଳୁ , ୨୪ ପ୍ୟାକେଟ୍‌ ଲୁଣ ସେମାନଙ୍କୁ ପ୍ରଦାନ କରିଥିଲେ। ଏହା ପୂର୍ବରୁ ଆରଏସଏସର ସଦସ୍ୟ ଗଣ ସେମାନଙ୍କୁ ଲକଡାଉନ୍‌ ନିୟମ ପାଳନ କରିବା, ସାମାଜିକ ଦୂରତା ରକ୍ଷା କରିବା , ସାବୁନ୍‌ ଓ ସାନିଟାଇଜରରେ ହାତ ଧୋଇବା ନେଇ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଡା ଆରଏସ୍‌ଏସ୍‌ ଶାଖାର ସଦସ୍ୟ ପିଣ୍ଟୁ ସିଂ, ଅଗନୁ ଚରଣ ମହାନ୍ତ, ଚନ୍ଦନ ଗୁପ୍ତା, ଆନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଇଓ ଅଫିସ ମୁଖ୍ୟ କିରାଣୀ

ବଲାଙ୍ଗୀର ଅଫିସ, ୨୦ା୮: ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଡମନ୍‌ ପ୍ରସାଦ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ...

ଆକ୍ରାନ୍ତଙ୍କ ତଥ୍ୟ ଲିକ୍‌, ହେବ ତଦନ୍ତ

ଅନୁଗୋଳ ଅଫିସ, ୧୧।୫:  ଅନୁଗୋଳ ଜିଲାର ୧୩ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଲିକ୍‌ ହୋଇଯାଇଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ନିକଟରୁ ଜିଲା ପ୍ରଶାସନ ପାଖକୁ ଆସିଥିବା...

କେନ୍ଦୁପତ୍ର ଫଡ଼ିରେ ନିୟମକୁ ଫୁ: ଶିଶୁ ଶ୍ରମିକ ନିୟୋଜିତ କରି ଅର୍ଥ ଆତ୍ମସାତ ମସୁଧା

ବାଲିଗୁଡ଼ା,୪ା୬(ଡି.ଏନ୍‌.ଏ.)-ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ବାଲିଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ନିୟୋଜନ ଚାଲିଛି। କୋମଳମତି ପାଠ ପଢ଼ୁଆ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ...

ଚିନିଶିଳ୍ପ ବଟ୍‌ଲିଂ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି

ଆସିକା,୨୩ା୧୦ (ଡି.ଏନ୍‌.ଏ.)- ଆସିକା ସମବାୟ ଚିନିଶିଳ୍ପ ମଦ ପ୍ରସ୍ତୁତି ଲାଗି ରହିଥିବା ବଟ୍‌ଲିଂ ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ନରୁ ଶ୍ରମିକ ଅଶାନ୍ତି ଦେଖାହୋଇଛି। ମଦ ପ୍ୟାକିଂ କାର୍ଯ୍ୟରେ...

ବିପଦସଂକେତ ଟପିଲା ଜଳକା

ବସ୍ତା,୧୯ା୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାର ବିଭିନ୍ନ ନଦୀରେ ଏବର୍ଷର ପ୍ରଥମ ବନ୍ୟାଜଳ ଆସିଛି। ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଗଙ୍ଗାହାର ନଦୀରେ ଜଳପତ୍ତନ ବୃଦ୍ଧି ପାଇଥିବା...

ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ ଭଞ୍ଜନଗର ବନ୍ଦ ଆଜି

ଭଞ୍ଜନଗର,୨୧।୫(ଡି.ଏନ.ଏ.)-ଭଞ୍ଜନଗର ଓଏସ୍‌ଆର୍‌ଟିସି ଡିପୋରୁ ଅନ୍ୟ ଜୋନକୁ ବସ୍‌ ସ୍ଥାନାନ୍ତର ଯୋଜନାର ପ୍ରତିବାଦ ଏବଂ ବକେୟା ଦରମା ପ୍ରଦାନ ଦାବି ନେଇ କର୍ମଚାରୀ ଓ କ୍ରିୟାନୁଷ୍ଠାନ କମିଟି...

ଗୁଣିଗାରେଡ଼ି ସନ୍ଦେହରେ ଆକ୍ରମଣ: ଭୟରେ ଗାଁ ଛାଡ଼ିଲେ ପରିବାର ଲୋକେ

ରାୟଗଡ଼ା ଅଫିସ,୩।୧ – ସଚେତନତା ସତ୍ତ୍ୱେ ଲୋକଙ୍କ ମନରେ ବସା ବାନ୍ଧିଥିବା ଅନ୍ଧବିଶ୍ୱାସ ଦୂର ହେଉନାହିଁ। ଗୁଣିଗାରେଡ଼ିକୁ କେନ୍ଦ୍ରକରି ବାରମ୍ବାର ଲୋକେ ଅଭାବନୀୟ କାଣ୍ଡ ଘଟାଉଛନ୍ତି...

ପୂଜା ନ କଲେ ଏକମାତ୍ର ପୁତ୍ର ସନ୍ତାନର ଅନିଷ୍ଟ ହେବା ନେଇ ଗୁଜବ: ଶନିମନ୍ଦିରରେ ପ୍ରବଳ ଭିଡ଼

କେନ୍ଦୁଝର,୧୪।୩(ସ୍ବ.ପ୍ର.): ପୂଜା ନ କଲେ ଏକମାତ୍ର ପୁତ୍ରସନ୍ତାନର ଅନିଷ୍ଟ ହେବ ବୋଲି ଗୁଜବ ପ୍ରଚାର ପରେ ପୁରୁଣା ସହର ସିଦ୍ଧମଠସ୍ଥିତ ଶନି ମନ୍ଦିରରେ ପ୍ରବଳ ଭକ୍ତଙ୍କ...

Advertisement

BGU

Archives

Model This Week

Why Dharitri