ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ରାତିରେ ତ୍ରିରଙ୍ଗା ଉଡିବା ଘଟଣା

ଜୁନାଗଡ,୨୭।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ଗତ ୧୫ ତାରିଖ ସ୍ବାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ଉକ୍ତ ଘଟଣାରେ ସମ୍ପୃକ୍ତା ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ଅନ୍ତର୍ଲା ଗ୍ରାମବାସୀ କଳାହାଣ୍ଡି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଏ ବିଷୟରେ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ସମ୍ପୃକ୍ତା ପ୍ରଧାନଶିକ୍ଷୟିତ୍ରୀ ସ୍କୁଲରେ ରହିବା ଦିନଠୁ ପାଠପଢା ଠିକ ହେଉ ନ ଥିବା ଓ ମଧ୍ୟାହ୍ନଭୋଜନ ପରିଚାଳାନରେ ଅନିୟମିତତା କରୁଥିବା ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଦାବିପତ୍ରର ଏକ ନକଳ ଶିକ୍ଷା ମନ୍ତ୍ରୀ, ଜିଲା ଶିକ୍ଷା ଅଧିକାରୀ, ଧର୍ମଗଡ ଉପଜିଲାପାଳ, ଜୁନାଗଡ ବିଡିଓ, ବିଇଓଙ୍କୁ ମଧ୍ୟ ପ୍ରେରଣ କରାଯାଇଛି।
ସୂଚନାଯୋଗ୍ୟ ଯେ, ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ଗତ ୧୫ ତାରିଖ ଗୁରୁବାର ସ୍ବାଧୀନତା ଦିବସରେ ଜାତୀୟ ପତାକା ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହିନତା ତଥା ଅବହେଳା ଯୋଗୁ ଏଠାରେ ଅଧ ରାତି ଯାଏଁ ଉଡିଥିବା ଅଭିଯୋଗ ହୋଇଥିଲା। ଏହା ଜଣାପଡିବା ପରେ ସ୍କୁଲ କର୍ତ୍ତୃପକ୍ଷ ତରବରିଆ ଭାବେ ରାତି ଅଧରେ ପତାକାକୁ ବାହାର କରି ଦିଆଯାଇଥିଲା। ଏହି ଘଟଣା ସମ୍ପର୍କରେ ପ୍ରଥମେ ‘ଧରିତ୍ରୀ’ରେ ଗତ ୧୮ ତାରିଖ ଏକ ରିପୋର୍ଟ ପ୍ରକାଶ ହୋଇଥିଲା। ଏହା ପରେ ଜୁନାଗଡ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏବିଇଓ ନାରାୟଣ ମେହେର ଗତ ୨୨ ତାରିଖ ଘଟଣାର ତଦନ୍ତ ପାଇଁ ସ୍କୁଲକୁ ଯାଇଥିଲେ। ଏବିଇଓ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ, ପରିଚାଳନା କମିଟି, ସ୍ଥାନୀୟ ସହକାରୀ ଶିକ୍ଷକ ଓ ଗ୍ରାମବାସୀଙ୍କ ମତାମତ ନେଇଥିଲେ। ସ୍କୁଲ କାର୍ଯ୍ୟରତ ସ୍ଥାନୀୟ ସହକାରୀ ଶିକ୍ଷକ ରାତି ୮ଟା ୩୦ ଯାଏଁ ସ୍କୁଲ ପରିସରରେ ପତାକା ଉଡୁଥିବା ଦେଖିଥିବା କହିଥିବା ବେଳେ ଗ୍ରାମବାସୀ ମଧ୍ୟ ଏହି କଥାକୁ ଏବିଇଓଙ୍କ ଆଗରେ ସ୍ବୀକାର କରିଥିଲେ। ତଦନ୍ତ ରିପୋର୍ଟ ସୋମବାର ଜିଲା ଶିକ୍ଷାଧିକାରୀଙ୍କୁ ଦେଇଥିବା ସେ ପ୍ରକାଶ କରିଥିଲେ। ଘଟଣାର ଇତି ମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହଁି। ଶିକ୍ଷା ବିଭାଗ ଏହି ଘଟଣାରେ ସମ୍ପୃକ୍ତା ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘଣ୍ଟ ଘୋଡୋଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ କଳାହାଣ୍ଡି ଜିଲାପାଳ ଡା.ପରାଗ ହର୍ଷଦ ଗାଭାଲିଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଷା ଆନ୍ଦୋଳନ ସମିତି ପକ୍ଷରୁ ଖବରଦାତା ସମ୍ମିଳନୀ:ବିଦଗ୍ଧ ପ୍ରତିଭାମାନଙ୍କ ଜୟନ୍ତୀ ପାଳନକୁ ନେଇ କ୍ଷୋଭ

ନୟାଗଡ଼ ଅଫିସ,୨୪ା୧୨: ନୟାଗଡ଼ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲଠାରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଦଗ୍ଧ ପ୍ରତିଭାମାନଙ୍କ...

ଲାଲଚାନ୍ଦ୍‌ର ‘ଗ୍ରେଟ୍‌ ଅକ୍ଷୟତୃତୀୟା ଅଫର

ଭୁବନେଶ୍ୱର,୧୬।୪: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ‘ଗ୍ରେଟ୍‌ ଅକ୍ଷୟ ତୃତୀୟା ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରତିଷ୍ଠାନର ଭୁବନେଶ୍ୱର, କଟକ...

ପପୁଙ୍କ ଫିଲ୍ମ ପୋଷ୍ଟରକୁ ନେଇ ବିବାଦ: ୭ ଯୁବତୀଙ୍କୁ ନେଇ ଆପତ୍ତିଜନକ ପୋଜ୍‌; ପ୍ରଯୋଜକ ସଂସ୍ଥା ନାଁରେ ମାମଲା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ପୁଣି ଅଡୁଆରେ ରଙ୍ଗିଲା ଟୋକା ପପୁ ପମ୍‌ପମ୍‌। କେତେବେଳେ କାଷ୍ଟିଂ କାଉଚ ତ ଆଉ କେତେବେଳେ ମହିଳାଙ୍କୁ ଅଶାଳୀନ ବ୍ୟବହାର ପାଇଁ ବିବାଦରେ ରହିଥିଲେ...

‘ଟିକା ନ ନେଲେ ଭୁଲିଯାଅ ଦରମା ’

କଟକ, ୫ା୨- ପଞ୍ଜୀକରଣ କରି ଟିକା ନ ନେଲେ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦରମା ମିଳିବ ନାହିଁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି କଟକ...

ଘରେ ପାଳନ ହେଲା ଓଡ଼ିଶା ଦିବସ

ଭୁବନେଶ୍ୱର,୨।୪(ବ୍ୟୁରୋ): ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ୮୫ ବର୍ଷରେ ପଦାର୍ପଣ କରିଛି ଓଡ଼ିଶା। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଏପ୍ରିଲ ୧ରେ ରାଜ୍ୟ ତଥା ବାହାରେ ମହାଆଡ଼ମ୍ବରରେ...

୬ ଦିନ ହେଲା ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ

ମାଲକାନଗିରି,୧୯।୧୨(ଡି.ଏନ୍‌.ଏ): ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡନ ସୃଷ୍ଟି କରିଥିବାବେଳେ ମାଲକାନଗିରି ଜିଲାରେ ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ଆଜକୁ ୬...

ଆକ୍ରାନ୍ତ ପୋଲିସ ଅଧିକାରୀଙ୍କ ସ୍ତ୍ରୀ କରୋନା ପିଜିଟିଭ

କଟକ ଅଫିସ,୩୦।୬: କଟକ ସିଡିଏ ସେକ୍ଟର ୯ରୁ ପୂର୍ବରୁ ଜଣେ ପୋଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଫଳରେ ପରିବାର ବର୍ଗଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ...

ନୂଆ ରୂପ ପାଇବ ଡେରଜାଙ୍ଗ ପ୍ରୋଜେକ୍ଟ

ଅନୁଗୋଳ ସହର ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ଡେରଜାଙ୍ଗ ପ୍ରୋଜେକ୍ଟ। ଜଳଭଣ୍ଡାରର ନୀଳ ଜଳରାଶି ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ସମସ୍ତ...

Advertisement
Archives

Model This Week