Posted inଖେଳ

ଅଲ ଇଣ୍ଡିଆ ଓପନ ଚେସ୍‌: ଶୀର୍ଷରେ ରାକେଶ

କଟକ ଅଫିସ,୧୯ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଗୁରୁବାର ସୁଦ୍ଧା ଟୁର୍ନାମେଣ୍ଟର ୪ ରାଉଣ୍ଡ ଖେଳ ଶେଷ ହୋଇଛି । ଓଡ଼ିଶାର ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ୍‌) ରାକେଶ କୁମାର ଜେନା ୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି । ଗୁରୁବାର ଖେଳାଯାଇଥିବା ୩ୟ ରାଉଣ୍ଡରେ ରାକେଶ ରୁଦ୍ରନାରାୟଣଙ୍କୁ ଓ ୪ର୍ଥ ରାଉଣ୍ଡରେ ସୟନ ବଣିକଙ୍କୁ ହରାଇଥିଲେ। ପୂର୍ବରୁ ପ୍ରଥମ ରାଉଣ୍ଡରେ ରାକେଶ ପଶ୍ଚିମବଙ୍ଗର ଅନୁରାଗ ସରକାରଙ୍କୁ ଓ ଦ୍ୱିତୀୟ ରାଉଣ୍ଡରେ ପଶ୍ଚିମବଙ୍ଗର ସୌମ୍ୟା ଦାସଙ୍କୁ ହରାଇଥିଲେ। ଟୁର୍ନାମେଣ୍ଟର ଟପସିଡ଼ ଖେଳାଳି ଚେନ୍ନାଇ ପ୍ରତିଯୋଗୀ ତଥା ଗ୍ରାଣ୍ଡ ମାଷ୍ଟର ଆର୍‌.ଆର୍‌ ଲକ୍ଷ୍ମଣ ୪ ପଏଣ୍ଟ ପାଇ ସୁଦ୍ଧା ୯ମ ସ୍ଥାନରେ ରହିଛନ୍ତି  । ଲକ୍ଷ୍ମଣ ୩ୟ ରାଉଣ୍ଡରେ ଶୁଭମ ରାୟଙ୍କୁ ଓ ୪ର୍ଥ ରାଉଣ୍ଡରେ ଆୟୁଷ ରବିକୁମାରଙ୍କୁ ପରାସ୍ତ କରିଥିଲେ । ଓଡ଼ିଶାର ଅନ୍ୟତମ ଇଣ୍ଟରନ୍ୟାସନାଲ ମାଷ୍ଟର ଖେଳାଳି ଅନ୍ବେଶ ଉପାଧ୍ୟାୟ ୪ ରାଉଣ୍ଡ ଶେଷ ସୁଦ୍ଧା ୩.୫ ପଏଣ୍ଟ ପାଇ ୧୦ମ ସ୍ଥାନରେ ରହିଛନ୍ତି । ପ୍ରଥମ ଦୁଇ ରାଉଣ୍ଡରେ ବିଜୟ ହୋଇଥିବା ଅନ୍ବେଷ ୩ୟ ରାଉଣ୍ଡରେ ଅଶ୍ୱିନୀ କୁମାର ଗ୍ରୋଭରଙ୍କୁ ପରାସ୍ତ କରି ପଏଣ୍ଟ ସଂଖ୍ୟାରେ ୧ ବୃଦ୍ଧି କରିଥିଲେ । ମହମ୍ମଦ ଅନିଶଙ୍କ ସହ ଖେଳିଥିବା ୪ର୍ଥ ରାଉଣ୍ଡ ଅମୀମାସିଂତ ରହିବା ଫଳରେ ଅନ୍ବେଷ ୩.୫ ପଏଣ୍ଟ ପାଇଛନ୍ତି । ବୁଧବାରଠାରୁ ଆରମ୍ଭ ହୋଇଥିବା ୯ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ନାମେଣ୍ଟ ଆସନ୍ତା ରବିବାର ଉଦ୍‌ଯାପିତ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri