ଅଲୋଡ଼ା କନ୍ୟା ସନ୍ତାନ: ମେଡିକାଲ ବେଡ୍‌ରେ ଛାଡ଼ି ପଳାଇଲେ ମା’

କଟକ ଅଫିସ, ୨୬।୧୦: ସମାଜରେ କନ୍ୟା ସନ୍ତାନଙ୍କ ପ୍ରତି ଥିବା ହୀନମନ୍ୟତା ବଢିବାରେ ଲାଗିଛି, ଯାହାର ଏକ ଉଦାହରଣ ଏସ୍‌ସିବି ମେଡିକାଲରେ ଦେଖିବାକୁ ମିଳିଛି। ଗତ ୩ରେ ଯାଜପୁର ଅଞ୍ଚଳର ଜଣେ ମହିଳା ପ୍ରସବ ନିମନ୍ତେ ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ମହିଳାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାଙ୍କୁ ମେଡିକାଲର ଏସ୍‌ଏନ୍‌ସିୟୁ (ସିକ୍‌ ନିଓନାଟାଲ କେୟାର ୟୁନିଟ୍‌)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁ ଚିକିତ୍ସିତ ହେଉଥିବା ସମୟରେ ଜନ୍ମଦାତ୍ରୀ ମା’ ତାଙ୍କୁ ଛାଡ଼ି ଘରକୁ ପଳାଇଥିଲେ। ଏସ୍‌ଏନ୍‌ସିୟୁ କର୍ମଚାରୀମାନେ ବହୁ ଖୋଜାଖୋଜି କରି ତାଙ୍କ ମା’ଙ୍କୁ ନ ପାଇବା ପରେ ଘଟଣା ସମ୍ପର୍କରେ ମେଡିକାଲ ଅଧୀକ୍ଷକଙ୍କୁ ଜଣାଇଥିଲେ। ମେଡିକାଲର ଆଡମିଶନ ରେଜିଷ୍ଟରରୁ ମହିଳାଙ୍କ ଠିକଣା ମିଳିଥିଲା। ଉକ୍ତ ଠିକଣାରେ ମେଡିକାଲ କର୍ମଚାରୀମାନେ ଦୀର୍ଘ ୨୦ ଦିନ ହେବ ଯୋଗାଯୋଗ କରୁଥିଲେ ମଧ୍ୟ ପରିବାର ଲୋକେ ଧରାଛୁଅଁା ଦେଉନାହାନ୍ତି। ଫଳରେ ଘଟଣା ସମ୍ପର୍କରେ ଯାଜପୁର ପୋଲିସକୁ ଅବଗତ କରାଯାଇଛି ବୋଲି ଏସ୍‌ସିବି ମେଡିକାଲ ମ୍ୟାନେଜର ସୌମ୍ୟା ମହାନ୍ତି କହିଛନ୍ତି। ମା’ଙ୍କ ଅନୁପସ୍ଥିତିରେ ଶିଶୁକନ୍ୟା ଏବେ ଏସ୍‌ଏନ୍‌ସିୟୁର ନର୍ସମାନଙ୍କ ହେପାଜତରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri