ଅଳଙ୍କାର ଦୋକାନରୁ ଲୁଟ୍‌ : ସିସିଟିଭି ଫୁଟେଜରୁ ଧରାପଡ଼ିଲେ ଦୁଇ ମହିଳା 

ବାଲୁଗାଁ ,୨୯।୧୦(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବାଲୁଗାଁ  ବଜାରସ୍ଥିତ ଏକ ଜୁଏଲେରୀ ଦୋକାନରୁ ଗତ ଶନିବାର ମଧ୍ୟାହ୍ନରେ ଅଳଙ୍କାର କିଣିବା ବାହାନାରେ ୪ ମହିଳା ରୁପା ଗହଣା ଲୁଟି ନେଇଥିଲେ ।  ଏ ନେଇ ସିସିଟିଭ ଫୁଟେଜରୁ ଉତ୍ତୋଳିତ ଚିତ୍ରରୁ ଜଣାପଡିଛି। ରବିବାର ପୁନର୍ବାର ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଉକ୍ତ ଦୋକାନକୁ ଆସି ଲୁଟିବା ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି ।  ସେମାନେ ନଈରୀ ଗ୍ରାମର ବୋଲି ଜଣାପଡିଛି। ସେମାନଙ୍କଠାରୁ ୩ହଳ ରୁପା ପାଉଁଜି ପୋଲିସ ଜବତ କରିଛି ।  ଏହି ଘଟଣା ବାଲୁଗାଁ  ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
ଖବର ନେବାରେ ଜଣାଯାଇଛି ଶନିବାର ମଧ୍ୟାହ୍ନ ପ୍ରାୟ ୨ଟାରେ ଏସ୍‌ବି ଜୁଏଲାରୀ ଦୋକାନକୁ ୪ଜଣ ମହିଳା ଅଳଙ୍କାର କିଣିବା ନିମନ୍ତେ ଆସିଥିଲେ ।  ସେହି ସମୟରେ ଦୋକାନ ଭିଡ଼ ରହିଥିଲା, ଏହାର ସୁଯୋଗ ନେଇ ମହିଳାମାନେ ରୁପା ପାଉଁଜି ଦେଖାଇବା ପାଇଁ ମାଲିକଙ୍କୁ କହିଥିଲେ ।  ଦୀର୍ଘ ଦେଢ଼ ଘଣ୍ଟା ଧରି ମହିଳାମାନେ ଦୋକାନରେ ବିଭିନ୍ନ ଅଳଙ୍କାର ଘାଣ୍ଟି ସମୟ ବିତାଇଥିଲେ ।  ଇତିମଧ୍ୟରେ କିଛି ହଳ ରୁପା ପାଉଁଜି ସେମାନେ ଲୁଟି ନେବାରେ ସଫଳ ହୋଇଥିଲେ ।  ସେମାନେ ଯିବା ପରେ ମାଲିକ ପାଉଁଜି ବାକ୍ସକୁ ତଦାରଖ କରିବାରେ ଚୋରି ଯାଇଥିବା ଜାଣିବାକୁ ପାଇଥିଲେ । ପରେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିବାରେ ଲୁଟ୍‌ ହୋଇଥିବା ସ୍ପଷ୍ଟ ଭାବେ ଜାଣିପାରିଥିଲେ ।  ଏପରିସ୍ଥଳେ ରବିବାର ମଧ୍ୟାହ୍ନରେ ସେମାନଙ୍କ ମଧ୍ୟରୁ ଦୁଇ ମହିଳା ପୁନର୍ବାର ଅଳଙ୍କାର କିଣିବା ପାଇଁ ଉକ୍ତ ଦୋକାନକୁ ଆସିଥିଲେ ।  ମାଲିକ ସେମାନଙ୍କୁ ଚିହ୍ନିପାରି ସଙ୍ଗେ ସଙ୍ଗେ ବାଲୁଗାଁ  ପୋଲିସକୁ ଖବର ଦେଇଥିଲେ ।  ପୋଲିସ ପହଞ୍ଚତ୍ ସିସିଟିଭି ଫୁଟେଜ୍‌ ତଦନ୍ତ କରିବା ପରେ ସମ୍ପୃକ୍ତ ମହିଳା ଦ୍ୱୟଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲେ ।  ସେମାନଙ୍କଠାରୁ ପୋଲିସ ୩ହଳ ଚୋରି ପାଉଁଜି ଜବତ କରିବାରେ ସକ୍ଷମ ହୋଇଥିଲା ।  ତେବେ ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ମହିଳା ଫେରାର ଥିବା ବେଳେ ସେମାନଙ୍କୁ ଖୋଜି ପାଇବାରେ ପୋଲିସ୍‌ ବିଫଳ ହୋଇଛି ।  ତେବେ ଫେରାର ଅଭିଯୁକ୍ତଙ୍କୁ ଚିହ୍ନଟ ନିମନ୍ତେ ପୋଲିସକୁ ସହଯୋଗ କରିବା ପାଇଁ ଧାରା ୪୧ ଅନୁଯାୟୀ ଗିରଫ ମହିଳା ଦ୍ୱୟଙ୍କୁ ପୋଲିସ୍‌ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦେଇଥିବା ଜଣାଯାଇଛି ।  ତଦନ୍ତରେ ଅସହଯୋଗ କଲେ ଅଭିଯୁକ୍ତ ମହିଳା ଦ୍ୱୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ରମାକାନ୍ତ ମହାଳିକ କହିଛନ୍ତି ।  ଦୋକାନ ମାଲିକ ଶିବ ପ୍ରସାଦ ପାତ୍ରଙ୍କ ଅଭିଯୋଗକ୍ରମେ ବାଲୁଗାଁ  ପୋଲିସ୍‌ ୧୩୧/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଅବ୍ୟାହତ ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri