Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ ବ୍ୟାଡ୍‌ମିଣ୍ଟନ:ଭାରତର ଅଭିଯାନ ଶେଷ

ସିଡ୍‌ନୀ, ୬।୬(ପିଟି)- ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ପ୍ରତିଦ୍ୱନ୍ଦ୍ୱିତାର ଶେଷ ହୋଇଛି। ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକଧାରୀ ପି.ଭି. ସିନ୍ଧୁ ସିଧାସଳଖ ସେଟ୍‌ରେ ପରାସ୍ତ ହୋଇଛନ୍ତି। ତାଙ୍କ ପୂର୍ବରୁ ପୁରୁଷ ସିଙ୍ଗଲ୍ସ ବର୍ଗର ୬ଷ୍ଠ ସିଡ୍‌ ସମୀର ବର୍ମା ଓ ବି. ସାଇ ପ୍ରଣୀଥ ଓ ପୁରୁଷ ଡବଲ୍ସ ସାତ୍ୱିକସାଇରାଜ ରାନ୍‌କିରେଡ୍ଡୀ ଓ ଚିରାଗ ଶେଟ୍ଟିଙ୍କ ଯୋଡ଼ି ପରାଜୟ ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଚଳିତ ସିଜନରେ ପ୍ରଥମ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଥିବା ୫ମ ର଼୍ୟାଙ୍କ ସିନ୍ଧୁ ୧୯-୨୧, ୧୮-୨୧ ଗେମ୍‌ରେ ନିତଚାଓନ ଜିନ୍ଦପଲଙ୍କଠାରୁ ହାରି ଯାଇଛନ୍ତି। ଉଭୟ ପରସ୍ପରକୁ ୭ ଥର ଭେଟିଥିଲେ ମଧ୍ୟ ଥାଇଲାଣ୍ଡ ଖେଳାଳିଙ୍କ ଦ୍ୱିତୀୟ ବିଜୟ। ପୁରୁଷ ସିଙ୍ଗଲ୍ସ ବର୍ଗର ସମୀରଙ୍କୁ ୧୬-୨୧, ୨୧-୭, ୧୩-୨୧ ଗେମ୍‌ରେ ଓ୍ବାଙ୍ଗ ଜଚ ଓ୍ବେଇ ହରାଇଥିବାବେଳେ ପ୍ରଣୀଥ ୨୩-୨୫, ୯-୨୧ ବ୍ୟବଧାନରେ ଆନ୍ଥୋନୀ ସିନିସକା ଗିଟିଂଙ୍କଠାରୁ ପରାସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୫ଜଣ ପିଲାଙ୍କର ହାର୍ଟ ସର୍ଜରୀ କରାଇବେ ଗାଭାସ୍କର

ମୁମ୍ବାଇ,୧୦।୭: ନିଜର ୭୧ତମ ଜନ୍ମ ଦିନରେ ସୁନୀଲ ଗାଭାସ୍କର ୩୫ ଜଣ ପିଲାଙ୍କର ହାର୍ଟ ସର୍ଜରୀ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଖାରଘର ସ୍ଥିତ ସତ୍ୟସାଇ ସଞ୍ଜୀବନୀ...

ପିଏସ୍‌ଜି ସହ ରହିବେ ନେମାର

ପ୍ୟାରିସ,୧।୯(ଏଏଫ୍‌ପି): ବ୍ରାଜିଲ ଷ୍ଟାର ଫରଓ୍ବାର୍ଡ ନେମାର ଜୁନିୟରଙ୍କ ସହ ଚୁକ୍ତି କରିବାରେ ବିଫଳ ହୋଇଛି ଲା ଲିଗା ଲିଗ୍‌ ଚାମ୍ପିୟନ ବାର୍ସିଲୋନା। ଫଳରେ ସେ ଗତ...

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ସ୍ମିଥ

ଓଭାଲ,୧୧।୯- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଚଳିତ ଆଶେସ ସିରିଜ୍‌ରେ ଚମତ୍କାର ଫର୍ମରେ ରହିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଏପର୍ଯ୍ୟନ୍ତ ଆଶେସ ସିରିଜ୍‌ରେ ଏକ ଦ୍ୱିଶତକ...

ଓସିଏ ନିର୍ବାଚନ: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା

କଟକ ଅଫିସ,୧୪।୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ଏକ ଭୋଟର ତାଲିକା ଶୁକ୍ରବାର ଘୋଷଣା କରାଯାଇଛି। ତେବେ ଏହା ଚୂଡ଼ାନ୍ତ ନୁହେଁ। ଆସନ୍ତା...

ପ୍ରଥମ ଦିନିକିଆରେ ଭାରତ-ଏ’କୁ ଜିତାଇଲେ ଋତୁରାଜ

ବେଲାଗାଭି (କର୍ନାଟକ), ୭।୬(ପି.ଟି.)- ଋତୁରାଜ ଗାଏକଓ୍ବାଡଙ୍କ ମାରାଥନ ଅପରାଜିତ ଶତକୀୟ ଇନିଂସ ବଳରେ ଭାରତ-ଏ ଗୁରୁବାର ଏଠାରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା-ଏ’କୁ...

ରିଭ୍ୟୁ ପାଇଁ ଅଟକିଲା ମ୍ୟାଚ୍‌

ଶାରଜା,୨୮।୯: ଶାରଜା ଗ୍ରାଉଣ୍ଡରେ ମଙ୍ଗଳବାର ଅପରାହ୍ନରେ କୋଲାକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଏକ ଭିନ୍ନ...

ଦ୍ୱିତୀୟ ଟେଷ୍ଟ: ଆଫଗାନିସ୍ତାନ ୬ ଉଇକେଟରେ ବିଜୟୀ

ଆବୁଧାବି,୧୫।୩: ସ୍ଥାନୀୟ ଶେଖ ଜାଏଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନ ୬ ଉଇକେଟରେ ବିଜୟୀ ହୋଇଛି। ଟସ୍‌ ଜିତି ଆଫଗାନିସ୍ତାନ...

୨୦୨୩ ବିଶ୍ୱକପ୍‌ରେ ଅଧୁରା ସ୍ବପ୍ନ ସାକାର କରିବୁ: ମନପ୍ରୀତ

ନୂଆଦିଲ୍ଲୀ,୯।୧୧(ପି.ଟି.)- ଆଗାମୀ ୨୦୨୩ ହକି ବିଶ୍ୱକପ୍‌ ଭାରତରେ ଆୟୋଜନ ହେବା ଶନିବାର ନିଶ୍ଚିତ ହୋଇଛି। ପୁଣି ଥରେ ଘରୋଇ ପରିବେଶରେ ବିଶ୍ୱକପ ଖେଳାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ...

Advertisement
Ten Cric Info


Archives

Model This Week