ଅଲାରପୀଠ: ଭକ୍ତର ଭାବରେ ତରଳିଛି ପଥର

ବ୍ରହ୍ମଗିରି,  ୨୮।୬(ଡି.ଏନ୍‌.ଏ.): ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ଏହାର ପ୍ରଭାବରେ ପଥର ବି ତରଳି ଯାଇଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳେ ବ୍ରହ୍ମଗିରି ଅଲାରନାଥ ପୀଠରେ। ଏହି ପୀଠରେ ପୂଜା ପାଉଛନ୍ତି ବିଷ୍ଣଙ୍କ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନେ ଦେବସ୍ନାନ ପୂର୍ଣ୍ଣମୀ ପରେ ଜ୍ୱରରେ ପଡିବା ପରେ ଅଲାରନାଥ ପୀଠରେ ଚାଲେ ଅନବସର ଦର୍ଶନ। ଏହି ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଏହି ପୀଠକୁ ଛୁଟିଆସିଥାନ୍ତି। କିମ୍ବଦନ୍ତୀ କୁହେ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଏହି ପୀଠ ବିଷ୍ଣୁ ପ୍ରେମୀଙ୍କ ବେଶ ଆଦୃତ ହୋଇପାରିଥିଲା। ୧୫ଶ ଶତାଦ୍ଧୀରେ ଶ୍ରୀଚୈତନ୍ୟଙ୍କ ପୁରୀ ଆଗମନ ହୋଇଥିଲା ଜୀଉମାନଙ୍କ ଦର୍ଶନ ନିମନ୍ତେ। ଠିକ୍‌ ସେହି ସମୟରେ ଦେବସ୍ନାନ ପୂର୍ଣ୍ଣମୀ ପରେ ଠାକୁରମାନେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଥାନ୍ତି। ଯାହା ଫଳରେ ଶ୍ରୀଚୈତନ୍ୟ ଠାକୁର ମାନଙ୍କୁ ଦର୍ଶନ କରି ନ ଥିଲେ। ଶେଷରେ ନିଜକୁ ଧିକ୍କାର କରି ସମୁଦ୍ରରେ ପ୍ରାଣ ବିସର୍ଜନ ପାଇଁ ଯାଇଥିଲେ। କିନ୍ତୁ ଭଗବାନଙ୍କ ଲୀଳା ଭିନ୍ନ। ସେଠାରେ ତାଙ୍କୁ ବ୍ରହ୍ମଗିରି ଅଲାରନାଥ ପୀଠକୁ ଯାଇ ବିଷ୍ଣୁ ରୂପରେ ଦର୍ଶନ ଶୂନ୍ୟ ବାଣୀ ହୋଇଥିଲା। ପରେ ଶ୍ରୀଚୈତନ୍ୟ ସମୁଦ୍ର କୂଳେ କୂଳେ ଦୀର୍ଘ ପଥ ଅତିକ୍ରାନ୍ତ କରି ବ୍ରହ୍ମଗିରି ଅଲାରନାଥ ପୀଠରେ ପହଞ୍ଚତ୍ଥିଲେ। ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ତାଙ୍କ ଦେହରୁ ବାହାରୁଥିବା ଉତ୍ତାପରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିବା ପଥର ଖଣ୍ଡ ତରଳି ଯାଇ ଶ୍ରୀଚୈତନ୍ୟଙ୍କ ରୂପ ସମ ହୋଇଯାଇଥିଲା। ଏବେବି ଏହି ପଥର ମନ୍ଦିର ପରିସରରେ ଚୈତନ ପଥର ନାମରେ ନାମିତ ହୋଇ ପୂଜା ପାଉଛି। ଯାହା ଗୌଡୀୟ ସମ୍ପ୍ରଦାୟ ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଅଣସର ସମୟରେ ଗୌଡୀୟ ଭକ୍ତମାନେ ଏହି ପୀଠକୁ ଆସି ନାମ ସଂକୀର୍ତ୍ତନ ଆଦି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ କୋଟିପତି ଫରେଷ୍ଟର: ଆୟରୁ ୪୭୦ ଶତକଡ଼ା ଅଧିକ ସମ୍ପତ୍ତି କରିଥିଲେ ଠୁଳ, ୪ କୋଟିର ମାଲିକ

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri