Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ : କ୍ୱାର୍ଟରରେ ନାଡାଲ, ଓ୍ବାରିଙ୍କା, ହାଲେପ୍‌

ମେଲବୋର୍ନ, ୨୮।୧ (ଏଏଫ୍‌ପି)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ର ୭ମ ଦିବସ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ଏକ ନମ୍ବର ଖେଳାଳି ରାଫାଲ, ନାଡାଲ, ଷ୍ଟାନ ଓ୍ବାରିଙ୍କା, ଡୋମିନକ୍‌ ଥିମ, ଆଲେକଜାଣ୍ଡର ଜେଭରେଭ ନିଜ ନିଜର ୩ୟ ରାଉଣ୍ଡ ମ୍ୟାଚ୍‌ ଜିତି ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ମହିଳା ସିଙ୍ଗଲ୍ସରେ ରୋମାନିଆର ସିମୋନା ହାଲେପ୍‌, ସ୍ପେନର ଗାର୍ବିନେ ମୁଗୁରୁଜା, ଏନେଟ୍ଟ କୋଣ୍ଟାଭେଇଟ୍‌ ଓ ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେନକୋଭା ଅନ୍ତିମ-୮’ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।
ନାଡାଲ-କିର୍ଗିଅସ୍‌ ୩ ଘଣ୍ଟା ୩୮ ମିନିଟ୍‌ ଲଢ଼ିଲେ
ବିଶ୍ୱର ଏକ ନମ୍ବର ପୁରୁଷ ସିଙ୍ଗଲ୍ସ ଖେଳାଳି ସ୍ପେନର ନାଡାଲ ଚତୁର୍ଥ ରାଉଣ୍ଡରେ ଏକ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଲେ। ଏହି ମ୍ୟାଚ୍‌ରେ ନାଡାଲ ୬-୩, ୩-୬, ୭-୬ (୮/୬), ୭-୬(୭/୪) ସେଟ୍‌ରେ ଅଷ୍ଟ୍ରେଲିଆର ନିକ୍‌ କିର୍ଗିଅସ୍‌ଙ୍କୁ ପରାସ୍ତ କରିଥିଲେ। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ପାଇଁ ନାଡାଲ ୩ ଘଣ୍ଟା ୩୮ ମିନିଟ୍‌ ପର୍ଯ୍ୟନ୍ତ ଲଢ଼େଇ କରି ଶେଷରେ ବିଜୟ ଲାଭ କରିଥିଲେ। ଏହି ବିଜୟ ସହ ୩୩ ବର୍ଷୀୟ ନାଡାଲ କିମ୍ବଦନ୍ତୀ ଖେଳାଳି ରୋଜର ଫେଡରର (୨୦ଥର)ଙ୍କ ରେକର୍ଡ ଗ୍ରାଣ୍ଡସ୍ଲାମ ବିଜୟ ଆଶା ଉଜ୍ଜିବୀତ ରଖିଛନ୍ତି। ୧୯ଥରର ଗ୍ରାଣ୍ଡସ୍ଲାମ ବିଜେତା ଏହି ସ୍ପେନିଶ ଖେଳାଳି କ୍ୱାର୍ଟର ଫାଇନାଲରେ ଅନ୍ୟତମ ଘରୋଇ ପ୍ରତିଯୋଗୀ ଡୋମିନିକ୍‌ ଥିଏମ୍‌ଙ୍କୁ ଭେଟିବେ। ଥିଏମ୍‌ ୪ର୍ଥ ରାଉଣ୍ଡର ଏକ ମ୍ୟାଚ୍‌ରେ ଫ୍ରାନ୍ସର ଗେଲ୍‌ ମନଫିଲ୍ସଙ୍କୁ ୬-୨, ୬-୪, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। ସେହିଭଳି ସୁଇଜରଲାଣ୍ଡ ଷ୍ଟାର୍‌ ଷ୍ଟାନ୍‌ ଓ୍ବାରିଙ୍କା ୬-୨, ୨-୬, ୪-୬, ୭-୬ (୭/୨), ୬-୨ ସେଟ୍‌ରେ ଡାନିଲ୍‌ ମେଡ୍‌ଭେଡେଭଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ଅନ୍ତିମ-୮ ରାଉଣ୍ଡରେ ସେ ଜର୍ମାନୀର ଆଲେକ୍ସଜାଣ୍ଡର ଜେଭରେଭଙ୍କୁ ଭେଟିବେ। ଅନ୍ୟ ଏକ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଜେଭରେଭ ୬-୪, ୬-୪, ୬-୪ ସିଧାସଳଖ ସେଟ୍‌ରେ ଆନ୍ଦ୍ରେ ରବ୍‌ଲେଭଙ୍କୁ ହରାଇଛନ୍ତି।
କର୍ବରଙ୍କ ବିଦାୟ
ମହିଳା ସିଙ୍ଗଲ୍ସରେ ସିମୋନା ହାଲେପ୍‌ ଏକ ସହଜସାଧ୍ୟ ବିଜୟ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ହାଲେପ୍‌ ୬-୪, ୬-୪ ସିଧାସଳଖ ସେଟ୍‌ରେ ଏଲିସେ ମର୍ଟେନ୍ସଙ୍କୁ ହରାଇ ବିଦାୟର ରାସ୍ତା ଦେଖାଇଛନ୍ତି। ଓ୍ବିମ୍ବେଲଡନ୍‌ ବିଜୟିନୀ ହାଲେପ୍‌ କ୍ୱାର୍ଟର ଫାଇନାଲରେ ଇସ୍ତୋନିଆର ଏନେଟ୍ଟ କୋଣ୍ଟାଭେଇଟ୍‌ଙ୍କୁ ଭେଟିବେ। କୋଣ୍ଟୋଭେଇଟ୍‌ ୬-୭ (୪/୭), ୭-୫, ୭-୫ ସେଟ୍‌ରେ ପୋଲାଣ୍ଡର ଇଗା ସ୍ବିଟେକ୍‌ଙ୍କୁ ହରାଇଛନ୍ତି। ତେବେ ୨୦୧୬ରେ ଏଠାରେ ଟାଇଟଲ୍‌ ଜିତିଥିବା ଆଞ୍ଜେଲିକ କର୍ବରଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭା ୬-୭ (୫/୭), ୭-୬ (୭/୪), ୬-୨ ସେଟ୍‌ରେ କର୍ବରଙ୍କୁ ମାତ୍‌ ଦେଇ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। କ୍ୱାର୍ଟରରେ ସେ ଗାର୍ବିନେ ମୁଗୁରୁଜାଙ୍କୁ ଭେଟିବେ। ଚତୁର୍ଥ ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍‌ରେ ୨ଥା ଗ୍ରାଣ୍ଡସ୍ଲାମ ବିଜୟିନୀ ମୁଗୁରୁଜା ୬-୩, ୬-୩ରେ କିକି ବର୍ଟେନ୍ସଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri