Posted inଖେଳ

ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଅପେକ୍ଷା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ, ୧୭ା୪(ପି.ଟି.)-ନିଜର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠାରେ ରହିଛନ୍ତି ଜାତୀୟ ରେକର୍ଡ ହାସଲକାରୀ ଲଙ୍ଗ୍‌ଜମ୍ପର ମୁରଲୀ ଶ୍ରୀଶଙ୍କର। କୋଭିଡ୍‌-୧୯ ମହାମାରୀର ଆବିର୍ଭାବ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ପାଇଁ ସେ ଯେଉଁ ଯୋଜନା ପ୍ରସ୍ତୁତ କରିଥିଲେ ତାହାସବୁ ବିଗିଡ଼ି ଯାଇଛି। ତାଙ୍କୁ ଆହୁରି ବହୁ ଦିନ ଅପେକ୍ଷା କରିବାକୁ ପଡ଼ିବ। ଇଣ୍ଡିଆନ ଗ୍ରାଁ ପ୍ରିର ପ୍ରଥମ ଲେଗ୍‌ ପାଇଁ ୨୧ବର୍ଷୀୟ ଶ୍ରୀଶଙ୍କର ଗତ ମାସରେ ଏନ୍‌ଆଇଏସ୍‌ ପଟିଆଲାରେ ଥିଲେ। ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଇଣ୍ଡିଆନ ଗ୍ରଁା ପ୍ରି ହେଉଛି ଏକ ସ୍ବୀକୃତିପ୍ରାପ୍ତ ଇଭେଣ୍ଟ। ମାତ୍ର କରୋନା ଭାଇରସ୍‌ ତାଙ୍କର ସମସ୍ତ ଯୋଜନାକୁ ଏପଟସେପଟ କରିଦେଲା। ଇଣ୍ଡିଆନ ଗ୍ରାଁ ପ୍ରି ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକିଥିବାବେଳେ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାହାକୁ ବାତିଲ କରିଦିଆଗଲା। ଶ୍ରୀଶଙ୍କର କହିଛନ୍ତି ଇଣ୍ଡିିଆନ୍‌ ଗ୍ରାଁପ୍ରି-୧ରେ ଅଂଶଗ୍ରହଣ ଲାଗିି ମୁଁ କେରଳରୁ ପଟିଆଲା ଯାଇଥିଲି। କିନ୍ତୁ ଇଭେଣ୍ଟ ଆରମ୍ଭ ଦିବସର ସନ୍ଧ୍ୟାରେ ହଠାତ୍‌ ଏହାକୁ ବାତିଲ କରିଦିଆଗଲା। ଏହା ମୋ ପାଇଁ ନୈରାଶ୍ୟଜନକ ଥିଲା। ମାତ୍ର ସୌଭାଗ୍ୟବଶତଃ ଲକ୍‌ ଡାଉନ୍‌ ଘୋଷଣା ପୂର୍ବରୁ ମୁଁ ନିଜ ଘରକୁ ଫେରି ଆସିଥିଲି। ଲକ୍‌ଡାଉନ୍‌ଯୋଗୁ ସମସ୍ତ ଘରୋଇ ବିମାନ ଚଳାଚଳ ବାତିଲ ହୋଇଯିବାରୁ ମୋତେ ଫେରିବା ସମ୍ଭବପର ହୋଇ ନ ଥାନ୍ତା। କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ଅନ୍ୟ ଏକ ଅଲିମ୍ପିକ ଯୋଗ୍ୟତା ହାସଲ ଇଭେଣ୍ଟ ସିନିୟର ନ୍ୟାଶନାଲ ଚାମ୍ପିୟନଶିପ୍‌ (ଏପ୍ରିଲ୧୦ରୁ୧୩) ମଧ୍ୟ ସ୍ଥଗିତ ରଖାଯାଇଥିଲା। ଓ୍ବାଲର୍‌ଡ ଆଥଲେଟିକ୍ସ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତି ମୋତେ ହତାଶା କରିଥିଲା। ସିଜନ ଶେଷ ହୋଇଗଲା। ବର୍ତ୍ତମାନ ଡିସେମ୍ବରରେ କ୍ୱାଲିଫିକେଶନ ପିରିୟଡ ଆରମ୍ଭ ହେବ। ଶୀତଋତୁରେ କାର୍ଯ୍ୟକଳାପ ସେତେ ହୋଇପାରିବ ନାହିଁ। ଆସନ୍ତାବର୍ଷ ଫେବୃୟାରୀ-ମାର୍ଚ୍ଚରେ ଆମକୁ ଆରମ୍ଭ କରିବାକୁ ପଡ଼ିବ। ଅର୍ଥାତ୍‌ ମୋତେ ଦୀର୍ଘ ସମୟ ପ୍ରତୀକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି କେରଳ ରାଜ୍ୟର ପାଲାକାଡ୍‌ ବାସିନ୍ଦା ଆଥ୍‌ଲେଟ ଶ୍ରୀଶଙ୍କର। କେରଳର ଏହି ଯୁବ ଲଙ୍ଗଜମ୍ପର କେବେ ହେଲା ଅଲିମ୍ପିକ ଯୋଗ୍ୟତା ଅଙ୍କ ୮.୨୨ ସ୍ପର୍ଶ କରିନାହାନ୍ତି। ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ସଫଳତା (୮.୨୦ମିଟର) ସେ ୨୦୧୮ରେ ଭୁବନେଶ୍ୱରରେ ହାସଲ କରିଥିଲେ। ଶ୍ରୀଶଙ୍କର କହିଛନ୍ତି, ବର୍ତ୍ତମାନ ମୁଁ ଭଲ ଫର୍ମରେ ଥିଲି। ଇଣ୍ଡିଆନ ଗ୍ରାଁ ପ୍ରିର ପ୍ରଥମ ଲେଗ୍‌ରେ ମୁଁ ଯୋଗ୍ୟତା ହାସଲ କରିପାରିବି ବୋଲି ମୋର ଦୃଢ ବିଶ୍ୱାସ ଥିଲା। ମାତ୍ର ଆସନ୍ତା ବର୍ଷ ମୋର ଏହି ଫର୍ମ ଥିବ କି ନା ତାହା କହିହେବ ନାହିଁ। ମୋ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri