ଅସରାଏ ବର୍ଷାରେ ଅବସ୍ଥା ବେହାଲ

ବାସୁଦେବପୁର, ୨୩।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ସହର ପୌରପାଳିକାର ମାନ୍ୟତା ଲାଭ କରିଥିଲେ ମଧ୍ୟ ସହରବାସୀଙ୍କ ସର୍ବନିମ୍ନ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଏ ଦିଗରେ ପୌରପାଳିକା ଧ୍ୟାନ ଦେଉ ନ ଥିବା ସହରବାସୀ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ବାସୁଦେବପୁର ସହର ସମେତ ୨୩ ୱାର୍ଡରେ ଏବେ ଡ୍ରେନେଜ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ମୌସୁମୀ ବାୟୁ ସକ୍ରିୟ ହୋଇସାରିଥିଲା ବେଳେ ଅଦ୍ୟାବଧି ସହରାଞ୍ଚଳର କୌଣସି ଡ୍ରେନକୁ ସଫାସୁତୁରା କରାଯାଇପାରି ନାହିଁ। ଗତ ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବରେ ସହରର ମୁଖ୍ୟରାସ୍ତା ଟ୍ରାଫିକ ଛକଠାରେ ଅଳିଆ ଆବର୍ଜନା ପାଣି ମୁଖ୍ୟଛକରେ ଜମି ରହିଛି। ବଳକା ବର୍ଷା ଜଳ ଡ୍ରେନକୁ ନ ଯାଇ ରାସ୍ତା ଉପରେ ଜମି ରହୁଥିତ୍ବାରୁ ଲୋକେ ଯାତାୟାତ ପାଇଁ ହଇରାଣ ହେଉଛନ୍ତି।
ବାସୁଦେବପୁର ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ମଧ୍ୟରେ ଏହି ଅଳିଆ ଆବର୍ଜନାପୂର୍ଣ୍ଣ ପାଣି ଜମି ରହି ସହରର ଟ୍ରାଫିକ ଛକରେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସେହିପରି ସହରର ବିଭିନ୍ନ ସ୍ଥାନରେ ବଳକା ବର୍ଷାପାଣି ଜମି ରହୁଛି। ଉଲ୍ଲେଖନୀୟ ଯେ, ଟ୍ରାଫିକ ଛକଠାରୁ ପୂର୍ବକୁ ହାଟସାଗରବସ୍ତି ପର୍ଯ୍ୟନ୍ତ ଖୋଳାଯାଇଥିବା ମୁଖ୍ୟ ଡ୍ରେନ୍‌ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଡ୍ରେନ୍‌ଟି ପୋତି ହୋଇ ରହିବା ସହ ତଳ ମୁହଁ ଖୋଲାଯାଇ ନ ଥିବାରୁ ଏଥିରେ ଜଳ ନିଷ୍କାସନ ହୋଇପାରୁ ନାହିଁ। ଏହାଛଡ଼ା ଡ୍ରେନ୍‌ର ପ୍ଲେଟଗୁଡିକ ଭାଙ୍ଗି ନଷ୍ଟ ହୋଇଗଲାଣି। ସେହିପରି ବ୍ଲକ ରୋଡ ଦେଇଯାଇଥିବା ଡ୍ରେନ ମଧ୍ୟ ପୋତି ହୋଇପଡ଼ିଛି। ୩ ବର୍ଷ ଧରି ଏହି ଡ୍ରେନ ସଫା ହୋଇ ନ ଥିବା ଜଣାପଡ଼ିଛି। ଫଳରେ ଡ୍ରେନରୁ ଦୁର୍ଗନ୍ଧ ବାହାରୁଥିବା ସହିତ ଜଳ ନିଷ୍କାସିତ ହୋଇପାରୁନି। ମାଛହାଟ ଡ୍ରେନର ମଧ୍ୟ ଅନୁରୂପ ଅବସ୍ଥା। ସହର ମଧ୍ୟରେ ଥିବା ବିଭିନ୍ନ ଡ୍ରେନ ଓ ଗ୍ରାମାଞ୍ଚଳର ଡ୍ରେନର ମୁହଁ ପୋତି ପଡ଼ିଥିବାରୁ ବର୍ଷର ଜଳ ନିଷ୍କାସିତ ହୋଇ ନ ପାରି ଜମି ରହୁଛି। ତେବେ ବର୍ଷାଦିନ ପୂର୍ବରୁ ଡ୍ରେନ ସଫା କରିବା ପୌରପାଳିକାର ପ୍ରାଥମିକ ଦାୟିତ୍ୱ ଥିବାବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଇ ନ ଥିବା ଅଭିଯୋଗ ହେଉଛି। ବର୍ଷାଦିନ ଆସିସାରିଥିବାରୁ ତୁରନ୍ତ ସହରର ବିଭିନ୍ନ ଡ୍ରେନକୁ ସଫା କରାଯିବାକୁ ବ୍ୟବସାୟୀ ମୃତ୍ୟୁଞ୍ଜୟ ଅଗସ୍ତୀ, ସୁଶାନ୍ତ ବେହେରା, ବରିଷ୍ଠ ସାମାଜିକ କର୍ମୀ କିଶୋର କୁମାର ମହାପାତ୍ର ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନାଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଡ୍ରେନ ସଫେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ଦୁଇଥର ବିଧାୟକ ହୋଇଥିଲେ

ନୀଳଗିରି, ୦୨/୦୧(ପ୍ରଶାନ୍ତ କୁମାର ବିଶ୍ୱାଳ): ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri