Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ଫେଡେରର, ଜୋକୋଭିଚ୍‌

ମେଲବୋର୍ନ,୨୨।୧(ଏଏଫ୍‌ପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି। ସିଡେଡ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହୋଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ ମାନ୍ୟତା ପାଇଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ଜାପାନ କ୍ୱାଲିଫାୟର ତାତ୍‌ସୁମା ଇଟୋଙ୍କୁ ୬-୧, ୬-୪, ୬-୨ ସେଟ୍‌ରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥର ସଫଳ ହେଲେ ଜୋକୋଭିଚ୍‌ କ୍ୟାରିୟରର ଅଷ୍ଟମ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିବେ। ତୃତୀୟ ରାଉଣ୍ଡରେ ସେ ଅନ୍ୟତମ ଜାପାନ ଖେଳାଳି ୟୋସିହିଟୋ ନିଶିଓକାଙ୍କୁ ଭେଟିବେ। ତୃତୀୟ ସିଡ ଅଭିଜ୍ଞ ସୁଇଜରଲାଣ୍ଡର ରୋଜର ଫେଡେରର ସର୍ବିୟାର ଫିଲିପ୍‌ କ୍ରାଜିନୋଭିକଙ୍କୁ ୬-୧,୬-୪,୬-୧ ସେଟରେ ହରାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ସେ ଏଥିସହିତ ଏହି ଟୁର୍ନାମେଣ୍ଟରେ ୯୯ତମ ବିଜୟ ହାସଲ କରିଛନ୍ତି। ଏବେ ସେ ଅଷ୍ଟ୍ରେଲିଆର ଜନ୍‌ ମିଲମ୍ୟାନଙ୍କୁ ଭେଟିବେ। ସେହିପରି କ୍ରୋଏସିଆର ମାରିନ୍‌ ସିଲିକ୍‌ ତୃତୀୟ ରାଉଣ୍ଡରେ ନବମ ସିଡ ରୋବେର୍ଟୋ ବତିସ୍ତା ଅଗୁଟଙ୍କୁ ଭେଟିବା ସ୍ପଷ୍ଟ ହୋଇଛି। ସିଲିକ୍‌ ୬-୨ ୬-୭, ୩-୬, ୬-୧, ୭-୬ ସେଟ୍‌ରେ ୨୧ତମ ସିଡ ଫ୍ରନ୍ସର ବୋନୋଇଟ ପାଇରେଙ୍କୁ ହରାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ଅଗୁଟ ଆମେରିକା କ୍ୱାଲିଫାୟର ମାଇକେଟ ମୋଙ୍କୁ ୫-୭, ୬-୨, ୬-୪, ୬-୧ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି। ୩୨ତମ ସିଡ କାନାଡ଼ାର ମିଲୋସ ରାଓନିକ ୬-୩, ୬-୪, ୬-୨ ସେଟରେ ଚିଲିର କ୍ରିଷ୍ଟିଆନ ଗାରିନଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଏବେ ଗ୍ରୀସ୍‌ର ଷଷ୍ଠ ସିଡ ଖେଳାଳି ଷ୍ଟିଫାନୋସ ସିତିସପାସଙ୍କୁ ଭେଟିବେ। ସିତିସପାସ ଫିଲିପ କୋହେଲସ୍କ୍ରେଇବରଙ୍କ ବିପକ୍ଷ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ଓ୍ବାକ୍‌ ଓଭର ପାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ଅନ୍ୟଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ଦୁଇ ଆମେରିକୀୟ ଖେଳାଳି ସାମ କ୍ୟୁରେ ଓ ଟେନିସ ସାଣ୍ଡଗ୍ରୀନ ପରସ୍ପରକୁ ଭେଟିବେ। କ୍ୟୁରେ ଓ ସାଣ୍ଡଗ୍ରୀନ ସେମାନଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ଜିତି ଅଗ୍ରଗତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri